ବୃଦ୍ଧାଙ୍କ ନୃତ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ

Above Post Content

ନ୍ୟୁୟର୍କ : କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକରେ ଆଗକୁ ବଢନ୍ତି । ଜଣେ ୧୦୦ ବର୍ଷୀୟା ବୃଦ୍ଧା ନୃତ୍ୟରେ ପ୍ରବୀଣା । ଆଉ ତାଙ୍କ ନାଚ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ,ଯାହା ପ୍ରମାଣିତ କରୁଛି ବୟସ ବାସ୍ତବରେ ଏକ ସଂଖ୍ୟା ।

୩-୪ ଇଞ୍ଚର ହାଈ ହିଲ ପିନ୍ଧି କରନ୍ତି ନୃତ୍ୟ

After 2nd paragraph post ads

ଏମିତି କିଛି ନାହିଁ ଯାହା ମଣିଷ ପକ୍ଷେ କରିବା ଅସମ୍ଭବ, ଏହାକୁ ଜୀବନର ମନ୍ତ୍ର ଭାବେ ଆପଣେଇ ସେ କରିଚାଲିଛନ୍ତି ଯେତେସବୁ ଅସମ୍ଭବ କାମ । ୧୦୦ ବର୍ଷ ବୟସରେ ଗୋଡ଼ରେ ୩-୪ ଇଞ୍ଚର ହାଈ ହିଲ ପିନ୍ଧି ଆରାମରେ ସେ ନାଚି ପାରନ୍ତି । ସେପୁଣି ଏମିତି ସେମିତି ନାଚ ନୁହେଁ ବଲ୍‌ରୁମ୍ ଡ୍ୟାନ୍ସ । ସେଇଥିପାଇଁ ତ ସେ ପୃଥିବୀର ସବୁଠାରୁ ବୟସ୍କା ବଲ୍‌ରୁମ୍ ଡ୍ୟାନ୍ସର ଭାବେ ଡ୍ୱାର୍ଲଡ ରେକର୍ଡ କରିଛନ୍ତି । ସେ ହେଲେ ତାଓ ପାରଚାନ୍ ଲିଞ୍ଚ୍ ।

Middle post content

୮୭ ବର୍ଷ ବୟସରେ ଆରମ୍ଭ କରିଥିଲେ ବଲ୍‌ରୁମ ଡ୍ୟାନ୍ସ

୮୭ ବର୍ଷ ବୟସରେ ସେ ବଲ୍‌ରୁମ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । ପରେ ଖୁବ୍ କମ୍ ଦିନରେ ଏହି ନୃତ୍ୟରେ ଦକ୍ଷ ହୋଇଯାଇଥିଲେ । ଗୋଟେ ପରେ ଗୋଟେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଚାଲିଥିଲେ । ଆଉ ସବୁଠୁ ବଡ଼ କଥା, ସେ ୭୫୦ଟି ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ହୋଇଛନ୍ତି । ସେହିପରି ୯୬ ବର୍ଷ ବୟସରେ ସେ ୨୭ ବର୍ଷୀୟ ଡ୍ୟାନ୍ସ ପାର୍ଟନର ଭାର୍ଡ ମାର୍ଗର଼୍ୟାନଙ୍କ ସହ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟଶୋ’ରେ ଅଂଶଗ୍ରହଣ କରିଥିଲେ । ଆଉ ତାଙ୍କ ନୃତ୍ୟ ଦେଖି ଜଜ୍‌ମାନେ ଠିଆ ହୋଇ ତାଙ୍କ ଟ୍ୟାଲେଣ୍ଟକୁ ସମ୍ମାନ ଜଣାଇଥିଲେ ।

ଫିଟନେସ୍ କ୍ଲଥ କମ୍ପାନୀର ହୋଇଥିଲେ ବ୍ରାଣ୍ଡ ଆମ୍ବାସଡର

୧୦୦ ବର୍ଷ ବୟସରେ ସେ ଆଥଲେଟା ନାମକ ଫିଟନେସ୍ କ୍ଲଥ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ବି ହୋଇଥିଲେ । ଏହାବାଦ ସେ ଜଣେ ଆନ୍ତର୍ଜାତୀୟ ସ୍ତରର ଯୋଗ ଇନ୍‌ଷ୍ଟ୍ରକଟର ମଧ୍ୟ । ୮ ବର୍ଷ ବୟସରୁ ସେ ଯୋଗ ଶିଖିବା ଆରମ୍ଭ କରିଥିଲେ । ଯୋଗଶିକ୍ଷା ପ୍ରତି ତାଙ୍କର ଅବଦାନ ଲାଗି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବି କରାଯାଇଛି । ତାଙ୍କ ବାପା ଜର୍ମାନୀର ହୋଇଥିବାବେଳେ ମା’ ଭାରତୀୟ । ତେବେ ତାଓ ଜନ୍ମ ହେବା ପରେ ପରେ ତାଙ୍କ ମା’ ମୃତ୍ୟୁବରଣ କରିଥିଲେ । ତାଙ୍କ ଜନ୍ମ ପଣ୍ଡିଚେରୀରେ ହୋଇଥିଲା । ଯୁବାବସ୍ଥାରେ ସେ ମଡେଲ ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଲଣ୍ଡନ ଚାଲିଯାଇଥିଲେ । ସେଠାରେ ସେ କ୍ୟାବରେ ଡ୍ୟାନ୍ସର ହୋଇଥିଲେ । ପରେ ସେ ଆମେରିକା ଚାଲିଯାଇଥିଲେ । ଆଉ ହଲିଉଡ୍ ଫିଲ୍ମରେ ଅଭିନୟ ବି କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami