ଅନ୍ତବସ୍ତ୍ର ପିନ୍ଧି ନ ଥିବାରୁ ମହିଳାଙ୍କୁ ବିମାନରୁ ତଡି ଦେଲେ କ୍ରୁ ମେମ୍ବର

Above Post Content

ୱାଶିଂଟନ୍‌: ଅନ୍ତବସ୍ତ୍ର ପିନ୍ଧି ନ ଥିବାରୁୁ ବିମାନରୁ ତଡ଼ା ଖାଇଲେ ମହିଳା ଯାତ୍ରୀ । ପୋଷାକ ଉପରେ ଜ୍ୟାକେଟ୍ ପିନ୍ଧିଲେ ବିମାନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ବୋଲି ବିମାନର କ୍ରୁ ମେମ୍ବରମାନେ କହିଥିଲେ । ହେଲେ ମହିଳା ଜଣକ କିଛି ଶୁଣି ନ ଥିଲେ । ଶେଷରେ ମହିଳାଙ୍କୁ କ୍ରୁ ମେମ୍ବରମାନେ ବିମାନରୁ ତଡ଼ି ଦେଇଥିଲେ । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।
ଲିସା ଆର୍ଚବୋଲ୍ଡ ନାମକ ଜଣେ ମହିଳା ଆମେରିକାରେ ରୁହନ୍ତି । ସେ ପେଶାରେ ଜଣେ ଡିଜେ । ନିକଟରେ ସେ ୟୁଟାର ସନଡାସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପାଇ ଯାଇଥିଲେ । ପରେ ଲିସା ଡେଲଟା ଫ୍ଲାଇଟରେ ସଲ୍ଟ ଲେକ ସିଟିରି ସାନ

Middle post content

ପୋଷାକ ଉପରେ ଜ୍ୟାକେଟ ପିନ୍ଧିବାକୁ କହିଥିଲେ କ୍ରୁ ମେମ୍ବର

After 2nd paragraph post ads

ଫ୍ୟାନ୍ସସିସକୋକୁ ଯାତ୍ରା କରୁଥିଲେ । ଲିସା ବିମାନରେ ବସିଥିବା ବେଳେ ହଠାତ୍ କ୍ରୁ ମେମ୍ବରମାନେ ଆସି ସିଟ୍‌ରୁ ଉଠିବା ପାଇଁ କହିଥିଲେ । ସେ ଉଠିବାରୁ ତାଙ୍କୁ ବାହାରକୁ ଯିବା ପାଇଁ କହିଥିଲେ । ଲିସା ବାହାରକୁ ଯିବାର କାରଣ ପଚାରିବାରୁ, ଆପଣ ପୋଷାକ ପରିଧାନ ଠିକ୍ ଭାବେ କରି ନାହାନ୍ତି । ଏମିତି କି ଆପଣ ଅନ୍ତ୍ରବସ୍ତ୍ର ପିନ୍ଧି ନାହାନ୍ତି । ତେଣୁ ଆପଣ ଆପତ୍ତିଜନକ ପୋଷାକ ପରିଧାନ କରିଥିବାରୁ ବାହାରକୁ ଯିବା ପାଇଁ କହିଥିଲେ । ହେଲେ ଲିସା କୌଣସି କଥା ଶୁଣିବାକୁ ନାରାଜ । ଏହାକୁ ନେଇ ଉଭୟଙ୍କ ମଧ୍ୟ ବହୁ ସମୟ ଧରି ଯୁକ୍ତିତର୍କ ହୋଇଥିଲା । ଶେଷରେ ଯଦି ପୋଷାକ ଉପରେ ଜ୍ୟାକେଟ୍ ପିନ୍ଧନ୍ତି ତେବେ ଯାଇ ବିମାନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ବୋଲି କ୍ରୁ ମେମ୍ବର କହିଥିଲେ । କିନ୍ତୁ ଲିସା ନିଜ ଜିଦ୍‌ରେ ଅଟଳ ରହିଲେ । କୌଣସି ଉପାୟ ନ ପାଇ ଶେଷରେ କ୍ରୁ ମେମ୍ବରମାନେ ତାଙ୍କୁ ବିମାନରୁ ତଡ଼ି ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami