ପ୍ରେମିକଙ୍କ ଝିଅକୁ ବ୍ୟାଟେରି, ପେଚକଣ୍ଟା ଖୁଆଇ ମାରିଦେଲେ ପ୍ରେମିକା

Above Post Content

ନୂଆଦିଲ୍ଲୀ: ଆମେରିକାର ପେନ୍‌ସିଲ୍‌ଭେନିଆ ପ୍ରଦେଶରେ ଏକ ହୃଦୟ ଥରିଲା ଭଳି ଘଟଣା ଦେଖିବାକୁ ମିଳିଛି । ପ୍ରେମିକଙ୍କ ୧୮ ମାସର ଝିଅକୁ ପେଚକଣ୍ଟା,ବ୍ୟାଟେରି ଓ ନେଲପଲିସ୍ ରିମୁଭର ଖୁଆଇ ହତ୍ୟା କରିଛନ୍ତି ପ୍ରେମିକା । ଏହି ଘଟଣାରେ ପୋଲିସ ପ୍ରେମିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରେମିକା ଜଣକ ହେଲେ ୨୦ ବର୍ଷୀୟ ଆଲିସିଆ ଓୱେନ୍ । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

ପ୍ରେମିକଙ୍କ ଝିଅକୁ ପସନ୍ଦ କରୁ ନ ଥିଲେ ଆଲିସିଆ

After 2nd paragraph post ads
Middle post content

ପେନ୍‌ସିଲ୍‌ଭାନିଆର ନିୟୁ କାସେଲ୍‌ରେ ରୁହନ୍ତି ବେଲି ଜାକୋବି । ତାଙ୍କର ଗୋଟେ ଆଇରିସ୍ ରିତା ଆଲ୍‌ଫେରା ନାମକ ୧୮ ମାସର ଝିଅ ଥିଲେ । ବେଲି ୨୦ ବର୍ଷୀୟ ଆଲିସିଆ ଓୱେନ୍‌ଙ୍କୁ ବହୁତ ଭଲ ପାଉଥିଲେ । ହେଲେ ଆଲିସିଆ ବେଲିଙ୍କ ଝିଅକୁ ପସନ୍ଦ କରୁ ନ ଥିଲେ । ତାଙ୍କୁ କିପରି ବେଲିଙ୍କ ଜୀବନରୁ ହଟାଇବେ ସେନେଇ ଚିନ୍ତା କଲେ । ନେଟରେ ବିଭିନ୍ନ ଉପାୟ ଦେଖିଲେ । ଶେଷରେ କୁନି ଝିଅକୁ ନିୟମିତ ପେଚକଣ୍ଟା, ବ୍ୟାଟେରି ଓ ନେଲପଲିସ ରିମୁଭର ଖୁଆଇଲେ । ଧୀରେ ଧୀରେ ଝିଅର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା । ଅତି ଗୁରୁତର ହେବାରୁ ତାଙ୍କୁ ବେଲି ସଙ୍ଗେ ସଙ୍ଗେ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଲେ । ସେଠାରେ ଚିକିତ୍ସିତ ହୋଇଥିଲେ । ହେଲେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସି ନ ଥିଲା । ୪ ଦିନ ଚିକିତ୍ସିତ ହେବା ପରେ କୁନି ଝିଅର ମୃତ୍ୟୁ ହୋଇଥିଲା ।

ନେଟରୁ ଦେଖି ଝିଅକୁ କରିଥିଲେ ହତ୍ୟା

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଲା । ଝିଅର ରକ୍ତରେ ଏସିଟୋନ୍ ବିପଜ୍ଜନକ ସ୍ତରକୁ ବୃଦ୍ଧି ପାଇବାରୁ ତାର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଲା । ପୋଲିସ ଘଟଣାର ତଦନ୍ତ କରିବା ପରେ ଜାଣିଲା ଯେ, ବେଲିଙ୍କ ପ୍ରେମିକା ଆଲିସିଆ ଓୱେନ୍‌ଙ୍କ ଯୋଗୁଁ ହିଁ ତା’ର ମୃତ୍ୟୁ ଘଟିଛି । ଏହିସବୁ ଜିନିଷ ଖୁଆଇଲେ ପିଲାଙ୍କ ଶରୀରରେ କି ପ୍ରଭାବ ପଡ଼ିବ ସେ ମାସ ମାସ ଧରି ଅନ୍‌ଲାଇନ୍‌ରେ ସର୍ଚ୍ଚ କରିଥିଲେ । ପରେ ତାକୁ ଖୁଆଇଥିଲେ ବୋଲି ପୋଲିସ ଜାଣିପାରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami