ଶିଖେର ବଖାଣିଲେ ୮ କିଲୋମିଟର ଦୌଡି ଦୌଡି ଆସି ବିବାହ କରିବା ରହସ୍ୟ

Above Post Content

ମୁମ୍ବାଇ: ଅଭିନୟ ଦୁନିଆରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଅମିର ଖାନଙ୍କ ଝିଅ ଇରା ଖାନଙ୍କ ବିବାହକୁ ନେଇ ଏବେ ଖୁବ ଚର୍ଚ୍ଚା । ବିଶେଷ କରି ଗତ ୩ ତାରିଖରେ ଅମୀରଙ୍କ ଝିଅ ଇରା ଖାନ ତାଙ୍କର ଦୀର୍ଘ ଦିନର ପୁରୁଷ ବନ୍ଧୁ ନୁପୁର ଶିଖେର ଖେରଙ୍କ ସହ ପଞ୍ଜିକୃତ ବିବାହ କୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାହା ଠାରୁ ଅଧିକ ଚର୍ଚ୍ଚା ଏହାର ଷ୍ଟାଇଲକୁ ନେଇ । ସବୁ ଆୟୋଜନ ସହିତ ନୁପୁର ଘୋଡା ଉପରେ ବସି ବିବାହ ରୋଶଣୀରେ ସାମିଲ ହେବା ସହିତ , ୮ କିଲୋମିଟର ଦୌଡ଼ି ବିବାହ ରୋଷଣୀରେ ନାଚ ଓ ଝୁମିବା ସହ ସମସ୍ତ ଧାରା ଭାଙ୍ଗିଥିଲେ । ବତ୍ତର୍ମାନ ଏହି ନବ ଦମ୍ପତି ରାଜସ୍ଥାନ ଉଦୟପୁରର ଏକ ବଡ ରିସର୍ଟରେ ଆୟୋଜିତ ଉତ୍ସବ ଭିତରେ ବିବାହ କରୁଛନ୍ତି । ଇରା ଏବଂ ନୁପୁରଙ୍କ ଏହି ପାରମ୍ପରିକ ବିବାହର ପୂର୍ବ ବିବାହ ଗତ ୭ ତାରିଖରୁ ଆରମ୍ଭ ହୋଇଛି । ଏସବୁ ଭିତରେ ବିବାହ ର ଆୟୋଜନ ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଦେଖାଯାଉଛି ଯେ ଅମୀର ଖାନଙ୍କ ଜ୍ୱାଇଁ ନୁପୁର ବିବାହ ସ୍ଥଳେର ପହଞ୍ଚିବା ପାଇଁ ୮ କିଲୋମିଟର ଦୌଡିଛନ୍ତି । ଏଥି ସହ ନୁପୁର ବିବାହ ଶୋଭାଯାତ୍ରାରେ ରହିବା ପରିବର୍ତ୍ତେ କାହିଁକି ବିବାହ ସ୍ଥାନକୁ ୮କେିଲାମିଟର ଦୌଡିଛନ୍ତି ତାହା ପ୍ରକାଶ କରିଛନ୍ତି ।

Middle post content

ନିରୁତାଭାବପ୍ରବଣ ହେଉଛି ମୁଖ୍ୟ କାରଣ

After 2nd paragraph post ads

ନୁପୁର କହିଛନ୍ତି ଯେ ମୁଁ ମୋ ଘରୁ ଇରାଙ୍କ ଘରକୁ ଦୌଡୁଥିଲି । ଏହି ୮ କିମି ରାସ୍ତା ସହିତ ମୋର ଏକ ବିଶେଷ ପରିଚିତି ଅଛି । ନିରୁତାଭାବପ୍ରବଣ ହେଉଛି ମୁଖ୍ୟ କାରଣ । ଇରା ଉଦୟପୁରରେ ଆୟୋଜିତ ହୋଇଥିବା ତାଙ୍କ ଗ୍ରାଣ୍ଡ ବିବାହର ନିମନ୍ତ୍ରଣ କାଡର୍କୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି କାଡର୍ରେ ଦମ୍ପତିଙ୍କର ସମସ୍ତ କାର୍ଯ୍ୟର ବିବରଣୀ ଉଲ୍ଲେଖ କରାଯାଇଛି । ଜାନୁଆରୀ ୭ର ୱେଲକମ ଡିନର ସହିତ କାର୍ଯ୍ୟ ଆରମ୍ଭ ହେବ । ଏହାପରେ ଜାନୁଆରୀ ୮ର ସକାଳ ଓ ପୂର୍ବାହ୍ନ ରେ ମେହେନ୍ଦୀ ଓ ଅନ୍ୟ ସୂଚନା ଅଛି । ଏହି ଦମ୍ପତି ନିଜ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ପାଇଁ ରାତି ୧୦ଟାରେ ସ୍ୱତନ୍ତ୍ର ପାର୍ଟିର ପ୍ଲାନ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami