ଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କ’ଣ ପାଇଁ କାବୁଲ ଛାଡିବା ପୂର୍ବରୁ ନିଜ ପତ୍ନୀ ଓ ଝିଅର ଚିତ୍ର ପୋଡି ଦେଇଥିଲେ ?

Above Post Content

ପାକିସ୍ତାନୀ ବାୟୁ ସେନା ସାହାଯ୍ୟରେ ତାଲିବାନ ପଂଜଶୀରକୁ ନିଜ ନିୟନ୍ତ୍ରଣକୁ ନେଇଛି । ତାଲିବାନର ଏହି ଦାବିକୁ କିନ୍ତୁ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-ଏନଆରଏଫ୍ ଅସ୍ୱୀକାର କରୁଛି । ତେବେ ଗୋଟିଏ କଥା ସତ ଯେ, ପାକିସ୍ତାନୀ ଡ୍ରୋନ୍ ଆକ୍ରମଣରେ ଏନଆରଏଫର ଗଡ଼ ଭୁସୁଡି ପଡିଛି । ଏହାରି ଭିତରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନକୁ ପଳାୟନ କରିଥିବା ଖବର ଆସିବାରେ ଲାଗିଛି । ରବିବାର ପଂଜଶୀରର ପତନ ପୂର୍ବରୁ ସାଲେହଙ୍କର ଗୋଟିଏ ଆର୍ଟିକାଲ ବ୍ରିଟିଶ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏଥିରେ ସେ ନିଜର ଓ ପରିବାରର ସୁରକ୍ଷାକୁ ନେଇ କେତେ ଚିନ୍ତିତ ଥିଲେ ତାକୁ ଉଲ୍ଲେଖ କରିଥିଲେ ।

କାବୁଲ ଛାଡିବା ବେଳେ ପତ୍ନୀ ଓ ଝିଅର ଫଟୋ ପୋଡିଥିଲେ

After 2nd paragraph post ads

ଅଗଷ୍ଟ ୧୫ ତାରିଖ ଦିନ ତାଲିବାନ କାବୁଲ ମଧ୍ୟକୁ ପ୍ରବେଶ କରିଥିଲା । ଏହି ସମୟରେ ରାଷ୍ଟ୍ରପତି ଓ ତାଙ୍କ ସମର୍ଥକ ନିଜ ଜୀବନ ବଂଚାଇ ଦେଶ ଛାଡି ପଳାୟନ କରିଥିଲେ । କିନ୍ତୁ ସାଲେହ ଦେଶ ନଛାଡି ତାଲିବାନର ମୁକାବିଲା କରିବାକୁ ପ୍ରତିଜ୍ଞା କରିଥିଲେ । ତାଲିବାନ ଯେତେବେଳେ କାବୁଲ ମଧ୍ୟକୁ ପ୍ରବେଶ କଲା ସେତେବେଳେ କ’ଣ ଘଟିଥିଲା ସେ ବାବଦରେ ସାଲେହ ନିଜ ଲେଖାରେ ଲେଖିଛନ୍ତି । ସାଲେହଙ୍କ ଅନୁସାରେ ତାଲିବାନ କାବୁଲକୁ ପ୍ରବେଶ କରିବା ସମୟରେ ଜଣେ ମଧ୍ୟ ସୈନିକ କାବୁଲରେ ନଥିଲେ । ସେ ସୈନିକଙ୍କୁ ଏଥିପାଇଁ ଦାୟୀ କରି ନାହାନ୍ତି । ସେମାନଙ୍କ ନେତୃତ୍ୱ ନେଉଥିବା ଜେନରାଲ ମାନେ ସୈନିକଙ୍କୁ ଲଜ୍ଜିତ କରାଇଥିଲେ ବୋଲି କହିଛନ୍ତି । ସେହି ଘଟଣାବହୁଳ ସମୟରେ କାବୁଲ ପୋଲିସ ମୁଖ୍ୟ ତାଙ୍କୁ ତାଲିବାନ ମୁକାବିଲା ପାଇଁ କିଛି କମାଣ୍ଡୋ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ସାଲେହଙ୍କ ପାଖରେ କୌଣସି କମାଣ୍ଡୋ ନଥିଲେ । ସେହି ପୋଲିସ ମୁଖ୍ୟଙ୍କୁ ମନେ ପକାଇ ସାଲେହ ଲେଖିଛନ୍ତି ଯେ, ସେହି ବାହାଦୁର ପୋଲିସ ମୁଖ୍ୟ ଯେଉଁଠି ଥିବା ସୁରକ୍ଷିତ ଥାନ୍ତୁ ।

ରାଷ୍ଟ୍ରପତି ଭବନରୁ ନିଜ ଘର

ରାଷ୍ଟ୍ରପତି ଭବନରୁ ତା’ପରେ ସାଲେହ ନିଜ ଘରକୁ ଯାଇଥିଲେ । ସେଠାରେ ସେ ପ୍ରଥମ କାମ ଭାବେ ନିଜ ପତ୍ନୀ ଓ ଝିଅର ଫଟୋକୁ ପୋଡି ନଷ୍ଟ କରି ଦେଇଥିଲେ । କାରଣ ସେ ଚାହୁଁନଥିଲେ ଯେ, ତାଙ୍କ ଝିଅ କିମ୍ବା ପତ୍ନୀଙ୍କ ଫଟୋ ବର୍ବର ତାଲିବାନ ହାତରେ ପଡୁ । ମହିଳାଙ୍କ ପ୍ରତି ତାଲିବାନର ଅତ୍ୟାଚାର ଓ ବ୍ୟବହାର ବାବଦରେ ସାଲେହ ଭଲ ଭାବରେ ଅବଗତ ଥିବାରୁ ଯେମିତି କେହି ସେହି ଫଟୋରୁ ତାଙ୍କ ପତ୍ନୀ ଓ ଝିଅଙ୍କୁ ନଚିହ୍ନନ୍ତୁ ସେଥିପାଇଁ ସେ ଫଟୋକୁ ଜାଳି ଦେଇଥିଲେ । ଏହାପରେ ସେ ନିଜ ବ୍ୟକ୍ତିଗତ ଲାପଟପକୁ ନେଇ ସେଠାରୁ ପଂଜଶୀର ଅଭିମୁଖେ ବାହାରିଥିଲେ ।

Middle post content

ମୋ ମୁଣ୍ଡକୁ ଦୁଇଟି ଗୁଳି ମାରିବ

ଏହା ଥିଲା ସାଲେହଙ୍କର ନିଜ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଆଦେଶ । ନିଜ ଘରୁ ପଂଜଶୀର ଅଭିମୁଖେ ବାହାରିବା ବେଳେ ସାଲେହ କୋରାନ ଆଣି ମୁଖ୍ୟ ସୁରକ୍ଷା ଅଧିକାରୀ ରହିମଙ୍କ ଆଗରେ ରଖିଥିଲେ । କୋରାନରେ ହାତ ରଖିବାକୁ ରହିମଙ୍କୁ ସେ କହିଥିଲେ । ପଂଜଶୀର ଯିବା ରାସ୍ତାରେ ତାଲିବାନୀ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ହେବା ବେଳେ ଯଦି ସେ ଆହତ ହୁଅନ୍ତି ତେବେ ତାଙ୍କ ମୁଣ୍ଡକୁ ଦୁଇଟି ଗୁଳି ମାରିବାକୁ ସେ ରହିମଙ୍କୁ କହିଥିଲେ । ସେ ରହିମଙ୍କୁ କହିଥିଲେ ଯେ, ତାଲିବାନ ଆଗରେ ମୁଣ୍ଡ ନୁଆଁଇବାକୁ ମୁଁ ଚାହୁଁନିତେଣୁ ଯଦି ମୁଁ ଆହତ ହୁଏ ତେବେ ତୁମେ ମୋ ମୁଣ୍ଡକୁ ଦୁଇଟି ଗୁଳି ମାରିଦେବ ।

ପଳତାକ ନେତା ନିଜ ଦେଶକୁ ଦଗା ଦେଇଛନ୍ତି

ସାଲେହ ଆହୁରି ମଧ୍ୟ ଲେଖିଛନ୍ତି ଯେ, କାବୁଲ ଉପରେ ତାଲିବାନ କବଜା ପୂର୍ବରୁ ଗୁଇନ୍ଦା ବିଭାଗ ମୁଖ୍ୟ ମୋ ପାଖକୁ ଆସିଥିଲେ । ଆଉ କହିଥିଲେ ଆପଣ ଯେଉଁଆଡେ ଯିବେ ମୁଁ ଆପଣଙ୍କ ସହିତ ଯିବି । ଆମେ ଏକାଠି ତାଲିବାନ ବିରୋଧରେ ଲଢେଇ କରିବା । ଯଦି ତାଲିବାନ ଆମ ରାସ୍ତା ରୋକେ ତେବେ ମଧ୍ୟ ଆମେ ଏକାଠି ଯୁଦ୍ଧ ଲଢିବାଯେଉଁ ନେତା ମାନେ ଦେଶ ଛାଡି ବିଦେଶରେ ହୋଟେଲରେ ଅଛନ୍ତି ସେମାନେ ନିଜ ଦେଶ ଦେଶ ସହିତ ଦଗା କରିଛନ୍ତି । ଏବେ ସେମାନେ ବିଦେଶର ବସି ଜନତା ବିଦ୍ରୋହ କରୁ ବୋଲି ଚାହାନ୍ତି । ଯଦି ଆମେ ତାଲିବାନ ବିରୋଧରେ ବିଦ୍ରୋହ ଚାହୁଁଛେ ତେବେ ଦେଶ ଭିତରେ ହିଁ ରହି ବିଦ୍ରୋହର ନେତୃତ୍ୱ ନେବାକୁ ପଡିବ ।

ତାଜିକସ୍ତାନରେ ସାଲେହ

ସାଲେହ ଏବେ ତାଜିକସ୍ତାନରେ ଥିବା କୁହାଯାଉଛି । ତାଲିବାନ ପଂଜଶୀରର ମୁଖ୍ୟାଳୟ ଉପରେ ନିଜ ପତାକା ଉଡାଇଥିବା ବେଳେ ବିଦ୍ରୋହୀ ପାହାଡ ଉପରକୁ ଚାଲି ଯାଇଥିବା କୁହାଯାଉଛି । ଏହା ଭିତରେ ଅହମ୍ମଦ ମସୁଦ ଦୁଇଟି ପାକ୍ ବିମାନକୁ ଗୁଳି କରି ଖସାଇଥିବା ଦାବି କରିଛନ୍ତି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami