୧୯ ଛୁଆଙ୍କୁ ଜନ୍ମ ଦେଲେଣି ସିଙ୍ଗଲ ମଦର, ଏବେ ପୁଣି ଗର୍ଭବତୀ

Above Post Content

କଲମ୍ବିଆ: କୁହାଯାଏ ନାରୀ ଜନ୍ମର ସାର୍ଥକତା ସନ୍ତାନ ଜନ୍ମ କରିବାରେ ଥାଏ । ତାଛଡା ଘର ପରିବାର ବଢିବା ପାଇଁ ମଧ୍ୟ ସନ୍ତାନ ଜନ୍ମ କରିବାର ଆବଶ୍ୟକ ଥାଏ । ସେଥିଲାଗି ଆମ ସମାଜରେ ବିବାହ ପରମ୍ପରା ରହିଛି । ସନ୍ତାନ ଜନ୍ମ କରିବା ଭାଗ୍ୟର ସଙ୍କେତ । ଅନେକ ମହିଳା ପିଲାଟିଏ ପାଇବା ପାଇଁ କେତେ ଦିଅଁଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ କଲମ୍ବିଆରେ ଏବେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି, ଜଣେ ମହିଳା ଏପର୍ଯ୍ୟନ୍ତ ୧୯ ସନ୍ତାନଙ୍କୁ ଜନ୍ମ ଦେଇସାରିଲେଣି । ଏବେ ତାଙ୍କର ୨୦ତମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ମହିଳା ବିବାହ ନ କରି ୨୦ ସନ୍ତାନର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

୨୦ତମ ସନ୍ତାନକୁ ଜନ୍ମ ଦେବେ ମାର୍ଥା

After 2nd paragraph post ads
Middle post content

୩୯ ବର୍ଷୀୟା ମାର୍ଥା ନାମକ ଜଣେ ମହିଳା କଲମ୍ବିଆରେ ରୁହନ୍ତି । ମାର୍ଥା ୧୯ଟି ପିଲାର ମାଆ ଅଟନ୍ତି । ଏବେ ସେ ତାଙ୍କର ୨୦ତମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ମାର୍ଥା ତାଙ୍କର ସମସ୍ତ ପିଲାଙ୍କ ଲାଳନପାଳନ କରିଥାନ୍ତି । ଆଗକୁ ସେ ଆହୁରି ଅଧିକ ସନ୍ତାନର ମାଆ ହେବାକୁ ଚାହାଁନ୍ତି । ଏନେଇ ମାର୍ଥା କହିଛନ୍ତି ଯେ, ସେ ମାଆ ହେବାକୁ ପସନ୍ଦ କରନ୍ତି । ଯେ ପର୍ଯ୍ୟନ୍ତ ସେ ସନ୍ତାନ ଜନ୍ମ କରିବା ପାଇଁ ସକ୍ଷମ ଥିବେ ସେ ପର୍ଯ୍ୟନ୍ତ ଜନ୍ମ କରିବେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମାର୍ଥା ଏହାକୁ ଏକ ଲାଭଜନକ ବ୍ୟବସାୟ ବୋଲି ମଧ୍ୟ କହୁଛନ୍ତି । ସେ କହିଛନ୍ତି, ପ୍ରକୃତରେ ଜଣେ ମା’ ହେବା ଏକ ବ୍ୟବସାୟ ପରି । ସେ ପ୍ରତ୍ୟେକ ପିଲାଙ୍କ ପାଇଁ ସରକାରଙ୍କଠାରୁ ଆର୍ôଥକ ସହାୟତା ପାଆନ୍ତି । ଏହା ତାଙ୍କୁ ଅଧିକ ସନ୍ତାନ ପ୍ରାପ୍ତ କରିବାକୁ ପ୍ରେରଣା ଦେଇଥାଏ ।

ମାସକୁ ୪୨ ହଜାର ଟଙ୍କା ପାଆନ୍ତି ମାର୍ଥା

ପ୍ରତ୍ୟେକ ପିଲାଙ୍କୁ ଲାଳନପାଳନ କରିବାରେ ସରକାର ତାଙ୍କୁ ସାହାଯ୍ୟ କରନ୍ତି । ସେ ତାଙ୍କର ବଡ଼ ପିଲା ପାଇଁ ପ୍ରାୟ ୬୩୦୦ ଟଙ୍କା ଏବଂ ସାନ ପାଇଁ ୨୫୦୦ ଟଙ୍କା ମାସକୁ ପାଇଥାନ୍ତି । କଲମ୍ବିଆ ସରକାର ପ୍ରତି ମାସରେ ମାର୍ଥାଙ୍କୁ ପ୍ରାୟ ୪୨୦୦୦ ଟଙ୍କା ଦିଅନ୍ତି । କେବଳ ସେତିକି ନୁହେଁ, ମାର୍ଥା ସ୍ଥାନୀୟ ଚର୍ଚ୍ଚ ଏବଂ ପଡ଼ୋଶୀମାନଙ୍କଠାରୁ ମଧ୍ୟ ସାହାଯ୍ୟ ପାଇଥାଆନ୍ତି । ସେ ୧୯ ପିଲାଙ୍କ ସହ ତିନି ବଖରା ବିଶିଷ୍ଟ ଘରେ ରହୁଛନ୍ତି । ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ଆଗକୁ ଆଉ ଅଧିକ ସନ୍ତାନ ଜନ୍ମ ଦେବାକୁ ଇଛା ରଖିଛନ୍ତି ମାର୍ଥା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami