ମଧୁବାଲାଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

Above Post Content

ମୁମ୍ବାଇ: ଭାରତର କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀ ଉପରେ ଖୁବ୍‌ଶୀଘ୍ର ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି । ‘ଡାର୍ଲିଂ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ଚିତ୍ର ନିର୍ମାତା ଜସ୍ମିତ କେ. ରିନ୍ ଏହି ଜୀବନୀ ଚଳଚ୍ଚିତ୍ରର ସଞ୍ଚାଳନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି । ଉକ୍ତ ବାୟୋପିକ୍ ସମ୍ପର୍କରେ ସୋନି ପିକ୍ଚର୍ସ ଇଣ୍ଟରନ୍ୟାଶନାଲ ପ୍ରଡକ୍‌ଶନ୍ସ ପକ୍ଷରୁ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡଲ୍‌ରେ ଘୋଷଣା କରାଯାଇଛି । ବଲିଉଡ୍‌ର ଅନ୍ୟତମ ସବୁଠୁ ଆଇକନିକ୍ ତାରକାଙ୍କ ଚିର ଆକର୍ଷଣୀୟ ଏବଂ ସମସ୍ତଙ୍କ ହୃଦୟକୁ ବାନ୍ଧିରଖିବା ଭଳି କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆମେ ପ୍ରସ୍ତୁତ ବୋଲି ଷ୍ଟୁଡିଓ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି ।

Middle post content

ମଧୁବାଲାଙ୍କର ମାତ୍ର ୩୬ ବର୍ଷରେ ହୋଇଥିଲା ପରଲୋକ

After 2nd paragraph post ads

ହିନ୍ଦୀ ସିନେମାର ସୁବର୍ଣ୍ଣ ଯୁଗରେ ଆଗଧାଡ଼ିର ଅଭିନେତ୍ରୀଙ୍କ ମଧ୍ୟରେ ମଧୁବାଲା ଅନ୍ୟତମ । ତାଙ୍କର ସଂକ୍ଷିପ୍ତ ଅଭିନୟ ଜୀବନକାଳରେ ‘ମିଷ୍ଟର ଏବଂ ମିସେସ୍ ୫୫’, ‘ଚଲତି କା ନାମ୍ ଗାଡ଼ି’, ‘କାଲାପାନି’, ‘ହାୱଡ଼ା ବ୍ରିଜ୍‌’ ଏବଂ ‘ମୋଗଲ-ଇ-ଆଜମ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୬୯ରେ ମାତ୍ର ୩୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ଆଲିଆ ଭଟ୍ଟ ଅଭିନୀତ ଚଳଚ୍ଚିତ୍ର ‘ଡାର୍ଲିଂ’ରେ ପ୍ରଥମ ନିର୍ଦ୍ଦେଶନା ଦେଇଥିବା ରିନ୍ ଉକ୍ତ ବାୟୋପିକ୍ ପ୍ରୋଜେକ୍ଟ ସମ୍ପର୍କରେ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami