କାର ସହ ପିଟି ହେଲା ବିମାନ, ଜଳିଗଲେ ଯାତ୍ରୀ

Above Post Content

ଦକ୍ଷିଣ-ପଶ୍ଚିମ ଫ୍ଲୋରିଡାର ଇଣ୍ଟରଷ୍ଟେଟ୍ ୭୦ ଜାତୀୟ ରାଜପଥରେ ଘଟିଲା ଅଘଟଣ । ଚଳନ୍ତା କାର ସହ ପିଟି ହେଲା ବିମାନ । ଜଳିଗଲେ ଦୁଇ ଯାତ୍ରୀ । ବିମାନଟି ଏମରଜେନ୍ସି ଲ୍ୟାଣ୍ଡିଂ କରୁଥିବା ବେଳେ ଚଳନ୍ତ କାର ସହ ଧକ୍କା ହୋଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଦୁଇ ଜଣ ଯାତ୍ରୀ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ୩ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ବିମାନଟି ହୁ ହୁ ହୋଇ ଜଳୁୁଥିବା ଦେଖିବାକୁ ମିଳିଛି ।

Middle post content

ଜାତୀୟ ରାଜପଥରେ କରିଥିଲା ଏମରଜେନ୍ସି ଲ୍ୟାଣ୍ଡିଂ

After 2nd paragraph post ads

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ବମ୍ବାର୍ଡିୟର ଚ୍ୟାଲେଞ୍ଜର ୬୦୦ ସିରିଜର ଥିଲା । ଏହା କଲମ୍ବସ, ଓହିଓରୁ ଓହିଓ ଷ୍ଟେଟ୍ ୟୁନିର୍ଭସିଟିରୁ ନେପ୍ଲସ ଯାଉଥିଲା । ବିମାନରେ ପାଇଲଟଙ୍କୁ ମିଶାଇ ୫ ଜଣ ଯାତ୍ରୀ ଥିଲେ । ବିମାନ ନେପଲ୍ସ ମ୍ୟୁନିସିପାଲିଟି ବିମାନବନ୍ଦରରେ ଅବତରଣ କରିବାର ପ୍ରାୟ ୨ ମିନିଟ୍ ପୂର୍ବରୁ ପାଇଲଟ୍ ରେଡିଓ ମାଧ୍ୟମରେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣକୁ ବିପଦ ଥିବା ନେଇ ସୂଚନା ଦେଇଥିଲେ । ବିମାନର ଉଭୟ ଇଞ୍ଜିନ ଖରାପ ହୋଇଯାଇଛି ବୋଲି ପାଇଲଟ୍ କହିଥିଲେ । ଏହି ସମୟରେ ସେ ଜରୁରୀ ଅବତରଣ ପାଇଁ ଅନୁରୋଧ କରିଥିଲେ । କେବଳ ସେତିକି ନୁହେଁ ବିମାନଟିକୁ ରନ୍‌ୱେ ଯାଏଁ ମଧ୍ୟ ନେଇ ଯାଇପାରିବା କଷ୍ଟକର ବୋଲି ସୂଚନା ଦେଇଥିଲେ ପାଇଲଟ୍ । ଏହାପରେ ତୁରନ୍ତ ଏୟାର ଟ୍ରାଫିକ୍ ନିୟନ୍ତ୍ରକ ବିମାନଟିକୁ ରାଜପଥରେ ଅବତରଣ କରିବାକୁ ଅନୁମତି ଦେଇଥିଲେ । ତେବେ ବିମାନଟି ନିରାପଦ ଭାବେ ଲ୍ୟାଣ୍ଡିଂ କରିବାକୁ ପାଇଲଟ୍ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ । ଏହି ଘଟଣା ପରେ ଜାତୀୟ ରାଜପଥ ପୂରା ବ୍ଲକ ହୋଇଯାଇଥିଲା । ଯାତାୟତରେ ବାଧା ଉପୁଯିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଅଗ୍ନିଶମ ବାହିନୀ ସମେତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami