ସର୍ବାଧିକ ରବର ବତକ ସଂଗ୍ରହ କରି ରେକର୍ଡ଼

Above Post Content

ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଁଥାନ୍ତି । ଏଥିଲାଗି ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ କିଛି ଲୋକ ରେକର୍ଡ କରିବା ନିଶାରେ କେତେ କ’ଣ ଅଜବ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ଆମେରିକାର ଜଣେ ମହିଳାଙ୍କ ପିଲା ଦିନର ନିଶା ଏବେ ତାଙ୍କୁ ବିଶ୍ୱ ରେକର୍ଡ଼ କରାଇଛି । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ।

ଅନ୍ୟ ଖେଳନା ଅପେକ୍ଷା ରବର ବତକ ଥିଲା ବେଶୀ ପସନ୍ଦ

After 2nd paragraph post ads
Middle post content

୫୪ ବର୍ଷୀୟା ଚାର୍ଲୋଟ୍ ଲି ଆମେରିକାର ସିଆଟଲ ବାସିନ୍ଦା । ପିଲା ଦିନେ ସେ ବତକ କଣ୍ଢେଇକୁ ବହୁତ ଭଲ ପାଉଥିଲେ । ଅନ୍ୟ ଖେଳନା ଅପେକ୍ଷା ସେ ରବର ବତକରେ ଖେଳିବାକୁ ଅଧିକ ପସନ୍ଦ କରୁଥିଲେ । ଏହି ରବର ବତକକୁ ଏତେ ଭଲ ପାଉଥିଲେ ଯେ, ତାକୁ ଘରେ ସାଇତି ରଖୁଥିଲେ । ଏବେ ସେଇ ପିଲାଦିନର ନିଶା ତାଙ୍କୁ ବିଶ୍ୱ ରେକର୍ଡ଼ କରିଛି । ଚାର୍ଲୋଟ କେବେ କଳ୍ପନା ସୁଦ୍ଧା କରିନଥିଲେ କି ସେ ଦିନେ କୌଣସି ବିଶ୍ୱ ରେକର୍ଡର ଅଧିକାରିଣୀ ହେବେ । ତେବେ ପିଲାଦିନେ ରବର ନିର୍ମିତ ବତକ କଣ୍ଢେଇକୁ ପାଖରେ ରଖିବାର ସଉକ ରଖିଥିବା ଚାର୍ଲୋଟ ବିଶ୍ୱରେ ସର୍ବାଧିକ ବତକ କଣ୍ଢେଇ ସଂଗ୍ରହ କରିବାର ଗିନିସ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ।

ସାଙ୍ଗମାନେ ଦିଅନ୍ତ ବତକ ଉପହାର

୧୯୯୬ ମସିହାରେ ନିଜର ସ୍ନାନାଗାର ସଜାଇବାକୁ ସେ ପ୍ରଥମେ ଗୋଟିଏ ରବର ବତକ କିଣିଥିଲେ । ପରେ ଆଉ ସାତଟି ରବର ବତକ ଆଣିଲେ । ତାକୁ ଏହି କଣ୍ଢେଇ ଏତେ ଭଲ ଲାଗିଲା ଯେ, ସଂଗ୍ରହ କରିବାକୁ ଲାଗିଲେତାଙ୍କ ଘରକୁ ଆସୁଥିବା ବନ୍ଧୁମାନେ ତାଙ୍କର ଏହି ସଉକ ଦେଖି ତାଙ୍କୁ ଜନ୍ମଦିନରେ ଓ ଖ୍ରୀଷ୍ଟମାସ ବେଳେ ରବର ବତକ କଣ୍ଢେଇ ଉପହାର ଦେବା ଆରମ୍ଭ ତ୍କଲେ । ଫଳରେ ବତକ କଣ୍ଢେଇ ସାଇତିବା ନିଶା ଆହୁରି ବଢିବାକୁ ଲାଗିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଚାର୍ଲୋଟ୍‌ଙ୍କ ପାଖରେ ୫,୬୩୧ଟି ରବର ବତକ ରହିଛି । ତାଙ୍କର ଏହି ସଂଗ୍ରହ ଏବେ ବି ଜାରି ରହିଛି । ଏମିତି କି ତାଙ୍କର ବନ୍ଧୁମାନେ ତାଙ୍କୁ ନୂଆ ନୂଆ ରବର ବତକ ଖୋଜି ଆଣି ଦେଉଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami