ମହାପ୍ରଭୁଙ୍କ ପାଖରେ ଭୋଗ ହେବ ଅର୍ପଣ ଚାଉଳ, ଶ୍ରୀମନ୍ଦିର ନୀତି ସବକମିଟିର ନିଷ୍ପତ୍ତି

Above Post Content

ପୁରୀ: ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିହେବ ଅର୍ପଣ ଚାଉଳ । ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳ ପ୍ରସଙ୍ଗରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ନୀତି ସବକମିଟି । ଆସନ୍ତା ରବିବାର ସଂଗୃହୀତ ଚାଉଳ ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଇ ଲାଗି ହେବ । ଆଉ ସେହି ଅର୍ପଣ ଚାଉଳରେ ଖେଚୁଡ଼ି, କାନିକା ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ବାହାର ପାର୍ଶ୍ୱରେ ଭକ୍ତଙ୍କୁ ବଣ୍ଟାଯିବ ।

Middle post content

ଚାଉଳର ମାନ ନିର୍ଦ୍ଦାରଣ କରିବ କମିଟି

After 2nd paragraph post ads

ଏହି କାର୍ଯ୍ୟକ୍ରମ ସାତଦିନ ଧରି ଚାଲିବ । ଚାଉଳର ମାନ ନିର୍ଦ୍ଦାରଣ ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ସୁଆର, ମହାସୁଆର ନିଯୋଗ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ରହିଛନ୍ତି । ସେମାନେ ଚାଉଳର ମାନ ଯାଞ୍ଚ କରିବା ପରେ ମହାପ୍ରଭୁଙ୍କ ଲାଗି ଭୋଗ ପ୍ରସ୍ତୁତ କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଗାଁ ଗାଁ ବୁଲି ଅର୍ପଣ ରଥ ସଂଗ୍ରହ କରିଥିଲା ଚାଉଳ । ଗାଁଠୁ ସହର ସବୁଠି ଝୋଟି ମୁରୁଜ ପକାଇ ମହିଳାମାନେ ଏହି ରଥକୁ ସ୍ୱାଗତ କରିଥିଲେ । ସଂକୀର୍ତ୍ତନ ମଣ୍ଡଳୀ ରଥକୁ ସଂକୀର୍ତ୍ତନ କରି ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ସଂଗୃହୀତ ଚାଉଳକୁ ପ୍ରତ୍ୟକ ପଞ୍ଚାୟତସ୍ତରରେ ଥିବା ମନ୍ଦିରରେ ସୁରକ୍ଷିତ ଭାବେ ରଖାଯାଇଥିଲା । ଏବେ ସେହି ଚାଉଳରେ ମହାପ୍ରଭୁଙ୍କ ପାଇଁ ଭୋଗ ପ୍ରସ୍ତୁତ କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami