ପ୍ରଭୁ ଶ୍ରୀରାମଙ୍କୁ ଅପମାନିତ କରି ବିବାଦରେ ନୟନତାରା

Above Post Content

ମୁମ୍ବାଇ: ବିବାଦରେ ତାମିଲ ଚଳଚ୍ଚିତ୍ର ‘ଅନ୍ନପୁର୍ଣ୍ଣୀ’ । ଫିଲ୍ମରେ ଭଗବାନ ରାମଙ୍କୁ ଅସମ୍ମାନ କରାଯାଇଥିବା ନେଇ ହୋଇଛି ଅଭିଯୋଗ । ବିବାଦ ମଧ୍ୟରେ ନେଟଫ୍ଲିକ୍ସରୁ ହଟାଇ ଦିଆଗଲା ଫିଲ୍ମ । ଫିଲ୍ମରେ ମୁଖ୍ୟ ଭୂମିକାରେ ନୟନତାରା କାମ କରିଥିବା ବେଳେ ଏବେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଏଥିସହିତ ଫିଲ୍ମର ନିର୍ଦ୍ଦେଶକ-ପ୍ରଯୋଜକ ଓ ନେଟଫ୍ଲିକ୍ସ ଇଣ୍ଡିଆର କଣ୍ଟେଣ୍ଟ ହେଡ୍ ମୋନିକା ଶେରଗିଲଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶର ଜବଲପୁରରେ ଏତଲା ରୁଜୁ ହୋଇଛି । ଅଭିଯୋଗ ହୋଇଛି ଯେ, ଫିଲ୍ମରେ ପ୍ରଭୁ ରାମଙ୍କୁ ଅପମାନିତ କରାଯାଇଛି । ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି । ଏହା ସହ ଫିଲ୍ମ ମାଧ୍ୟମରେ ‘ଲଭ୍ ଜିହାଦ୍‌’ କୁ ପ୍ରୋତ୍ସାହିତ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

Middle post content

ବିବାଦ ବଢ଼ିବାରୁ ନେଟଫ୍ଲିକ୍ସରୁ ହଟିଲା ଫିଲ୍ମ

After 2nd paragraph post ads

ଏହି ଫିଲ୍ମର କିଛି ଦୃଶ୍ୟକୁ ନେଇ ଅଧିକ ବିବାଦ ଦେଖାଦେଇଛି । ଗୋଟିଏ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ମନ୍ଦିରର ପୁରୋହିତଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ନୟନତାରା ବିରିୟାନି ତିଆରି କରିବା ପୂର୍ବରୁ ହିଜାବ ପିନ୍ଧି ନମାଜ ପଢ଼ୁଛନ୍ତି । ଅନ୍ୟ ଏକ ଦୃଶ୍ୟରେ ନୟନତାରାରଙ୍କ ବନ୍ଧୁ ତାଙ୍କୁ ମାଂସ କାଟିବାକୁ ଉତ୍ସାହିତ କରିବା ସହ ଦାବି କରୁଛନ୍ତି ଯେ ପ୍ରଭୁ ରାମ ଏବଂ ମାତା ସୀତା ମଧ୍ୟ ବନବାସ ସମୟରେ ମାଂସ ଖାଇଥିଲେ । ଏସବୁ ଦୃଶ୍ୟ ଦେଖି ଏବେ ହିନ୍ଦୁ ସେବା ପରିଷଦ ଏତଲା ରୁଜୁ କରିଛି । ଉଲ୍ଲେଖଯୋଗ୍ୟ, ଏହି ଫିଲ୍ମଟି ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ପରେ ଏହାର ଷ୍ଟ୍ରିମିଂ ଡିସେମ୍ବର ୨୯ରୁ ନେଟଫ୍ଲିକ୍ସରେ ଆରମ୍ଭ ହୋଇଥିଲା । ଓଟିଟିରେ ରିଲିଜ୍ ହେବାର ମାତ୍ର ଏକ ସପ୍ତାହ ପରେ, ଏହି ଫିଲ୍ମକୁ ବିରୋଧ କରାଯାଇଥିଲା । ଏହି ଫିଲ୍ମଟି ହିନ୍ଦୁ ବିରୋଧୀ ବୋଲି ଲୋକମାନେ ଦାବିକରିଥିଲେ । ବିବାଦ ବଢ଼ିବା ଦେଖି ଏବେ ନେଟଫ୍ଲିକ୍ସ ଫିଲ୍ମକୁ ହଟାଇ ଦେଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami