ayodhya ram mandir Inauguration

ଅନେକ ସେଲିବ୍ରିଟିଙ୍କୁ ମିଳିନି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ

ମୁମ୍ବାଇ: ଦେଶବାସୀଙ୍କ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାସ୍ଥିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ପ୍ରତିଷ୍ଠା କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ରାଜନେତା,ବିଶିଷ୍ଟଙ୍କଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଆଉ ସମସ୍ତେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଲିବ୍ରିଟିମାନଙ୍କ ଫଟୋ ଏବଂ ଭିଡିଓ …

ଅନେକ ସେଲିବ୍ରିଟିଙ୍କୁ ମିଳିନି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ Read More »

୧୦୧ କେଜି ସୁନା ଦାନ କରିଛନ୍ତି ହୀରା ବ୍ୟବସାୟୀ

ଅଯୋଧ୍ୟା: ଆଜି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଧୂମ୍‌ଧାମ୍‌ରେ ଆୟୋଜିତ ହେଉଛି । ଏହି ମନ୍ଦିରକୁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ବିଶେଷ ଉପହାରମାନ ପ୍ରଦାନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ୧୦୮ ଫୁଟ ଲମ୍ବର ଧୂପକାଠି, ୨୪ କ୍ୱିଣ୍ଟାଲ ଓଜନର ଘଣ୍ଟି, ୧୧ କ୍ୱିଣ୍ଟାଲ୍ ଓଜନର ବିଶାଳ ଦୀପ, ସୁନାର ଅଳଙ୍କାର, ସୁନାର କଠଉ, ୧୦ ଫୁଟ୍ ଉଚ୍ଚର ତାଲା, ଏକକାଳୀନ ୮ଟି ଦେଶର ସମୟ ସୂଚାଉଥିବା ଘଣ୍ଟା । …

୧୦୧ କେଜି ସୁନା ଦାନ କରିଛନ୍ତି ହୀରା ବ୍ୟବସାୟୀ Read More »

୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତରେ ହେବ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟାରେ ଆୟୋଜିତ ହେବ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମଗ୍ର ସହରକୁ ଆଧ୍ୟାତ୍ମିକ ରଙ୍ଗରେ ସଜାଯାଇଛି । ସମଗ୍ର ମନ୍ଦିର କମ୍ପେ୍ଲକ୍ସର ସୌନ୍ଦର୍ଯ୍ୟ ବେଶ୍ ଆକର୍ଷିତ ହୋଇଛି । ଏଥିପାଇଁ ସର୍ବନିମ୍ନ ରୀତିନୀତି ପାଳନ କରାଯାଇଛି । ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମିଠାରେ ଅନୁଷ୍ଠିତ ପ୍ରାଣ ପ୍ରତିଷ୍ଠା ସମାରୋହରେ ସକାଳ ୧୦ ଟାରୁ ‘ମଙ୍ଗଳ ଧ୍ୱନୀ’ର …

୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତରେ ହେବ ପ୍ରାଣ ପ୍ରତିଷ୍ଠା Read More »

ଆଲୋକମାଳା, ଫୁଲରେ ଝଲସୁଛି ରାମ ମନ୍ଦିର

ଅଯୋଧ୍ୟା: ରାତି ପାହିଲେ ଆୟୋଜିତ ହେବ ଅଯୋଧ୍ୟା ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏବେଠୁ ନବବଧୂ ପରି ସଜ୍ଜେଇ ହୋଇଛି ରାମମନ୍ଦିର । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରତିମା ସ୍ଥାପନ ହେବା ନେଇ ପୂରା ଦେଶ ଉତ୍ସାହର ସହିତ ଚାହିଁ ରହିଛି । ତେବେ ଉତ୍ସବ ପାଇଁ ରାମ ମନ୍ଦିରକୁ ସୁନ୍ଦର ଭାବେ ସଜାଯାଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ …

ଆଲୋକମାଳା, ଫୁଲରେ ଝଲସୁଛି ରାମ ମନ୍ଦିର Read More »

ଅନ୍‌ଲାଇନ୍‌ରେ ମଗାଉଛନ୍ତି କି ରାମ ମନ୍ଦିରର ପ୍ରସାଦ, ଜାଣନ୍ତୁ ପ୍ରକୃତ ସତ…

ନୂଆଦିଲ୍ଲୀ : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାକୁ ନେଇ ପୁରା ଦେଶବାସୀ ଉତ୍ସାହିତ ଅଛନ୍ତି । ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ସୋସିଆଲ ମିଡ଼ିଆରେ ବ୍ୟବସ୍ଥା କରିଛନ୍ତିି । ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ୱେବ୍‌ସାଇଟ୍‌କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି । ହେଲେ କ’ଣ ବାସ୍ତବରେ ୱେବସାଇଟ୍ ଜରିଆରେ ରାମ …

ଅନ୍‌ଲାଇନ୍‌ରେ ମଗାଉଛନ୍ତି କି ରାମ ମନ୍ଦିରର ପ୍ରସାଦ, ଜାଣନ୍ତୁ ପ୍ରକୃତ ସତ… Read More »

୫୦୦ ବର୍ଷ ପରେ ଗ୍ରାମବାସୀ ପିନ୍ଧିଲେ ପଗଡ଼ି, ରାମ ମନ୍ଦିର ପାଇଁ ନେଇଥିଲେ ଶପଥ

ନୂଆଦିଲ୍ଲୀ: ପୂରଣ ହେଲା ଦୀର୍ଘ ୫ଶହ ବର୍ଷର ପ୍ରତିଜ୍ଞା । ଅଯୋଧ୍ୟାକୁ ଲାଗି ରହିଥିବା ସରାୟରାସି ଗ୍ରାମବାସୀଙ୍କ ଏହି ପ୍ରତିଜ୍ଞା ପୂରଣ ହୋଇଛି । ଗ୍ରାମବାସୀ ପାଞ୍ଚ ଶହ ବର୍ଷ ପରେ ପୁଣି ଥରେ ପଗଡ଼ି ପିନ୍ଧିଛନ୍ତି । ରାମ ମନ୍ଦିର ପାଇଁ କରିଥିଲେ ଏହି ପ୍ରତିଜ୍ଞା । ଏଠାକାର ସୂର୍ଯ୍ୟବଂଶୀ ଠାକୁରମାନଙ୍କ କହିବା ଅନୁସାରେ ସେମାନଙ୍କ ପୂର୍ବଜ ଗଜରାଜ ସିଂ ଶପଥ ନେଇଥିଲେ ଯେ ଯେପର୍ଯ୍ୟନ୍ତ ଭଗବାନ ରାମ ନିଜ ମନ୍ଦିରରେ ପୁଣି ଥରେ ବିରାଜମାନ …

୫୦୦ ବର୍ଷ ପରେ ଗ୍ରାମବାସୀ ପିନ୍ଧିଲେ ପଗଡ଼ି, ରାମ ମନ୍ଦିର ପାଇଁ ନେଇଥିଲେ ଶପଥ Read More »

ସାମ୍ନାକୁ ଆସିଲା ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ

ଅଯୋଧ୍ୟା: ଆଉ ମାତ୍ର ଦୁଇ ଦିନ ପରେ ଅଯୋଧ୍ୟାେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏନେଇ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଏହା ପୂର୍ବରୁ ଗୁରୁବାର ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା । ଆଜି ପ୍ରଥମ ଥର ଅଯୋଧ୍ୟା ରାମମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ ଫଟୋ ସାମ୍ନାକୁ ଆସିଛି । ଭଗବାନ ରାମଙ୍କୁ ଶିଶୁ ରୂପରେ ଦେଖିବାକୁ ମିଳିଛି । ସୁନ୍ଦର ମୁଖମଣ୍ଡଳ ଓ ଅବୟବର ଫଟୋ ଏବେ ସୋସିଆଲ ମିଡ଼ିଆରେ …

ସାମ୍ନାକୁ ଆସିଲା ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ Read More »

ପାର୍ଲେଜି ବିସ୍କୁଟ୍‌ରେ ୬ ଫୁଟ୍‌ର ମନ୍ଦିର ନିର୍ମାଣ କଲେ ଶିଳ୍ପୀ

ନୂଆଦିଲ୍ଳୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଅଯୋଧ୍ୟାରେ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏବେ ଏହାର ଉଦଘାଟନୀ ଉତ୍ସବ ଉପରେ ସମସ୍ତଙ୍କ ନଜର । ଲୋକମାନେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏହା ସେମାନଙ୍କ କାର୍ଯ୍ୟକଳାପରୁ ହିଁ ସ୍ପଷ୍ଟ ବାରି ହୋଇପଡୁଛି । ନିକଟରେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, …

ପାର୍ଲେଜି ବିସ୍କୁଟ୍‌ରେ ୬ ଫୁଟ୍‌ର ମନ୍ଦିର ନିର୍ମାଣ କଲେ ଶିଳ୍ପୀ Read More »

ଆକାଶ ମାର୍ଗରୁ ଭକ୍ତ ବୁଲି ଦେଖି ପାରିବେ ରାମ ମନ୍ଦିର

ଅଯୋଧ୍ୟା: ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମ ମନ୍ଦିରକୁ ଆକାଶମାର୍ଗରୁ ବୁଲି ଦେଖି ପାରିବେ ଭକ୍ତ । ଏପରି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ସରକାର ରାମ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଯୋଗେ ବିକାଶର ନୂତନ ଦିଗ ସୃଷ୍ଟି କରୁଥିବା ଅଯୋଧ୍ୟା ଧାମ ପରିଦର୍ଶନ କରିବାକୁ ଅନୁମତି ଦେବେ । ସରକାର ରାଜ୍ୟର ୬ ଟି ଜିଲାରୁ ହେଲିକପ୍ଟର ସେବା …

ଆକାଶ ମାର୍ଗରୁ ଭକ୍ତ ବୁଲି ଦେଖି ପାରିବେ ରାମ ମନ୍ଦିର Read More »

ଅଯୋଧ୍ୟା ରାମମନ୍ଦିରକୁ ବହୁ ଉପହାର ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଧୂମ୍‌ଧାମ୍‌ରେ ଆୟୋଜିତ ହେବ । ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମନ୍ଦିରକୁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ବିଶେଷ ଉପହାରମାନ ପ୍ରଦାନ କରୁଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ୧୦୮ ଫୁଟ ଲମ୍ବର ଧୂପକାଠି, ୨୪ କ୍ୱିଣ୍ଟାଲ ଓଜନର ଘଣ୍ଟି, ୧୧ କ୍ୱିଣ୍ଟାଲ୍ ଓଜନର ବିଶାଳ ଦୀପ, ସୁନାର ଅଳଙ୍କାର, ସୁନାର କଠଉ, ୧୦ ଫୁଟ୍ ଉଚ୍ଚର …

ଅଯୋଧ୍ୟା ରାମମନ୍ଦିରକୁ ବହୁ ଉପହାର ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ Read More »

RSS
Follow by Email
Scroll to Top
Close Bitnami banner
Bitnami