ପାର୍ଲାମେଣ୍ଟରେ ଉଠିଲା ‘ଆନିମଲ୍‌’ ପ୍ରସଙ୍ଗ, ହିଂସାତ୍ମକ ଛବିକୁ ପ୍ରୋତ୍ସାହନ ଅଭିଯୋଗ ଆଣିଲେ ସାଂସଦ

Above Post Content

ମୁମ୍ବାଇ: ପାର୍ଲାମେଣ୍ଟରେ ଉଠିଲା ଗତ ସପ୍ତାହରେ ରିଲିଜ୍ ହୋଇଥିବା ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’ ପ୍ରସଙ୍ଗ । ଏହି ଫିଲ୍ମରେ ହିଂସାତ୍ମକ ଛବିକୁ ପ୍ରୋତ୍ସାହନ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି କଂଗ୍ରେସର ରାଜ୍ୟସଭା ସାଂସଦ ରଣଜିତ ରଂଜନ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର କାହାଣୀକୁ ନେଇ କିଛି ଲୋକ ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକ ଏଥିରେ ଖୁବ୍ ହିଂସା ପ୍ରଦର୍ଶନ କରାଯାଇଛି କହି କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି ।

ହିଂସାତ୍ମକ ଦୃଶ୍ୟ ଦେଖି କାନ୍ଦି କାନ୍ଦି ହଲ୍‌ରୁ ବାହାରି ଆସିଲେ ସାଂସଦଙ୍କ ଝିଅ

After 2nd paragraph post ads
Middle post content

ସାଂସଦ ରଂଜନ କହିଛନ୍ତି, ଫିଲ୍ମ ହେଉଛି ସମାଜର ଦର୍ପଣ ଭଳି । ବିଶେଷକରି ଯୁବପିଢ଼ିଙ୍କ ଉପରେ ଫିଲ୍ମର ଖୁବ୍ ପ୍ରଭାବ ରହିଛି । କିନ୍ତୁ ବର୍ତ୍ତମାନ ଆସୁଥିବା ଫିଲ୍ମ ‘କବୀର ସିଂହ’, ‘ପୁଷ୍ପା’ ଓ ‘ଆନିମଲ୍‌’ ଆଦିରେ ହିଂସାକୁ ଖୁବ୍ ଉତ୍ସାହିତ କରାଯାଇଛି । ମୋ’ ଝିଅ ଓ ତା’ର କିଛି ବାନ୍ଧବୀ ଏ ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମରେ ଥିବା ହିଂସାତ୍ମକ ଦୃଶ୍ୟରେ ସେମାନେ ଏତେ ଆଘାତ ପାଇଥିଲେ ଯେ ହାଫ୍‌ଟାଇମ୍‌ରେ ହିଁ ସେମାନେ କାନ୍ଦି କାନ୍ଦି ହଲ୍‌ରୁ ବାହାରି ଆସିଲେ… । ସାଂସଦଙ୍କ ଯୁକ୍ତି ଗୋଟିଏ ଦିଗରୁ ଠିକ୍ । କିନ୍ତୁ ହିଂସାର କଳାତ୍ମକ ଦିଗ ଓ ସତକୁ ସତ ଭାବେ ଦେଖାଇବାର ଯୁକ୍ତି ମଧ୍ୟ ରହିଛି ।

ସପ୍ତାହକରେ କରିଛି ୫୦୦ କୋଟିରୁ ଅଧିକ ବ୍ୟବସାୟ

ଆନିମଲ ଫିଲ୍ମକୁ ନେଇ ଏବେ ରଣବୀର ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଗୋଟିଏ ସପ୍ତାହରେ ସାରା ବିଶ୍ୱରେ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି । ଏହା ଭିତରୁ କେବଳ ଭାରତରେ ୩୫୦ କୋଟି ଟଙ୍କା ବ୍ୟବସାୟ କରିଛି । ହେଲେ ଏସବୁ ଭିତରେ କିନ୍ତୁ ରଣବୀରଙ୍କର ପୂର୍ବ ଫିଲ୍ମ ‘ସଞ୍ଜୁ’ର ରେକର୍ଡ ଭାଙ୍ଗିବାକୁ ହେଲେ ‘ଆନିମଲ୍‌’କୁ ଆହୁରି ଉପରକୁ ଯିବାକୁ ପଡ଼ିବ । ଫିଲ୍ମଟିକୁ ମିଶ୍ରିତ ରିଭ୍ୟୁ ମିଳିଛି । ସମସ୍ତେ ରଣବୀର ଓ ବବି ଦେଓଲ୍‌ଙ୍କ ଅଭିନୟକୁ ଭାରି ପ୍ରଶଂସା କରୁଛନ୍ତି । ଫିଲ୍ମର କାହାଣୀକୁ ନେଇ କିଛି ଲୋକ ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକ ଏଥିରେ ଖୁବ୍ ହିଂସା ପ୍ରଦର୍ଶନ କରାଯାଇଛି କହି କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି । ଏହି ସମାଲୋଚକଙ୍କ ଭିତରେ ସାମିଲ ହୋଇଛନ୍ତି କଂଗ୍ରେସର ରାଜ୍ୟସଭା ସାଂସଦ ରଣଜିତ ରଂଜନ । ସେ ରାଜ୍ୟସଭାରେ ହିଁ ‘ଆନିମଲ୍‌’କୁ କଡ଼ା ସମାଲୋଚନା କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami