ଇସ୍ରାଏଲର ନୂତନ କୌଶଳ : ସୁଡଙ୍ଗରେ ଭର୍ତ୍ତି କରାଯାଉଛି ସମୁଦ୍ର ପାଣି

Above Post Content

ଜେରୁଜେଲମ : ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ପାଲେଷ୍ଟାଇନ ଯୁଦ୍ଧ ରୋକିବା ପାଇଁ ସମର୍ଥନ ମାଗୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ଅଧିକ କଠୋର ହେବାରେ ଲାଗିଛି । ଇସ୍ରାଏଲ ହମାସ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ନୂତନ କୌଶଳ ଆପଣାଇଛି । ବର୍ତ୍ତମାନ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୁଡଙ୍ଗରେ ସମୁଦ୍ର ପାଣି ଭର୍ତ୍ତି କରି ଲୁଚି ରହିଥିବା ଆତଙ୍କବାଦୀଙ୍କୁ ବାହାର କରିବାକୁ ଯୋଜନା କରିଛି । ଏନେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

Middle post content

ଟନେଲଗୁଡ଼ିକୁ ସମୁଦ୍ର ଜଳରେ କରାଯିବ ନଷ୍ଟ

After 2nd paragraph post ads

ଏକ ରିପୋର୍ଟରେ ଆମେରିକାର ଅଧିକାରୀ କହିଛନ୍ତି ଇସ୍ରାଏଲ ସେନା ଗାଜାରେ ହମାସର ସୁଡଙ୍ଗକୁ ସମୁଦ୍ର ଜଳରେ ଭର୍ତ୍ତି କରୁଛନ୍ତି । ଏହା ସୁଡଙ୍ଗଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରିବ । ଅଧିକାରୀ କହିଛନ୍ତି ବନ୍ଧକ, ଯୁଦ୍ଧବିମାନ ଏବଂ ଗୁଳିଗୋଳା ଲୁଚାଇବା ପାଇଁ ହମାସ ଟନେଲ ବ୍ୟବହାର କରୁଛି । ତଥାପି, ସମୁଦ୍ର ଜଳ ସାହାଯ୍ୟରେ ଟନେଲଗୁଡ଼ିକୁ ନଷ୍ଟ କରିବାର ପ୍ରକ୍ରିୟା ସପ୍ତାହେ ଲାଗିପାରେ । ଏହା ବ୍ୟତୀତ ଆମେରିକା ଜୋ ବାଇଡେନ ପ୍ରଶାସନର କିଛି ଅଧିକାରୀ ମଧ୍ୟ ଏହି ପଦକ୍ଷେପ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଇସ୍ରାଏଲର ଏହି ପଦକ୍ଷେପ ଗାଜାର ମଧୁର ଜଳ ଯୋଗାଣକୁ ବିପଦରେ ପକାଇପାରେ । ତେବେ ଇସ୍ରାଏଲ ସେନା ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami