ମୃତ୍ୟୁର ନାମ ‘ମଟକଲ’,ଯୁଦ୍ଧଭୂମିକୁ ଓହ୍ଲାଇବ ହମାସର କାଳ

Above Post Content

ସାୟରେଟ୍ ମଟକାଲ (ଏସଏଏସ)ଏସଏଏସ ଗାଜାର ଯୁଦ୍ଧଭୂମିକୁ ପ୍ରବେଶ କରିବମଟକଲର ନାମ ଶୁଣି ଏବେଠାରୁ ହମାସର ଆତଙ୍କବାଦୀ ପ୍ରମାଦ ଗଣିଲେଣି । କାରଣ ମଟକଲ ହେଉଛି ଏମିତି ଗୋଟିଏ ସ୍ପେଶାଲ ୟୁନିଟ୍ ଯାହା କେବେ ନିଜ ମିଶନରେ ଫେଲ ହୋଇନିମଟକଲ ଉଗାଣ୍ଡାରେ ପସି ଆତଙ୍କବାଦୀଙ୍କୁ ହତ୍ୟା କରି ବିମାନଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ମଟକଲ ସେହି ୟୁନିଟ୍ ଯେଉଁଥିରୁ ବାହାରିଛନ୍ତି ଦୁଇ ଦୁଇ ଜଣ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ।

ଶନିବାର ଆକ୍ରମଣ ପରେ ହମାସ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ୧୪୦ ଇସ୍ରାଏଲୀ ନାଗରିକଙ୍କୁ ଉଦ୍ଧାର କରିବାକୁ ଏହି ୟୁନିଟକୁ ମୁତ୍ତୟନ କରାଯିବ । ତେବେ ବନ୍ଧକଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଥିବାରୁ ଅପରେସନ୍ ବେସ ମୁସ୍କିଲ ହେବାକୁ ଯାଉଛି । ଏହି ୟୁନିଟର ଗଠନ ୧୯୫୭ ମସିହାରେ ହୋଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ଏହି ୟୁନିଟ୍ ଅନେକ ଯୁଦ୍ଧରେ ସାମିଲ ହୋଇଛିଏସଏଏସର ବିଶେଷତା ଏହା ଯେ, ସବୁ ଅପରେସନରେ ଏହା ଶତ ପ୍ରତିଶତ ସଫଳତା ପାଇଛି ।

After 2nd paragraph post ads

ଏସଏଏସର ସଫଳ ଅପରେନ

Middle post content

ଏସଏଏସର ପୂର୍ବତନ କମାଣ୍ଡର ହେଉଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେଞ୍ଜାମିନଙ୍କ ଭାଇ ୟୋନାତନ ମଧ୍ଯ ଏହି ୟୁନିଟରେ କମାଣ୍ଡୋ ଥିଲେ । ଉଗାଣ୍ଡାରେ ଏକ ଅପରେସନ କାଳରେ ତାଙ୍କର ମୃତ୍ୟୁ ହୋଇଥିଲାବେଞ୍ଜାମିନଙ୍କ ବ୍ୟତିତ ଆଉ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଏହୁଦ ବରାକ ମଧ୍ଯ ଏହି ୟୁନିଟରେ କାମ କରିଛନ୍ତିପାଲେଷ୍ଟାଇନ୍ ଆତଙ୍କବାଦୀ ୧୯୭୦ ଦଶକର ମଧ୍ଯଭାଗରେ ଏକ ଇସ୍ରାଏଲି ବିମାନ ଅପହରଣ କରିନେଇଥିଲେ । ବିମାନକୁ ଉଗାଣ୍ଡାରେ ଅବତରଣ କରାଇଥିଲେଉଗାଣ୍ଡାର ଏକଛତ୍ରବାଦୀ ଶାସକ ଇଦି ଆମିନ ଆତଙ୍କବାଦୀଙ୍କୁ ସମର୍ଥନ ଦେଇଥିଲେ ଏସଏଏସ ୟୁନିଟକୁ ବିମାନଯାତ୍ରୀଙ୍କୁ ଉଦ୍ଧାର କରିବାକୁ ପଠା ଯାଇଥିଲା । ଦୁଇଟି ବିମାନରେ ଯାଇଥିବା କମାଣ୍ଡୋ ଅପହରଣକାରୀଙ୍କୁ ହତ୍ୟା କରି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଅପରେସନରେ ଜଣେ କମାଣ୍ଡୋ-ପ୍ରଧାନମନ୍ତ୍ରୀ ନେତାନ୍ୟୁହଙ୍କ ଭାଇ ୟୋନାତନଙ୍କ ମୃତ୍ୟୁ ହୋଇଥିଲା । ସବୁ ଆତଙ୍କବାଦୀଙ୍କୁ ଏସଏଏସ ନିପାତ କରିଥିଲା । ତେବେ ତିନି ଜଣ ଯାତ୍ରୀ ମଧ୍ଯ ଅପରେସନରେ ପ୍ରାଣ ହରାଇଥିଲେ । ସେବେଠାରୁ ଏହି ୟୁନିଟକୁ ସ୍ପେଶାଲ ଅପରେସନର ବିଶେଷଜ୍ଞ ଭାବେ ଗ୍ରହଣ କରାଯାଉଛିଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟରେ ଏହାର ବର୍ତ୍ତମାନ ରିଜର୍ଭ ସଦସ୍ୟଙ୍କ ମଧ୍ଯରୁ ଜଣେ ଇୟାଲ ବିରନ ୟୁନିଟର ପ୍ରଶିକ୍ଷଣକୁ ନେଇ କହିଛନ୍ତି ଯେ, ମଟକଲର କମାଣ୍ଡୋଙ୍କ କ୍ଷମତା,ସେମାନଙ୍କ ଟ୍ରେନିଂର ଗୁଣବତ୍ତା ଓ ପରମ୍ପରା ପ୍ରତି ସେମାନଙ୍କ ସମ୍ମାନକୁ ବାନ୍ଧିଥାଏ । ଏହା ଆମ ସେନାର ସବୁଠାରୁ ଶକ୍ତିଶାଳୀ ସମ୍ପତି ।

ମଟକଲର ମୁକାବିଲା କିଏ କରିପାରିବ ?

ସେ ଆହୁରି ମଧ୍ଯ କହିଛନ୍ତି ଯେ,ମଟକାଲର କୌଣସି ମୁକାବିଲା ନାହିଁ । ଯଦି କେହି ମଟକଲର ମୁକାବିଲା କରିପାରିବ ତେବେ ସେ ନିଜେ ମଟକଲ । ଏହି ୟୁନିଟ୍ ଆତଙ୍କବାଦ ବିରୋଧୀ ଅପରେସନ,ବନ୍ଧକ ମୁକ୍ତ ଅଭିଯାନ ଓ ଗୁଇନ୍ଦା ତଥ୍ଯ ଏକାଠି କରିଥାଏ । ପ୍ରାରମ୍ଭିକ ଟ୍ରେନିଂ ଭାବେ ସେମାନଙ୍କୁ ଏଭଳି ଶିବିରକୁ ପଠାଯାଏ ଯେଉଁଠି କଠୋର ପ୍ରଶିକ୍ଷଣ ଦିଆଯାଏ । ପାହାଡିଆ ଅଚଂଳରେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା,ଦୂର ପର୍ଯ୍ୟନ୍ତ ବାଲି ବ୍ୟାଗ ନେଇ ଦୌଡ଼ିବା ଭଳି ଟ୍ରେନିଂ ସାମିଲ ଥାଏ । କେବଳ ଶାରିରିକ ପ୍ରଶିକ୍ଷଣ ନୁହେ ସେମାନଙ୍କୁ ମାନସିକ ଟ୍ରେନିଂ ମଧ୍ଯ ଦିଆଯାଇଥାଏ ।

 

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami