ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିବା ବେଳେ ଫଟୋ ଉଠାଇବାରୁ ଚିଡ଼ିିଗଲେ ସାରା

Above Post Content

ମୁମ୍ବାଇ: କୌଣସି ନା କୌଣସି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ଼ ଅଭିନେତ୍ରୀ ସାରା ଅଲ୍ଳୀ ଖାନ୍ । ସେ କେବେ ମନ୍ଦିରରେ ପୂଜା କରୁଥିବାର ଦେଖିବାକୁ ମିଳନ୍ତି ତ କେବେ ପୁଣି ମଜାକିଆ ଅନ୍ଦାଜରେ ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହୋଇଥାନ୍ତି । ହେଲେ ନିକଟରେ ସେ ଫଟୋଗ୍ରାଫରଙ୍କ ଉପରେ ଜୋରରେ ରାଗୁଥିବା ନଜର ଆସିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସାରାଙ୍କ କଥା ଶୁଣି ନ ଥିଲେ ଫଟୋଗ୍ରାଫର

After 2nd paragraph post ads
Middle post content

ନିକଟରେ ସାରା କିଛି ଗରିବ ପିଲାଙ୍କୁ ଖାଦ୍ୟ ବାଣ୍ଟୁଥିଲେ । ସେ ଖୁସିରେ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ । ହେଲେ ସେହି ସମୟରେ ହଠାତ୍ ଗଣମାଧ୍ୟ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ । ଯାହାଫଳରେ ରାଗିଯାଇଥିଲେ ସେ । ସେ ବାରମ୍ବାର କହିବା ପରେ ବି ଫଟୋଗ୍ରାଫର ଫଟୋ ଉଠାଇବା ବନ୍ଦ କରି ନ ଥିଲେ । ତେଣୁ ସେ ଜୋରରେ ଚିଡ଼ିଯାଇଥିଲେ । ସାରା ବାରମ୍ବାର କହିଥିଲେ ଯେ, ‘‘ଦୟାକରି ବନ୍ଦ୍ କର । ଆପଣମାନଙ୍କୁ ଏହା କହି କହି ଥକି ଗଲିଣି ।’’ ଯେତେବେଳେ କ୍ୟାମେରାମ୍ୟାନ୍ ତାଙ୍କ କଥା ଶୁଣୁନାହାନ୍ତି ତ ସାରା ଚୁପ୍‌ଚାପ୍ ଯାଇ ଗାଡ଼ିରେ ବସିଯାଉଛନ୍ତି ।

ଫଟୋଗ୍ରାଫର ଏପରି ହଇରାଣ କରିବା ଉଚିତ୍ ନୁହେଁ

ସବୁବେଳେ ଫଟୋଗ୍ରାଫରଙ୍କୁ ହସି ହସି ପୋଜ୍ ଦେଉଥିବା ସାରାଙ୍କର ରାଗ ଅନେକଙ୍କୁ ଚକିତ କରିଛି । ସାରାଙ୍କୁ ଅନ୍ୟର ସାହାଯ୍ୟ କରିବା ବେଳେ କ୍ୟାମେରାରେ ଆସିବା ପସନ୍ଦ ନୁହେଁ ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ସାରାଙ୍କର ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ପ୍ରଶଂସକମାନେ ସାରାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । ସେମାନଙ୍କ କହିବା କଥା ହେଲା ଯଦି ସାରା ସହଜ ଅନୁଭବ କରୁନାହାନ୍ତି ତ ତାଙ୍କୁ ହଇରାଣ କରାଯିବା ଉଚିତ ନୁହେଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami