‘ଟିମ୍ ଇଣ୍ଡିଆ’ ଜର୍ସି ପିନ୍ଧି ଫିଲ୍ମ ‘ଆନିମଲ୍‌’ର ପ୍ରମୋସନ କଲେ ରଣବୀର

Above Post Content

ମୁମ୍ବାଇ: ‘ଟିମ୍ ଇଣ୍ଡିଆ’ ଜର୍ସି ପିନ୍ଧି ଫିଲ୍ମ ‘ଆନିମଲ୍‌’ର ପ୍ରମୋସନ କଲେ ବଲିଉଡ଼ ଅଭିନେତା ରଣବୀର କପୁରଷ୍ଟାଡ଼ିୟମରେ ରଣବୀର ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ର ପ୍ରମୋସନ କରିଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଷ୍ଟାଡ଼ିୟମରେ ବଲିଉଡ଼ କଳାକାରଙ୍କ ଭିଡ଼

After 2nd paragraph post ads
Middle post content

ମୁମ୍ବାଇର ‘ୱାଙ୍ଖେଡ଼େ ଷ୍ଟାଡିୟମ୍‌’ରେ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ର ପ୍ରଥମ ସେମି-ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ବହୁ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଭିଡ଼ ଜମାଇଥିଲେ । ସେମାନଙ୍କ ମଧ୍ୟରେ ରଣବୀର କପୁର ମଧ୍ୟ ଥିଲେ । ସେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ପହଞ୍ଚିଥିଲେ । ଏହି ସମୟରେ ସେ ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ର ବି ପ୍ରମୋସନ୍ କରିଛନ୍ତି । ରଣବୀର କପୁର ସେଠାରେ ପହଞ୍ଚି ହରଭଜନ ସିଂ ଏବଂ ଇରଫାନ ପଠାନଙ୍କ ସହ କଥା ହୋଇଥିବା ନଜର ଆସିଛନ୍ତି । ଏହି ସମୟରେ ସେ ତାଙ୍କ ଫିଲ୍ମ ‘ଆନିମଲ୍‌’ର ନାମ ନିଜ ଜର୍ସିରେ ଲେଖିଥିବା ଦେଖିବାକୁ ମିଳିଥିଲା ।

୫ଟି ଭାଷାରେ ହେବ ରିଲିଜ୍

ଫିଲ୍ମ ଆନିମଲରେ ରଣବୀର ଖୁବ ଶୀଘ୍ର ଅଭିନେତ୍ରୀ ରଶ୍ମିକାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ରଣବୀରଙ୍କୁ ଏ ପର୍ଯ୍ୟନ୍ତ ଜଣେ ରୋମାଣ୍ଟିକ୍ ହିରୋ ଭାବେ ଦର୍ଶକ ଦେଖି ଆସୁଥିବା ବେଳେ ଫିଲ୍ମ ‘ଆନିମଲ୍‌’ରେ ତାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ । ଏଥିରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମିକା ମନ୍ଦନା, ଅନୀଲ କପୁର ଏବଂ ବବି ଦେଓଲ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଡିସେମ୍ବର ୧ ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଭାଷାରେ ସାରା ଦେଶରେ ରିଲିଜ୍ ହେବ । ଏହାକୁ ଦେଖିବାକୁ ଦର୍ଶକ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami