ବିମାନ ଦ୍ୱାରରେ ଠିଆ ହେଲେ ଜର୍ମାନ୍ ରାଷ୍ଟ୍ରପତି, ପାଛୋଟି ନେବାକୁ କେହି ଆସିଲେନି

Above Post Content

ନୂଆଦିଲ୍ଲୀ: ବିମାନ ଦ୍ୱାରରେ ଅପେକ୍ଷା କଲେ । ତାହା ପୁଣି ୧୦ କି ୨୦ ମିନିଟ୍ ନୁହେଁ ପୂରା ଅଧଘଣ୍ଟା ଧରି ହାତ ଜାକି ଠିଆ ହୋଇ ରହିଲେ । ହେଲେ କେହି ଆସିଲେନି କି ସ୍ୱାଗତ କଲେନି । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ୍‌-ୱାଲ୍‌ଟର ଷ୍ଟାଇନ୍‌ମାୟରଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି । ଯାହାକୁ ଦେଖି ଲୋକେ ନାପସନ୍ଦ କରିଛନ୍ତି ।

ଅଧଘଣ୍ଟା ଛିଡ଼ା ହୋଇ ରହିଲେ ରାଷ୍ଟ୍ରପତି

After 2nd paragraph post ads
Middle post content

ନିକଟରେ ଜର୍ମାନ୍ ରାଷ୍ଟ୍ରପ୍ରତି ଫ୍ରାଙ୍କ୍‌-ୱାଲ୍‌ଟର ଷ୍ଟାଇନ୍ ମାୟର କତାର ଗସ୍ତରେ ଆସିଥିଲେ । ତାଙ୍କ ବିମାନଟି ଦୋହାରେ ଅବତରଣ କରିଥିଲା । ତଳକୁ ଓହ୍ଲାଇବା ବେଳେ ବିମାନ ଦ୍ୱାର ପାଖରେ ଦେଖିବାକୁ ପାଇଲେ ଯେ, କେହି ତାଙ୍କୁ ସ୍ୱାଗତ କରିବାକୁ ଆସିନାହାନ୍ତି । ତେଣୁ ବିମାନର ଦ୍ୱାର ପାଖରେ ପ୍ରାୟ ୩୦ ମିନିଟ୍ ଧରି ହାତଜାକି ଠିଆ ହୋଇ ରହିଥିଲେ । ସ୍ୱାଗତ କରିବା ନିମନ୍ତେ ବିମାନ ବନ୍ଦରରେ କତାର ସରକାରୀ କର୍ତ୍ତୃପକ୍ଷଙ୍କ ଅନୁପସ୍ଥିତି ଯୋଗୁଁ ସେ ବିମାନରୁ ତଳକୁ ଓହ୍ଲାଇ ବି ପାରି ନ ଥିଲେ । ବିମାନ ବନ୍ଦରରେ କତାରସ୍ଥିତ ଜର୍ମାନୀର ରାଷ୍ଟ୍ରଦୂତ ଓ ‘ମିଲିଟାରି ଅର୍ନ ଗାର୍ଡ’ ଉପସ୍ଥିତ ଥିବା ସତ୍ତ୍ୱେ ଏଭଳି ଘଟଣା ଘଟିଛି । କତାର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଲ୍‌ତାନ୍ ଅଲ୍‌-ମୁରାଇଚାଇ ବିମାନ ବନ୍ଦରରେ ନ ପହଞ୍ଚିବା ପର୍ଯ୍ୟନ୍ତ ଔପଚାରିକତା ଆରମ୍ଭ ହୋଇ ପାରି ନ ଥିଲା ବୋଲି ଜଣାଯାଇଛି ।

ବିଳମ୍ବ ହେବାରୁ ଚାଲିଯାଇଥିଲେ ରାଷ୍ଟ୍ରପତି

ଶେଷରେ ବିଳମ୍ବ ହେବାରୁ ଜର୍ମାନ୍ ରାଷ୍ଟ୍ରପତି ଷ୍ଟାଇନ୍‌ମାୟର କତାର ଶାସକ ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କ ସହିତ ହେବାକୁ ଥିବା ବୈଠକରେ ପହଞ୍ଚିବା ପାଇଁ ଠିକ୍ ସମୟରେ ବିମାନ ବନ୍ଦରରୁ ବାହାରି ଯାଇଥିଲେ । କତାରରେ ମାତ୍ର ୩ ଘଣ୍ଟା ରହଣି ସମୟରେ ରାଷ୍ଟ୍ରପତି ଷ୍ଟାଇନ୍‌ମାୟର ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଜର୍ମାନ ନାଗରିକଙ୍କ ମୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । କତାର ଶାସକଙ୍କ ସହିତ ବୈଠକ ସମ୍ପନ୍ନ ହେବା ପରେ ପୁଣି ବିମାନ ଯୋଗେ ଜର୍ମାନ ଚାଲିଯାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami