ଘରୋଇ ସ୍କୁଲରେ ପଢ଼ିବେ ଗରିବ ପିଲା: ଆରମ୍ଭ ହେଲା ପଞ୍ଜୀକରଣ

Above Post Content

ଭୁବନେଶ୍ୱର: ଏଣିକି ରାଜ୍ୟର ବେସରକାରୀ ତଥା ଘରୋଇ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢି ପାରିବେ ଗରିବ ପିଲା । ଶିକ୍ଷା ଅଧିକାରୀ ଆଇନ(ଆରଟିଇ)-୨୦୦୯ର ପାରା ୧୨.୧(ସି) ଅନୁଯାୟୀ ବେସରକାରୀ ସ୍କୁଲର ୨୫% ସିଟ୍‌ରେ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ନାମଲେଖା କରାଯିବ । ଏଥିପାଇଁ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୨୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ନାମ ପଞ୍ଜୀକରଣ ସହ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଦ୍ୱାରା ଡକ୍ୟୁମେଣ୍ଟଗୁଡ଼ିକର ଯାଞ୍ଚ କରାଯିବ ।

ପ୍ରଥମ ପର୍ଯ୍ୟାୟରୁ ବଞ୍ଚିତ ଛାତ୍ରଛାତ୍ରୀ ଦ୍ୱିତୀୟଥର ପଞ୍ଜୀକରଣ କରିପାରିବେ

After 2nd paragraph post ads
Middle post content

ମାର୍ଚ୍ଚ ୨୨ରେ ପ୍ରଥମ ରାଉଣ୍ଡ ଅନ୍‌ଲାଇନ୍ ଲଟେରି ଓ ସ୍କୁଲ ଆଲଟମେଣ୍ଟ କରାଯିବ । ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ମଧ୍ୟରେ ସ୍କୁଲରେ ପ୍ରଥମ ରାଉଣ୍ଡ ନାମଲେଖା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ନାମଲେଖାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଏପ୍ରିଲ ୧୦ରୁ ୨୪ ତାରିଖ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନାମ ପଞ୍ଜୀକରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଫିଜିକାଲ ଡକ୍ୟୁମେଣ୍ଟ ଯାଞ୍ଚ ବିଇଓଙ୍କ ଦ୍ୱାରା କରାଯିବ । ଏପ୍ରିଲ ୨୬ରେ ଅନ୍‌ଲାଇନ୍ ଲଟେରି ଓ ସ୍କୁଲ ଆଲଟମେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨୯ରୁ ଦ୍ୱିତୀୟ ରାଉଣ୍ଡ ନାମଲେଖା ଅନୁଷ୍ଠିତ ହେବ । ମେ’ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ନାମଲେଖା ପ୍ରକ୍ରିୟା ଶେଷ କରାଯିବ । ଘରୋଇ ବିଦ୍ୟାଳୟଗୁଡ଼ିକ ଏଦିଗରେ ପଦକ୍ଷେପ ନେବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୩ରୁ ୭ ବର୍ଷର ପିଲାମାନେ ପାଇବେ ଏହି ସୁବିଧା

୩ରୁ ୭ ବର୍ଷର ପିଲାମାନେ ଏହି ସୁବିଧାର ଲାଭ ଉଠାଇପାରିବେ । ସାମାଜିକ ଓ ଆର୍ôଥକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟରେ ନର୍ସରୀ/ଏଲ୍‌କେଜି/କ୍ଲାସ-୧ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିଛି । ସାମାଜିକ ଓ ଶିକ୍ଷାଗତ ଅନଗ୍ରସର, ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପରିବାର (ଭିନ୍ନକ୍ଷମ, ଏଚ୍‌ଆଇଭି ଆକ୍ରାନ୍ତ ପିତାମାତାଙ୍କ ଶିଶୁ, ଶିଶୁ ଶ୍ରମିକ, ପଥପ୍ରାନ୍ତ ଶିଶୁ, ନିର୍ମାଣ ଶ୍ରମିକ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ)ର ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ।  www.rteparadarshi.odisha.gov.in ୱେବସାଇଟ୍ ମାଧ୍ୟମରେ ସେମାନେ ଆବେଦନ କରିପାରିବେ । ଆବେଦନ ପରେ ଫର୍ମ ସହ ସମସ୍ତ ପ୍ରମାଣପତ୍ର ବିଇଓଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ହେବ । ଆଜି ସୁଦ୍ଧା ମାତ୍ର ୨୧୦୧ ବେସରକାରୀ ବିଦ୍ୟାଳୟ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନାମ ପଞ୍ଜିକରଣ କରିଛନ୍ତି । ମୋଟ ୨୫ ହଜାର ୯୩ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେବ ବୋଲି ପାରଦର୍ଶୀ ପୋଟାର୍ଲରୁ ସୂଚନା ମିଳିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami