ରଥାରୁଢ଼ ଶ୍ରୀଜୀଉଙ୍କୁ ଦର୍ଶନ ସହ କଲେ ପ୍ରଚାର

Above Post Content

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଦଳୀୟ ଟିକେଟ୍ ପାଇଥିବା ଏବଂ ଆଶାୟୀ ନେତା ନିଜ ସପକ୍ଷରେ ପ୍ରଚାର କରିବାକୁ କୌଣସି ଉପାୟ ହାତଛଡ଼ା କରୁନାହାନ୍ତି । ପାର୍କ ହେଉ କିମ୍ବା ଜାନିଯାତ୍ରା, ସକାଳୁ ରାତି ଯାଏ ଯେଉଁଠି ଲୋକଙ୍କ ଗହଳି ସେଇଠି ଦଳବଳ ନେଇ ପହଞ୍ଚି ଯାଉଛନ୍ତି ସେମାନେ । ତେଣୁ ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରାଜନେତାମାନେ ହାତଛଡ଼ା କରି ନ ଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ରଥଦାଣ୍ଡରେ ପ୍ରାର୍ଥୀମାନେ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା ।

Middle post content

ରଥ ଦଉଡ଼ି ଧରି ପ୍ରାର୍ଥୀ ଟାଣିଲେ ରଥ

After 2nd paragraph post ads

ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପହଞ୍ଚିଥିଲେ ରଥଦାଣ୍ଡରେ । ସାଙ୍ଗରେ ଥିଲେ ଏକାମ୍ର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଉଭୟ ପହଣ୍ଡିଠାରୁ ରଥଟଣା ପର୍ଯ୍ୟନ୍ତ ଏକାଠି ନଜର ଆସିଥିଲେ । ଦୁହେଁ ରଥ ଉପରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ରଥ ତଳେ ରହି ସେବାୟତଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ରଥ ଦଉଡ଼ି ଧରି ରଥ ଟାଣିଥିଲେ । ଏଥିରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଦାସ ଓ ସ୍ଥାନୀୟ କର୍ପୋରେଟରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ବିଧାୟକ ସୁରେଶ ରାଉତରାୟ ପହଣ୍ଡି ଠାରୁ ଆରମ୍ଭ କରି ସନ୍ଧ୍ୟା ସାଂସ୍ମୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ମଧ୍ୟ ଉପସ୍ଥିତ ଥିଲେ । ପରେ ଉତ୍ତର ଦ୍ୱାର ନିକଟରେ ବିଜେଡି ନେତାଙ୍କ ପକ୍ଷରୁ ସବୁଜ ରଙ୍ଗର ଟେଣ୍ଟ ଓ ବିଜେପି ନେତାଙ୍କ ପକ୍ଷରୁ ଗେରୁଆ ରଙ୍ଗର ଟେଣ୍ଟ ମରାଯାଇଥିଲା । ଉଭୟ ଦଳର ନେତା ନିଜ ନିଜର ଟେଣ୍ଟ ତଳେ ରହି ପାଣି, ପଣା ବାଣ୍ଟିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami