‘ମୁଁ ଅରବିନ୍ଦ କେଜ୍ରିୱାଲ୍‌, ମୁଁ ଆତଙ୍କବାଦୀ ନୁହେଁ’

Above Post Content

ନୂଆଦିଲ୍ଳୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଫିଲ୍ଜ ଷ୍ଟାଇଲ୍‌ରେ ଦିଲ୍ଳୀବାସୀଙ୍କ ନିମନ୍ତେ ବାର୍ତ୍ତା ଦେଇଛନ୍ତି । କେଜ୍ରିୱାଲ୍‌ଙ୍କୁ ଆପ୍‌ର ସାଂସଦ ସଂଜୟ ସିଂହ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେଜ୍ରିୱାଲ୍‌ଙ୍କ ବାର୍ତ୍ତା ହେଉଛି, ‘ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଆତଙ୍କବାଦୀ ନୁହନ୍ତି’ । କେଜ୍ରିୱାଲ୍‌ଙ୍କ ଏହି ବାର୍ତ୍ତାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ରୋଚକ ଟିକା-ଟିପ୍ପଣୀ ପ୍ରକାଶ ପାଇଛି ।

Middle post content

କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ ଭଳି ରଖାଯାଇଛି

After 2nd paragraph post ads

ଆପ୍ ସାଂସଦ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ କେଜ୍ରିୱାଲ୍‌ଙ୍କୁ ଜଣେ ଆତଙ୍କବାଦୀ ଭଳି ଜେଲ୍‌ରେ ରଖାଯାଇଛି । ଜଣେ କୁଖ୍ୟାତ ଅପରାଧୀକୁ ବି ନିଜ ପତ୍ନୀ ଏବଂ ଓକିଲଙ୍କୁ ଭେଟିବାକୁ ଅନୁମତି ଦିଆଯାଉଛି, କିନ୍ତୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଜେଲ୍‌ରେ କେଜ୍ରିୱାଲ୍‌ଙ୍କୁ ଭେଟିବା ବେଳେ କାଚପରଦା ଦିଆଯାଇଥିଲା । ଏଭଳି ବ୍ୟବହାରରେ କେଜ୍ରିୱାଲ୍ ବ୍ୟଥିତ ହୋଇ ଏଭଳି ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଜଣେ ଆତଙ୍କବାଦୀ ନୁହନ୍ତି । ସୂଚନାଯୋଗ୍ୟ, ୨୦୧୦ରେ ଶାହରୁଖ ଖାନ୍‌ଙ୍କ ଅଭିନିତ ‘ମାଇଁ ନେମ୍ ଇଜ୍ ଖାନ୍‌’ ଚଳଚ୍ଚିତ୍ରରେ ଶାହରୁଖଙ୍କ ଡାଏଲଗ୍ ଥିଲା ‘ମାଇଁ ନେମ୍ ଇଜ୍ ଖାନ୍ ଆଣ୍ଡ୍ ଆଇଏମ୍ ନଟ୍ ଏ ଟେରରିଷ୍ଟ’ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami