ବେଲୁଚ୍ ବିଦ୍ରୋହୀଙ୍କ ଆକ୍ରମଣରେ ହତାସ ପାକ୍ ସେନା, ଇମ୍ରାନ୍ ଦେଲେ ଦରମା ବୃଦ୍ଧି ଅଫର

Above Post Content

ବଲୁଚିସ୍ତାନରେ ପାକ୍ ସେନା ଉପରେ ବିଦ୍ରୋହୀଙ୍କ ବଡ଼ଧରଣର ଆକ୍ରମଣ ସେନାର ମନୋବଳକୁ ଦୋହଲାଇ ଦେଇଛିପାକ୍ ସେନା ଭିତରେ ଏବେ ହତାସଭାବ ବୃଦ୍ଧି ପାଇଛି ପାକିସ୍ତାନୀ ସୈନିକଙ୍କ ନିରାଶା ଓ ଡରକୁ ବୁଝିପାରି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୈନିକଙ୍କ ଦରମା ବୃଦ୍ଧି କଥା କହିଛନ୍ତି । ଦରମା ବଢାଇ ସୈନିକଙ୍କ ମନୋବଳ ବୃଦ୍ଧି ପାଇଁ ଇମ୍ରାନ୍ ଉଦ୍ୟମ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ନୌଶକିରେ ହୋଉଥିବା ଆକ୍ରମଣରେ ଫ୍ରଣ୍ଟିୟର କର୍ପସର ଜଣେ ଅଧିକାରୀଙ୍କ ସହିତ ୪ ଜଣ ସୈନିକ ପ୍ରାଣ ହରାଇଥିଲେ ।

ଫ୍ରଣ୍ଟିୟର କର୍ପସ୍ ଓ ରେଞ୍ଜର୍ସଙ୍କ ଦରମା ବୃଦ୍ଧି

After 2nd paragraph post ads

ଇମ୍ରାନ୍ ଖାନ୍ ନୌଶକି ଆକ୍ରମଣ ପରେ ପାକ୍ ରେଂଜର୍ସ ସୈନିକଙ୍କ ଦରମାରେ ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି । ନିଜ ଭାଷଣର ଆରମ୍ଭରେ ସେ ପାକ୍ ସୈନିକଙ୍କୁ ଜୋରଦାର ପ୍ରଶଂସା କରିଥିଲେ । ନିହତ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବଲୁଚିସ୍ତାନରେ ନିହତ ସୈନିକଙ୍କୁ ସେ ଲୋକଙ୍କ ରକ୍ଷକ ବୋଲି କହିଥିଲେ । ସେ କହିଥିଲେ ଯେ, ମୁଁ ଆଜି ନୌଶକିରେ ଏଥିପାଇଁ ଅଛି ଯେ, ପାକିସ୍ତାନର ସବୁ ସୈନିକ ଜାଣନ୍ତୁ ଦେଶ ତାଙ୍କ ସହିତ ଛିଡା ହୋଇଛି ।

Middle post content

ପାକ୍ ସେନାର ପ୍ରଶଂସା

ସେ ଆତଙ୍କବାଦ ବିରୋଧୀ ଯୁଦ୍ଧରେ ପାକ୍ ସେନାର ଭୂମିକାକୁ ପ୍ରଶଂସା କରିତିଲେ । ଇମ୍ରାନ୍ କହିଥିଲେ ଯେ, ପାକିସ୍ତାନୀ ସୈନିକ ଯେଉଁଭଳି ଯୁଦ୍ଧ ଲଢିଛନ୍ତି ତାହାର ଉଦାହରଣ ନାହିଁ । ସେ ଏହା ମଧ୍ୟ କହିଥିଲେ ଯେ, ଦୁନିଆର ଅନ୍ୟକୌଣସି ଦେଶର ସେନା ପାକ୍ ସେନାର ସମକକ୍ଷ ନୁହନ୍ତି ।

ବଲୁଚିସ୍ତାନ ରଣନୈତିକ କାରଣରୁ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ

ବଲୁଚିସ୍ତାନ ରଣନୈତିକ ଦୃଷ୍ଟିକୋଣରୁ ପାକିସ୍ତାନ ପାଇଁ ଗୁରୁତ୍ୱ ରଖେପାକିସ୍ତାନର ସବୁଠାରୁ ବଡ ପ୍ରଦେଶ ମଧ୍ୟରେ ଗଣିତ ହେଉଥଇବା ବଲୁଚିସ୍ତାନର ସୀମା ଆଫଗାନିସ୍ତାନ ଓ ଇରାନ ସହିତ ମିଶେ । ଅନ୍ୟପକ୍ଷରେ ବଲୁଚ ବିଦ୍ରୋହୀଙ୍କ ଲକ୍ଷ୍ୟ ସୀମା ମଧ୍ୟରେ କରାଚି ମଧ୍ୟ ଆସୁଛି । ଚିନ୍-ପାକିସ୍ତାନ ଇକୋନମିକ୍ କରିଡରର ବଡ଼ ଭାଗ ଏହି ପ୍ରଦେଶ ଦେଇ ଯାଇଥାଏ । ଗ୍ୱାଦର ବନ୍ଦର ମଧ୍ୟ ବଲୁଚିସ୍ତାନରେ ଅଛି । ତେବେ ଏହି ବନ୍ଦରକୁ ପାକିସ୍ତାନ ଚୀନ ହାତରେ ଅର୍ପଣ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami