ଆମ ଭଲ ପାଇବାକୁ କେହି ଅଲଗା କରିପାରିବେନି

Above Post Content

ନୂଆଦିଲ୍ଲୀ: ହୁଏତ ଯୁଦ୍ଧ କ୍ଷେତ୍ରରେ ଶତ୍ରୁର ଆକ୍ରମଣ ଆମକୁ ଅଲଗା କରିପାରେ । ଯୁଦ୍ଧକ୍ଷେତ୍ରରେ ହୁଏତ ମୃତ୍ୟୁ ଆମକୁ ଆପଣାଇ ନେଇପାରେ । କିନ୍ତୁ ଆମର ପରସ୍ପରକୁ ଭଲପାଇବା କେବେ ଆମକୁ ଅଲଗା କରିପାରିବ ନାହିଁ । ସେଥିପାଇଁ ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ଆମେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲୁ । ଇସ୍ରାଏଲ ସୈନ୍ୟ ବାହିନୀର ଏକ ପ୍ରେମୀଯୁଗଳଙ୍କ ଏହା ହେଉଛି ପ୍ରେମ କାହାଣୀ । ଯାହା ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଛି । ଉଭୟଙ୍କୁ ମଧ୍ୟ ବିଶ୍ୱର କୋଣଅନୁକୋଣରୁ ମିଳୁଛି ଶୁଭେଚ୍ଛା ।

ସାତ ଜନମର ସାଥୀ ହେଲେ

After 2nd paragraph post ads

ଏମାନଙ୍କ ପାଇଁ ବ୍ୟକ୍ତିଗତ ଆବଶ୍ୟକତା ତୁଳନାରେ ଦେଶର ସୁରକ୍ଷା ହେଉଛି ପ୍ରଥମ ଦାୟିତ୍ୱବୋଧ । ବୋଧହୁଏ ସେଥିପାଇଁ ହମାସ ଆତଙ୍କବାଦୀଙ୍କ ବିରୋଧରେ ଦେଶର ଯୁଦ୍ଧ ଘୋଷଣା ଶୁଣିବା ପରେ ସେମାନେ ପ୍ରଥମେ ଚାକିରିରେ ଯୋଗ ଦେବାକୁ ନିଷ୍ପତ୍ତି ନେଲେ । ତେବେ ଯୁଦ୍ଧର ପରିସ୍ଥିତି କ’ଣ ହେବ ଓ ସେମାନେ ପୁଣିଥରେ ପରସ୍ପରକୁ ଭେଟି ପାରିବେ କି ନାହିଁ ତାକୁ ଦୃଷ୍ଟିରେ ରଖି ସାତ ଜନମର ସାଥୀ ହେବା ପାଇଁ ନିଷ୍ପତ୍ତି ନେଲେ । ନିଜ ବିବାହକୁ କାଣ୍ଟଛାଣ୍ଟ କରି ବିବାହ କରି ଚାକିରିରେ ଯୋଗ ଦେଲେ ।

ବିବାହ ସାରି ଯୁଦ୍ଧକୁ ଗଲେ

Middle post content

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଗତ ଶନିବାର ଆକସ୍ମିକ ଆକ୍ରମଣ କରିଥିଲା । ପରେ ଇସ୍ରାଏଲ ତାର ସମସ୍ତ ସୈନ୍ୟଙ୍କୁ ଡିୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲା । ଅର୍ଥାତ ଯେଉଁ ସୈନ୍ୟମାନେ ଛୁଟିରେ ଘରକୁ ଯାଇଥିଲେ ସେମାନଙ୍କୁ ଯଥାଶୀଘ୍ର ଡିୟୁଟିରେ ଯୋଗ ଦେବାକୁ କଲ ଯାଇଥିଲା । ଏହି କଲ ପାଇବା ମାତ୍ରେ ହଜାର ହଜାର ସୈନିକ ଘର ପରିବାର ଛାଡ଼ି ଡିୟୁଟିରେ ଆସି ଯୋଗ ଦେଇଥିଲେ । ସେମାନଙ୍କ ଭିତରେ ଥିଲେ ସୈନ୍ୟ ପ୍ରେମୀଯୁଗଳ ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନ । ଏହି ଦୁଇ ସୈନିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ପରିବାର ଲୋକେ ଦେଲେ ସମର୍ଥନ

ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନ ସୈନ୍ୟ ଭାବେ କାମ କରନ୍ତି । ଏଥିସହିତ ଉଭୟେ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ସେମାନେ ଛୁଟିରେ ଘରକୁ ଯାଇଥିଲେ । ଖବର ପାଉ ପାଉ ଡ଼୍ୟୁଟିକୁ ଯିବା ପାଇଁ ପ୍ରସ୍ତୁତ ଚଳାଇଲେ । ଡ଼୍ୟୁଟିରେ ଯୋଗ ଦେବା ପୂର୍ବରୁ ସେମାନେ ନିବାହ କରିବେ ବୋଲି ନିଷ୍ପତ୍ତି ନେଲେ । ଏନେଇ ଦୁହେଁ ପରିବାର ଲୋକଙ୍କୁ ଜଣାଇଥିଲେ । ସେମାନଙ୍କ କଥାକୁ ଉଭୟଙ୍କ ଘର ଲୋକ ସମର୍ଥନ କରିଥିଲେ । ଦୁହିଁଙ୍କ ପରିବାରର ଅଳ୍ପକିଛି ସଦସ୍ୟଙ୍କ ଗହଣରେ ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ଯୁଦ୍ଧରୁ ଆମେ ଜୀବିତ ଫେରିବୁ କି ନାହିଁ କିଏ ଜାଣିଛି

ଏହି ବିବାହକୁ ନେଇ ମିଣ୍ଟଜର କହିଛନ୍ତି, ‘ଶନିବାର ହୋଇଥିବା ଆକସ୍ମିକ ଆକ୍ରମଣ ପରେ ଛୁଟିରେ ଥିବା ସମସ୍ତ ସୈନ୍ୟଙ୍କୁ ଡିୟୁଟିରେ ଯୋଗ ଦେବାକୁ କୁହାଯାଇଥିଲା । ତେଣୁ ଆମେ ଆମ କର୍ତ୍ତବ୍ୟ ପାଳନ କରିବା ପାଇଁ ଡିୟୁଟିରେ ଯୋଗ ଦେଇଥିଲୁ । କିନ୍ତୁ ଏହା ପୂର୍ବରୁ ମୁଁ ଓ ଏଲିନୋର ୟୋସେଫିନ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । କାରଣ ସେ ଯୁଦ୍ଧରୁ ଆମେ ଜୀବିତ ଫେରିବୁ କି ନାହିଁ କିଏ ଜାଣିଛି । ତେଣୁ ଯୁଦ୍ଧ କ୍ଷେତ୍ରକୁ ପୋଷ୍ଟିଂ ହେବାପୂର୍ବରୁ ଆମେ ବିବାହ କରିଥିଲୁ । ଆଉ କଥା ଦେଇଥିଲୁ ଏବେ ତ ଆମ ଜନ୍ମଜନ୍ମର ସାଥୀ ହେଲୁ । ଏବେ ଆମକୁ ଯୁଦ୍ଧକୁ ଯିବାକୁ ପଡ଼ିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami