ଲସ୍କର ସିନିୟର କମାଣ୍ଡରକୁ ଘର ବାହାରେ ଗୁଳି,ଆଉ ଜଣକୁ ବିଷ !

Above Post Content

ପାକିସ୍ତାନର କରାଚୀରେ ଆଉ ଗୋଟିଏ ଟାର୍ଗେଟ୍ କିଲିଂର ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଲସ୍କର ଇ ତୋଇବାର ଜଣେ ଆତଙ୍କବାଦୀକୁ ତା’ ଘର ବାହାରେ ଗୁଳି କରାଯାଇଛି । ଗୁଳିକାଣ୍ଡର ଏହି ଘଟଣର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରରେ ସାମିଲ ଥିବା ସାଜିଦ ମୀରକୁ ଜେଲ ଭିତରେ ବିଷ ଦେଇ ହତ୍ୟାର ଉଦ୍ୟମ ହୋଇଥିଲା । ମାତ୍ର ଦୁଇ ଦିନର ବ୍ୟବଧାନରେ ଦୁଇ ଦୁଇଟି ହାଇଭ୍ୟାଲୁ ଟାର୍ଗେଟ ପାକିସ୍ତାନକୁ ଦୋହଲାଇ ଦେଇଛି । କିନ୍ତୁ ପାକିସ୍ତାନ ନିରବତା ଅବଲମ୍ବନ କରିଛି । କରାଚୀରେ ଟାର୍ଗେଟ କିଲିଂର ଶିକାର ହୋଇଥିବା ଆତଙ୍କବାଦୀର ନାମ ହଂଜଲା ଅଦନାନ । ଆଦନାନକୁ ତା’ ଘର ବାହାରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି କରିଥିଲେ । ଗୁଳିକାଣ୍ଡ ସମୟରେ ଅଦନାନ ଘର ଗେଟ୍ ପାଖରେ ଥିଲା । ଏହି ସମୟରେ ଏକ ବାଇକରେ ଆସିଥିବା ଅଜ୍ଞାତ ଆକ୍ରମଣକାରୀ ଅଦନାନକୁ ଗୁଳି କରିଥିଲେ ।

ଅଦନାନ କିଏ ?

After 2nd paragraph post ads
Middle post content

ହଂଜଲା ଅଦନାନ ୨୦୧୫ରେ ଜମ୍ମୁକାଶ୍ମୀରର ଉଦ୍ଧମପୁରର ବିଏସଏଫ ଉପରେ ହୋଇଥିବଳ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ସେହି ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିଲେ । ୧୩ ଜଣ ଆହତ ହୋଇଥିଲେ । ସେହିଭଲି ୨୦୧୩ରେ ପାମ୍ପୋରରେ ସିଆରପିଏଫର ଏକ ଦଳ ଉପରେ ହୋଇଥିବା ଆକ୍ରମଣର ଷଡ଼ଯନ୍ତ୍ର ମଧ୍ୟ ହଂଜଲା ରଚିଥିଲା । ଯେଉଁଥିରେ ୮ ଜଣ ଯବାନ ସହିଦ ହୋଇଥିଲେ । ହାଫିସ ସହିତ ମିଶି ହଂଜଲା ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ଚଳାଉଥିଲା ।  ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଗତ କେଇ ମାସ ଲସ୍କର ,ଜୈଶ ଭଳି ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନର ନେତାଙ୍କୁ କେହି ଟାର୍ଗେଟ୍ କରୁଛି । ଯାହାକୁ ନେଇ ପାକିସ୍ତାନ ସରକାର ଚୁପ ଥିବା ବେଳେ ସ୍ଥାନୀୟ ମିଡିଆ ଓ ପୋଲିସ ଏହାକୁ ଟାର୍ଗେଟ୍ କିଲିଂ ବୋଲି କହୁଛି । ଆଫଗାନିସ୍ତାନଠାରୁ ପାକିସ୍ତାନର ବିଭିନ୍ନ ସହରରେ ଲସ୍କର ଆତଙ୍କବାଦୀଙ୍କ ଉପରେ ଖୁଲମଖୁଲା ଆକ୍ରମଣ ହେଉଛି । ହଂଜଲା ଉପରେ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରରେ ସାମିଲ ଥିବା ସାଜିଦ ମୀରକୁ ଜେଲ ଭିତରେ କେହି ବିଷ ଦେଇଥିବା ଜଣା ପଡିଥିଲା । ମାଜିଦକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଏବେ ମଧ୍‌ଯ ମାଜିଦର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେହିଭଳି ସୋମବାର ଦିନ ପାକିସ୍ତାନରେ ଶରଣ ନେଇଥିବା ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ରୋଡେର ମଧ୍ୟ ହତ୍ୟା ହୋଇଥିଲା ।

ହତ୍ୟା ପଛରେ କିଏ ?

ପାକିସ୍ତାନରେ ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ହତ୍ୟାର ଏହି ଧାରା ଡିସେମ୍ବର ମାସରେ ମଧ୍‌ଯ ଜାରି ରହିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପାକିସ୍ତାନୀ ସରକାର ଏନେଇ ଅସ୍ୱାଭଭିକ ଭାବେ ନିରବ ଅଛି । ଟିକିଏ ଟିକିଏ କଥାରେ ଭାରତକୁ ଟାର୍ଗେଟ୍ କରୁଥିବା ପାକିସ୍ତାନ ଏହି ସବୁ ହତ୍ୟାକୁ ନେଇ ସିଧାସଳଖ ଭାରତକୁ ଦାୟୀ କରୁନାହିଁ । ପାକିସ୍ତାନୀ ପୋଲିସ ଏହାକୁ ଟାର୍ଗେଟ୍ କିଲିଂ ବୋଲି କହୁଛି । ଅନ୍ୟପକ୍ଷରେ ପାକିସ୍ତାନୀ ମିଡିଆ ଏଥିପାଇଁ ଭାରତୀୟ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗକୁ ଦାୟୀ କରୁଛି । ନିକଟରେ କାନାଡା ସରକାର ମଧ୍‌ଯ ଶିଖ ଆତଙ୍କବାଦୀ ନିଜରର ହତ୍ୟା ପଛରେ ଭାରତୀୟ ଏଜେଣ୍ଟ୍ ଥିବା ଅଭିଯୋଗ କରିଥିଲା । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ବିବାଦ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ମାତ୍ର ଏକ ସପ୍ତାହ ତଳେ ଆମେରିକାରେ ସକ୍ରିୟ ଥିବା ଗୁରପତୱନ୍ତ ସିଂହ ପନ୍ନୁର ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଜଣେ ଭାରତୀୟଙ୍କୁ ସ୍ଥାନୀୟ ତଦନ୍ତକାରୀ ସଂଗଠନ ଗିରଫ କରିଥିଲେ । ଅନ୍ତର୍ଜାତୀୟ ମିଡିଆ ଅନୁସାରେ ଭାରତୀୟ ଗୁଇନ୍ଦା ଏଜେନ୍ସି ଗତ କେଇ ମାସ ଧରି ଭାରତ ବିରୋଧୀ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ପ୍ରୋଆକ୍ଟିଭ୍ ହୋଇଛି । କିଛି ମଧ୍‌ଯ ର’କୁ ନୂଆ ମୋସାଦ ବୋଲି କହୁଛନ୍ତି । ପାକିସ୍ତାନ ଏସବୁକୁ ନେଇ ମୁହଁ ନଖୋଲିବାର କାରଣ ହେଉଛି ଯେ, ପାକିସ୍ତାନର ଫାଟା ଭୟ । ପାକିସ୍ତାନର ଭୟ ଯେ, ଏହି ଆତଙ୍କବାଦୀଙ୍କ ବାବଦରେ ମୁହଁ ଖୋଲିଲେ ଏହା ପ୍ରମାଣିତ ହେବ ଯେ, ପାକିସ୍ତାନରେ ଆତଙ୍କବାଦୀ ରହୁଛନ୍ତି । ଅର୍ଥନୈତିକ ପ୍ରତିବନ୍ଧକରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ଚୁପ ରହୁଛି ବୋଲି ବିଶେଷଜ୍ଞ କହୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami