ସେକ୍ସ ସିଲେକ୍ସନ ଡ୍ରଗ୍ସର ସତ, ପୁଅ ଲୋଭରେ ଔଷଧ ଖାଇ ଗର୍ଭରେ ଭୃଣ ହତ୍ୟା

Above Post Content

ପୁତ୍ର ଜନ୍ମ ଦ୍ୱାରା ବଂଶ ରକ୍ଷା ହୁଏ । ଏହି ଧାରଣା ଭାରତୀୟଙ୍କ ମନରେ ଘର କରି ରହିଛି । ଯେଉଁଥିପାଇଁ ଭାରତର ଗର୍ଭରେ ହିଁ ହୁଏ ଭୃଣହତ୍ୟା । ଏବେ ଭୃଣହତ୍ୟା ଉପରେ କିଛିଟା ନିୟନ୍ତ୍ରଣ ଆସିଛି କିନ୍ତୁ ଏହା ସହିତ ଆସିଛି ଆଉ ଗୋଟିଏ ସମସ୍ୟା । ସେକ୍ସ ସିଲେକ୍ସନ ଡ୍ରଗ । ଗର୍ଭଧାରଣ କାଳରେ ସେକ୍ସ ସିଲେକ୍ସନ ଡ୍ରଗ୍ସ ଖାଇଲେ ପୁଅ ଜନ୍ମ ହେବ । ଏଭଳି ଧାରଣାର ବଶବର୍ତ୍ତି ହୋଇ ଅନେକ ଏହି ଔଷଧ ଖାଉଛନ୍ତି । କିନ୍ତୁ ଫଳାଫଳ ହେଉଛି ଗମ୍ଭୀର । ଏଭଳି ଔଷଧ ଖାଇ ଅନେକ ମହିଳା ମୃତ କିମ୍ବା ଅବିକଶିତ ଶିଶୁ ଜନ୍ମ କରୁଥିବା ଦେଖିବାକୁ ମିଳିଛି ।

ଦେଶର ବିଭିନ୍ନ ରାଜ୍ୟରେ ବ୍ୟାପକ ଭାବରେ କିନ୍ତୁ ଲୁଚାଛପାରେ ଏହି ସେକ୍ସ ସିଲେକ୍ସନ ଡ୍ରଗ୍ସ ବିକ୍ରି ହେଉଛି । ତେବେ ହରିଆନା ଭଳି ରାଜ୍ୟରେ ଏହା ଉତ୍କଟ ହୋଇଛି । ନିକଟରେ ହରିଆନା ସରକାର କରିଥିବା ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଯେଉଁ ମହିଳାମାନଙ୍କର ଆଗରୁ କନ୍ୟା ସନ୍ତାନ ରହିଛି ସେଭଳି ମହିଳା ଅଧିକ ସଂଖ୍ୟାରେ ଏହି ଔଷଧ ସେବନ କରୁଛନ୍ତି । ସାଧାରଣ ମହିଳାଙ୍କ ତୁଳନାରେ ଏଭଳି ମହିଳାଙ୍କ କ୍ଷେତ୍ରରେ ଏହି ଔଷଧ ନେବାର ସମ୍ଭାବନା ୩.୫ ପ୍ରତିଶତ ଅଧିକ ହୋଇଥାଏ । ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ମ୍ୟାନେଜମେଣ୍ଟ୍ ରିସର୍ଚ୍ଚ ନିର୍ଦ୍ଦେଶକ ଡକ୍ଟର ସୁତୋପା ବନ୍ଦୋପାଧ୍ୟୟ ନିୟୋଗୀଙ୍କ ଲିଖିତ ଏକ ପୁସ୍ତକ ଜୁଲାଇ ୨୦୨୧ରେ ପ୍ରକାଶିତ ହୋଇଥିଲା । ଯାହା ଏବେ ବେଶ ଚର୍ଚ୍ଚାରେ ଅଛି ।

After 2nd paragraph post ads

ସେକ୍ସ ସିଲେକ୍ସନ ଡ୍ରଗ୍ସ କ’ଣ ?

Middle post content

ପୁତ୍ର ସନ୍ତାନ ପାଇଁ ଇଛୁକ ଥିବା ମହିଳା ଏହି ଔଷଧ ଖାଇଥାନ୍ତି । ଯୁବତୀ ମାନେ ଏହାକୁ ଗର୍ଭଧାରଣର ପ୍ରଥମ ତିନି ମାସରେ ନେବା ଆରମ୍ଭ କରନ୍ତି । ଡକ୍ଟର ସୁତୋପାଙ୍କ ଅଧ୍ୟୟନ ଅନୁସାରେ ଏଭଳି ଔଷଧରେ ଅନେକ ହାନିକାରକ ତତ୍ୱ ଥାଏ । ଯାହା ଶିଶୁର ସେକ୍ସ ତ’ ବଦଳାଇ ନଥାଏ ଅଧିକନ୍ତୁ ଏହା ମା’ ଓ ପିଲା ପାଇଁ ବିପଜ୍ଜନକ ହୋଇଥାଏ ।

ଅଧ୍ୟୟନରୁ ଜଣା ପଡିଛି ଯେ, ଏଭଳି ଓଷଧ ଖାଇଥିବା ମହିଳା ମୃତ କିମ୍ବା ବିକଳାଙ୍ଗ ଶିଶୁକୁ ଜନ୍ମ ଦେଇଥାନ୍ତିବିକଳାଙ୍ଗ ଶିଶୁ ଜନ୍ମ କରିଥିବା ମହିଳାଙ୍କ ମଧ୍ୟରୁ ୨୫ ପ୍ରତିଶତ ଏଭଳି ଔଷଧ ଖାଇଥିବା ଜଣା ପଡିଛି । ସେହିଭଳି ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କ ମଧ୍ୟରୁ ୧୬ ପ୍ରତିଶତଙ୍କ ମା’ ଏହି ଔଷଧ ସେବନ କରିଥିବା ଜଣା ପଡିଛି ।

ଶିଶୁ ସମଲିଙ୍ଗୀ ହେବାର ସମ୍ଭାବନା !

ଏସଏସଡି (ସେକ୍ସ ସିଲେକ୍ସନ ଡ୍ରଗ୍ସ) ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଏହି ଔଷଧ ସେବନ ଦ୍ୱାରା ସମୟ ପୁର୍ବରୁ ଶିଶୁ ଜନ୍ମର ଆଶଙ୍କା ଅଢେଇ ଗୁଣ ବଢିଯାଇଥାଏ । ସେହିଭଳି ଏଭଳି ଔଷଧ ଖାଇଥିବା ୫ ମହିଳାଙ୍କ ମଧ୍ୟରୁ ଜଣେ ମୃତ ଶିଶୁ ଜନ୍ମ ଦେଇଥାନ୍ତି । ଏଭଳି ଔଷଧରେ ଫଇଟୋଏଷ୍ଟ୍ରୋଜନ ଓ ଟେଷ୍ଟୋଷ୍ଟୋରେନ୍ ଭଳି ହର୍ମୋନ ଅଧିକ ଥାଏ । ଏଭଳି ଔଷଧରେ ଅଧିକ ପରିମାଣର ହର୍ମୋନ ବ୍ୟବହାର କରାଯାଉଥିବାରୁ ଶିଶୁ ଭବିଷ୍ୟତରେ ହୋମୋସେକ୍ସୁଆଲ ବା ସମଲିଙ୍ଗୀ ହେବାର ସମ୍ଭାବନା ବଢିଯାଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami