ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ: ପୁରୀରେ ହବିଷ୍ୟାଳୀଙ୍କ ଭିଡ଼

Above Post Content

ପୁରୀ: ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ । ଶ୍ରୀମନ୍ଦିର ବି ଗହଳିରେ ଭରି ଉଠିଛି । ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବ୍ରତଧାରୀ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ସବୁ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ ହୋଇଥିବାରୁ ହବିଷ୍ୟାଳୀମାନେ ମାସଟେ ଧରି କାର୍ତ୍ତିକ ବ୍ରତ ପାଳନ କରନ୍ତି । କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

After 2nd paragraph post ads
Middle post content

ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳିଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯାଆସ ଓ ମହାପ୍ରଭୁଙ୍କ ରାଇଦାମୋଦର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ବ୍ରତଧାରୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଏ ବର୍ଷର ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କରିବେ । ଭିଡିଓ କନଫରେନ୍ସି ପାଇଁ ବୃନ୍ଦାବତୀ ନିବାସ ପରିସରରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହବିଷ୍ୟାଳୀ ଯୋଜନାରେ ନାମ ପଞ୍ଜୀକରଣ କରିଥିବା ବ୍ରତଧାରୀଙ୍କ ଲାଗି ୫ଟି ରହଣି କେନ୍ଦ୍ର କରାଯାଇଛି । ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ବ୍ୟତୀତ ବଗଲା ଧର୍ମଶାଳା, ଅକ୍ଷୟପାତ୍ର ଫାଉଣ୍ଡେଶନ, ବାଗେଡ଼ିଆ ଧର୍ମଶାଳା ଏବଂ ମୋଚିସାହି କଲ୍ୟାଣ୍ଡ ମଣ୍ଡପରେ ହବିଷ୍ୟାଳୀଙ୍କ ରହଣି ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।

୩ ହଜାରରୁ ଅଧିକ ହବିଷ୍ୟାଳି କରିଛନ୍ତି ପଞ୍ଜୀକରଣ

ଚଳିତବର୍ଷ ଏହି ଯୋଜନାରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ୩, ୦୨୪ ଜଣ ନାମ ପଞ୍ଜୀକରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୧, ପୁରୀ ୮୭୫, ଗଞ୍ଜାମ ୩୮୫, ନୟାଗଡ଼ ଜିଲ୍ଲାରୁ ୩୧୦ ଜଣ ହବିଷ୍ୟାଳୀ ରହିଛନ୍ତି । ତେବେ ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୨, ୫୦୦ ବ୍ରତଧାରୀ ନିଜ ନିଜ କେନ୍ଦ୍ରରେ ପହଞ୍ଚି ପରିଚୟପତ୍ର ସଂଗ୍ରହ କରି ରହିଛନ୍ତି । ଅନ୍ୟମାନେ ରବିବାର ସୁଦ୍ଧା ପହଞ୍ଚିିଯିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରତଧାରୀଙ୍କ ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ ଓ ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ, ପାନୀୟ ଜଳ, ନରେନ୍ଦ୍ରରେ ସୁରକ୍ଷିତ ସ୍ନାନ, ସ୍ୱେଛାସେବୀ ସହଯୋଗ ପାଇଁ ସମ୍ପୃକ୍ତ ବିଭାଗ, ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାକୁ ସୁନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଅଧିକାରୀମାନେ ବିଭିନ୍ନ ରହଣି କେନ୍ଦ୍ର ବୁଲି ସ୍ଥିତି ପରଖିଛନ୍ତି । କ’ଣ ସୁବିଧା, ଅସୁବିଧା ରହିଛି ବୁଝିବା ସହ ସମସ୍ତ ବ୍ୟବସ୍ଥା ବୁଲି ଦେଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami