ଅସରପା ମାରିବାକୁ ସ୍ପ୍ରେ’ କରୁଥିଲେ କୀଟନାଶକ; ବିସ୍ଫୋରଣରେ ଭାଙ୍ଗିଗଲା ଆପାର୍ଟମେଣ୍ଟ୍‌

Above Post Content

କ୍ୟୁମାମୋଟୋ:ନିକଟରେ କିୟୁଶୁ ଦ୍ୱୀପ ଅନ୍ତର୍ଗତ କ୍ୟୁମାମୋଟୋ ନଗରୀରେ ଆଶ୍ଚର୍ଯ୍ୟ କଲାଭଳି ଏକ ଘଟଣା ଘଟିଯାଇଛି । କୋଠରିରେ ପଶିଥିବା ଗୋଟିଏ ମାତ୍ର ଅସରପାକୁ ମାରିବାକୁ ଜଣେ ଜାପାନୀ ବ୍ୟକ୍ତି କୀଟନାଶକ ସ୍ପ୍ରେ’ କରୁଥିବା ବେଳେ ବିସ୍ଫୋରଣ ଘଟି ତାଙ୍କ ‘ଆପାର୍ଟମେଣ୍ଟର କିଛି ଅଂଶ ଭାଙ୍ଗି ନଷ୍ଟ ହୋଇଯାଇଛି ।

Middle post content

ବିଦ୍ୟୁତ୍ ପ୍ଲଗ୍ ନିକଟରେ କୀଟନାଶକ ସ୍ପ୍ରେ’ କରିବାରୁ ହୋଇଥିଲା ବିସ୍ଫୋରଣ

After 2nd paragraph post ads

କ୍ୟୁମାମୋଟୋ ସହରର ଚୁଓ ୱାର୍ଡରେ ଜଣେ ୫୪ ବର୍ଷିୟ ଜାପାନୀ ବ୍ୟକ୍ତି ରୁହନ୍ତି । ତାଙ୍କ ଘରକୁ ଗୋଟେ ଅସରପା ପଶି ଆସିଥିଲା । ସେ ତାଙ୍କ ଘରେ ଅସରପାକୁ ଦେଖି ତାକୁ ମାରିବା ଲାଗି ବିପୁଳ ପରିମାଣର କୀଟନାଶକ ସ୍ପ୍ରେ’ କରିପକାଇଲେ । ଏହାର ଗୋଟେ ମିନିଟ ପରେ ସେ କୋଠରିରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ଗୋଟାଏ ବାଲ୍‌କୋନି ଝରକା ଭାଙ୍ଗି ଦୂରକୁ ଛିଟିକି ପଡ଼ିଲା । ଏମିତି କି ବ୍ୟକ୍ତିଜଣକ ବି ସାମାନ୍ୟ ଆହତ ହୋଇଥିଲେ । ବିସ୍ଫୋରଣର ଶବ୍ଦ ଶୁଣି ପାଖ ପଡ଼ୋଶୀ ଭୟଭୀତ ହେବା ସହ ପୋଲିସକୁ ଜଣାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚଥିଲା । ଖବର ପାଉ ପାଉ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା । ଘରେ ଲାଗିଥିବା ବିଦ୍ୟୁତ୍ ପ୍ଲଗ୍ ନିକଟରେ କୀଟନାଶକ ସ୍ପ୍ରେ’ କରିବାରୁ ଏହି ବିସ୍ଫୋରଣ ଘଟିଥିବା ପୋଲିସ ଜାଣିବାକୁ ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami