ଚୁଗୁଲିଆ ମନ୍ତ୍ରୀଙ୍କ ପାଇଁ ଇମ୍ରାନ ହରାଇଲେ ଗାଦି, ମନ୍ତ୍ରୀଙ୍କୁ କାରରେ ଲିଫ୍ଟ ଦେବା ପଡିଲା ମହଙ୍ଗା !

Above Post Content

ପାକିସ୍ତାନରେ କ୍ଷମତାକୁ ଆସେ ସେହି ଦଳ ଆସେ ଯାହା ପଛରେ ଥାଏ ସେନାର ହାତ । କ୍ଷମତାକୁ ଆସିବା ପରେ ମଧ୍ୟ ଦଳକୁ ସବୁବେଳ ସେନାକୁ ଭଲ ମୁଡରେ ରଖିବାକୁ ପଡେ । ଜେନରାଲ ଅସନ୍ତୁଷ୍ଟ ତ’ ସରକାର ଯିବା ଥୟଯାହାକି ଇମ୍ରାନ ଖାନଙ୍କ ସରକାର ସହିତ ଘଟିଛି । ଇମ୍ରାନଙ୍କ ସରକାର ପାକିସ୍ତାନ ଇତିହାସର ସେହି ଗଣତାନ୍ତ୍ରିକ ସରକାରଙ୍କ ତାଲିକାରେ ସାମିଲ ହୋଇଛି ଯାହା ନିଜ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୁରା କରିପାରିନଥିଲେ । ଇମ୍ରାନ ସରକାର ବିଦାକି ସ୍କ୍ରିପ୍ଟେଡ୍ ବୋଲି ଏବେ କୁହାଯାଉଛି । ସେନା ମୁଖ୍ୟ ଜେନରାଲ କମର ଜାଭେଦ ବାଜବାଙ୍କୁ ନେଇ ଇମ୍ରାନ ଏଣୁତେଣୁ ଗପୁଥିଲେ । ଯାହାକୁ ନେଇ ସେନା ତାଙ୍କ ଉପରେ ଉତକ୍ଷିପ୍ତ ଥିଲା । ତେଣୁ ଇମ୍ରାନଙ୍କୁ ବିଦା ହେବାକୁ ପଡିଲା ବୋଲି କୁହାଯାଉଛି । ତେବେ ଇମ୍ରାନଙ୍କୁ ଜୋରଜବରଦସ୍ତ କ୍ଷମତାରୁ ବିଦା କରାନଯାଇ ତାଙ୍କୁ ସମ୍ମାନର ସହ ଯିବାକୁ ଦିଆଯାଇଥିଲା । କିନ୍ତୁ ଏବେ ଯାହା ଖବର ମିଳୁଛି ଜଣେ ଚୁଗୁଲିଖୋର ମନ୍ତ୍ରୀଙ୍କ ପାଇଁ ଇମ୍ରାନଙ୍କୁ ଗାଦି ହରାଇବାକୁ ପଡିଛି । ଏହି ଚୁଗୁଲିଆ ମନ୍ତ୍ରୀ ଜଣକ ଇମ୍ରାନଙ୍କ କଥାକୁ ମୋବାଇଲରେ ରେକର୍ଡ କରି ସେନା ମୁଖ୍ୟଙ୍କୁ ଦେଇଥିଲା । ଯାହାକୁ ଶୁଣିବା ପରେ ଇମ୍ରାନଙ୍କ ଏଗଜିଟ୍ ପ୍ଲାନ୍ ଉପରେ ବାଜୱା ମୋହର ମାରିଥିଲେ । ତେବେ କିଏ ସେହି ବଦନାମ ଚୁଗୁଲିଆ ମନ୍ତ୍ରୀ ଯାହାଙ୍କୁ ପାକିସ୍ତାନର ପାଣିପାଗ ବିଜ୍ଞାନୀ ବୋଲି କୁହାଯାଏ କାରଣ ସରକାର ଯିଏ ଗଢୁ ସେ ମନ୍ତ୍ରୀ ହେବା ପକ୍କା ।

ଚୁଗୁଲିଆ ମନ୍ତ୍ରୀ ଶେଖ ରଶିଦ

After 2nd paragraph post ads

ପାକିସ୍ତାନୀ ବରିଷ୍ଠ ସାମ୍ବାଦିକ ଜଫର ଅବ୍ବାସ ନକଭିଙ୍କ ଅନୁସାରେ ଦେଶର ବିକଳ ଅବସ୍ଥା ସତ୍ୱେ ସେନା ମୁଖ୍ୟ ବଜାୱା ସମ୍ଭବତଃ ଇମ୍ରାନଙ୍କ ଡ୍ରାମାକୁ ବରଦାସ୍ତ କରି ଯାଇଥାନ୍ତେ । କିନ୍ତୁ ଗୃହମନ୍ତ୍ରୀ ଶେଖ ରସିଦ ସବୁ ଖେଳ ବିଗାଡି ଦେଇଥିଲେ । ଏମିତିରେ ବାଜୱା ଓ ଇମ୍ରାନଙ୍କ ମଧ୍ୟରେ ଫାଟ ଗତବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଥିଲା । ଇମ୍ରାନ ଆଇଏସଆଇର ତତ୍କାଳୀନ ଚିଫ୍ ଜେନରାଲ ଫୈଜ୍ ହମିଦଙ୍କ ଟ୍ରାନ୍ସଫର ପେଶାବର ହେଉ ବୋଲି ଚାହୁଁନଥିଲେ । କାରଣ ଫୈଜ ଓ ବାଜୱାଙ୍କ ପାଇଁ ଇମ୍ରାନ କ୍ଷମତାକୁ ଆସିଥିଲେ । ଇମ୍ରାନ,ବାଜୱାଙ୍କ ଚାକିରି କାଳ ବଢାଇ ଋଣ ଶୁଝିଥିଲେ । କିନ୍ତୁ ଫୈଜଙ୍କ ଟ୍ରାନ୍ସଫରକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଇମ୍ରାନଙ୍କ ନଚାହିଁବା ସତ୍ୱେ ଫୈଜଙ୍କ ଟ୍ରାନସଫର ହୋଇଥିଲା । ଯାହାକୁ ନେଇ ଦୁହେଁ ମୁହାଁମୁହିଁ ହୋଇଥିଲେ ।

Middle post content

ତେବେ ହେଇଥିଲା କ’ଣ ?

ଜଫରଙ୍କ ଅନୁସାରେ ଇମ୍ରାନ ଯିବା ଫେବ୍ରୁଆରୀ ମାସରେ ହିଁ ନିଶ୍ଚିତ ହୋଇଥିଲା । ସେତେବେଳେ ବିରୋଧୀ ଦଳ ପିଡିଏମ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିଲା । ଏହାପୂର୍ବରୁ ୨୦୨୧ରେ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା କିନ୍ତୁ ସେନା ସମର୍ଥନ କାରଣରୁ ସରକାର ବଂଚିଯାଇଥିଲା । ସେନା ସମର୍ଥନକୁ ନେଇ ଏଥର ମଧ୍ୟ ଇମ୍ରାନ ନିଶ୍ଚିନ୍ତ ଥିଲେ । କିନ୍ତୁ ଖେଳ କରିଦେଲେ ଶେଖ ରସିଦ । ଜାଫରଙ୍କ ଅନୁସାରେ ଫେବ୍ରୁଆରୀ ମାସ ପରେ ଥରେ ଇମ୍ରାନ ଶେଖ ରସିଦଙ୍କୁ ନିଜ କାରରେ ବସାଇ ଘରକୁ ନେଉଥିଲେ । ଏହି ସମୟରେ ଇମ୍ରାନଙ୍କ ପାଖକୁ ଗୋଟିଏ ଫୋନ୍ କଲ୍ ଆସିଥିଲା । ଫୋନରେ ଇମ୍ରାନ ବିଭିନ୍ନ ପ୍ରସଙ୍ଗ ଉପରେ ଗପିବା ସହିତ ସେନା ଓ ବାଜୱାଙ୍କ ବିଷୟରେ ଗପିଥିଲେ । ସେ ବାଜୱାଙ୍କ ବିଷୟରେ ଏମିତି କିଛି କଥା କହିଥିଲେ ଯାହା ସେନା ଓ ବାଜୱାଙ୍କ ପାଇଁ ଠିକ ନଥିଲା । ପାଖରେ ବସିଥିବା ରସିଦ ସବୁ କଥା ରେକର୍ଡ୍ କରିନେଇଥିଲେ । ଆଉ ତୁରନ୍ତ ନିଜ ବସ ବାଜୱାଙ୍କୁ ରେକର୍ଡିଂ ଦେଇଥିଲେ । ଏହି ରେକର୍ଡିଂ ଶୁଣିବା ପରେ ବାଜୱା ଇମ୍ରାନଙ୍କୁ ହଟାଇବା ପାଇଁ ନିର୍ଣ୍ଣୟ ନେଇଥିଲେ । ତେଣୁ ଇମ୍ରାନଙ୍କୁ ଅନାସ୍ଥା ଭୋଟରେ ସେନା ସମର୍ଥନ ମିଳିନଥିଲା ।

‘ରସିଦକୁ ଚାକର ରଖିବି ନାହିଁ’

ରସିଦ ପାକିସ୍ତାନ ରାଜନୀତିର ପାଣିପାଗ ବିଜ୍ଞାନୀ ଭାବେ କୁଖ୍ୟାତ । ସରକାର ଯେଉଁ ଦଳ ଗଢିଲେ ମଧ୍ୟ ସେ ମନ୍ତ୍ରୀ ହୁଅନ୍ତି । ସରକାର ଯେଉଁ ଦଳର ହେଉ କିନ୍ତୁ ଲାଲ୍ କୋଠାର ମାଲିକ ରସିଦ ମନ୍ତ୍ରୀ ନିଶ୍ଚୟ ହେବେ ବୋଲି ପାକିସ୍ତାନରେ କୁହାଯାଏ । ଏଇଥିପାଇଁ ଯେ, ସେନାର ସେ ଗେହ୍ଲାପୁଅ । ସେନା ତାଙ୍କ ପାଇଁ ସବୁ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ରିଜର୍ଭ କରି ରଖେ । ଖୋଦ ଇମ୍ରାନଙ୍କ କଥାକୁ ନିଆଯାଉ । ୨୦୦୮ରେ ଗୋଟିଏ ଟିଭି ଡିବେଟ୍ ସୋ’ରେ ଉଭୟ ଇମ୍ରାନ ଓ ରସିଦ ଅତିଥି ଥିଲେ । ସୋ’ରେ ଇମ୍ରାନଙ୍କୁ ପ୍ରଶ୍ନଥିଲା ଯେ, ଆପଣ ସରକାର ଗଢିଲେ ରସିଦଙ୍କୁ ମନ୍ତ୍ରୀ କରିବେ ? ଇମ୍ରାନଙ୍କ ଉତ୍ତର ଥିଲା ’ମୁଁ ଏହାଙ୍କୁ ଚପରାସୀ ବି କରିବି ନାହି । କିନ୍ତୁ ରାଜନୀତିରେ କଥାର କୌଣସି ମୁଲ୍ୟ ନଥାଏ । ଯାହାକୁ ପ୍ରମାଣିତ କରି ଇମ୍ରାନ ରସିଦଙ୍କୁ ପ୍ରଥମେ ରେଳ ମନ୍ତ୍ରୀ ଓ ପରେ ଗୃହମନ୍ତ୍ରୀ କରିଥିଲେ । କିନ୍ତୁ ସେହି ରସିଦ ଇମ୍ରାନଙ୍କ ଘର ବା ସରକାର ଭାଙ୍ଗିବାର କାରଣ ପାଲଟିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami