ଆଶାବାଡି ଧରି ଚାଲୁଛନ୍ତି ହ୍ରିତିକ୍‌, ଫଟୋ କଲେ ସେୟାର

Above Post Content

ମୁମ୍ବାଇ: ଆଶାବାଡି ଧରି ଚାଲୁଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ । ଏହାର ଏକ ଫଟୋ ନିଜେ ହ୍ରିତିକ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହାକୁ ଦେଖି ପ୍ରଶଂସକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ତାଙ୍କ ପୋଷ୍ଟରେ ଅଭିନେତା ତାଙ୍କର ଏପରି ଅବସ୍ଥା ହେବାର କାରଣ ମଧ୍ୟ ବର୍ଣ୍ଣନା କରିଛନ୍ତି । ହ୍ରିତିକଙ୍କ ଏହି ଫଟୋ ଦେଖି ଗର୍ଲଫ୍ରେଣ୍ଡ ସବା ମଧ୍ୟ କମେଣ୍ଟ ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କଲେ ହ୍ରିତିକ୍

After 2nd paragraph post ads
Middle post content

ହ୍ରିତିକ୍ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ । ତାଙ୍କ ପ୍ରଶଂସକଙ୍କ ପାଇଁ ସେ କିଛି ନା କିଛି ଫଟୋ ପୋଷ୍ଟ କରିଥାଆନ୍ତି । ଯେଉଁଥିପାଇଁ ସେ ଲାଇମ୍ ଲାଇଟ୍‌କୁ ଆସନ୍ତି । ହେଲେ ନିକଟରେ ହ୍ରିତିକଙ୍କ ନୂଆ ପୋଷ୍ଟ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନେକ ପ୍ରଶଂସକ ମଧ୍ୟ ତାଙ୍କୁ ନେଇ ଚିନ୍ତିତ ଅଛନ୍ତି । ହ୍ରିତିକ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଆଶାବାଡି ସାହାଯ୍ୟରେ ଠିଆ ହୋଇଥିବା ଦେଖାଯାଉଛି । ଅଣ୍ଟାରେ ଏକ ବେଲ୍ଟ ମଧ୍ୟ ବନ୍ଧା ହୋଇଛି । ହ୍ରିତିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ମିରର ସେଲଫି ସେୟାର କରିଛନ୍ତି । ଏହି ପୋଷ୍ଟ ସହିତ ସେ ପ୍ରଶଂସକମାନଙ୍କୁ ଏକ ଲମ୍ବା କ୍ୟାପସନରେ ଲେଖିଛନ୍ତି- ଆପଣମାନଙ୍କ ମଧ୍ୟରୁ କେତେଜଣ ଆଶାବାଡି ଏବଂ ହ୍ୱିଲ୍ ଚେୟାର ଆବଶ୍ୟକ କରନ୍ତି । ଆପଣ ଏହାକୁ ବ୍ୟବହାର କରିବାରେ କିପରି ଅନୁଭବ କଲେ ? ଏହି କାହାଣୀ ମାଧ୍ୟମରେ ସେ ନିଜ ପ୍ରଶଂସକମାନଙ୍କୁ ଆବଶ୍ୟକ ସମୟରେ ହ୍ୱିଲ୍ ଚେୟାର ଏବଂ ଆଶାବାଡି ବ୍ୟବହାର କରି ଲଜ୍ଜିତ ନହେବାକୁ ଶିଖାଇଛନ୍ତି ।

ମସଲସ୍ ଟାଣୁଥିବା ବେଳେ ହେଲେ ଆହତ

ହ୍ରିତିକ କହିଛନ୍ତି ଯେ ମସଲସ୍ ଟାଣୁଥିବା ଯୋଗୁଁ ସେ ଆହତ ହୋଇଛନ୍ତି । ଯେଉଁଥିପାଇଁ ତାଙ୍କୁ ଏସବୁ କରିବାକୁ ପଡ଼ିବ । ପ୍ରଶଂସକମାନେ ହ୍ରିତିକଙ୍କ ଏହି ପୋଷ୍ଟକୁ ନେଇ ଉଦ୍‌ବେଗ ପ୍ରକାଶ କରୁଛନ୍ତି । ଯଥାଶୀଘ୍ର ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ହ୍ରିତିକଙ୍କ ଗର୍ଲଫ୍ରେଣ୍ଡ ସବା ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ଯେ ମାଇଁ ଲଭ ତୁମେ ବହୁତ ଶକ୍ତିଶାଳୀ, ଶୀଘ୍ର ସୁସ୍ଥ ହୁଅ । ଏହା ବ୍ୟତୀତ ଅନେକ ସେଲିବ୍ରିଟି ହ୍ରିତିକଙ୍କ ପୋଷ୍ଟ ଉପରେ ମଧ୍ୟ କମେଣ୍ଟ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami