କଟକରେ ଭସାଣ ପାଇଁ ଯାନବାହନ ଚଳାଚଳ ଉପରେ କଟକଣା

Above Post Content

କଟକ: ଆସନ୍ତାକାଲି ଆୟୋଜିତ ହେବ ମା’ ଦୁର୍ଗାଙ୍କର ଭସାଣ ଉତ୍ସବ । ଏ ନେଇ କିଭଳି ଭାବେ କଟକରେ ସୁରୁଖୁରୁରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି ।

କଲେଜ ଛକ-ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା

After 2nd paragraph post ads
Middle post content

ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ଭସାଣ ବେଳେ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛିକଲେଜ ଛକଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା । ଠିକ୍ ସେହିପରି ତିନିକୋଣିଆ ବଗିଚାରୁ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଭସାଣ ବେଳେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ । ଏଣେ ଚଣ୍ଡୀଛକରୁ ଶେଖ ବଜାର ଓ ମହମ୍ମଦିଆ ବଜାର ବାଟଦେଇ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଗାଡ଼ି ଚଳାଚଳକୁ ବାରଣ କରାଯାଇଛି ।

ନିୟମ ଉଲ୍ଲଂଘନ କଲେ ଭରିବେ ଜରିମାନା

ସେହିପରି ଜାଉଁଳିଆପଟିରୁ ଫିରଙ୍ଗି ବଜାର ଦେଇ ଦେବୀଗଡ଼ା ଯାଏ ବି ଯାନବାହନ ଚଳାଚଳ କରାଯିବ ନାହିଁ । ତେଣେ ଚୌଧୁରୀ ବଜାରରୁ ପୂର୍ଣ୍ଣ ସାହି ଯାଏ ବି ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏନେଇ ଜନସାଧାରଣଣଙ୍କୁ ସହଯୋଗ କରିବାକୁ କମିଶନରେଟ ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ଉକ୍ତ ନିୟମ ଉଲ୍ଲଂଘନ କରିଲେ, ୫୦୦ ଟଙ୍କାରୁ ୧ ହଜାର ଟଙ୍କା ଯାଏ ଜରିମାନା ଆଦାୟ କରାଯିବା ନେଇବି ଚେତାବନୀ ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami