ବ୍ରିଟେନରେ ଖୁନ୍ଦି ହେଇଛନ୍ତି ଋଷ ଗୁଇନ୍ଦା,ଡ୍ରାଇଭରଠାରୁ ରୋଷେୟା ଦେଉଛନ୍ତି ଖବର !

Above Post Content

ୟୁକ୍ରେନକୁ ନେଇ ବ୍ରିଟେନ ଓ ଋଷ ମଧ୍ୟରେ ଛକାପଞ୍ଝା ଚାଲିଛି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହା ବ୍ରିଟେନର ଚିନ୍ତା ବଢାଇ ଦେଇଛିଏକ ରିପୋର୍ଟ ଅନୁସାରେ ବ୍ରିଟେନରେ ଏବେ ପ୍ରାୟ ଏକ ହଜାର ଋଷ ଗୁଇନ୍ଦା ଅଛନ୍ତି । ଭ୍ଲାଦିମିର ପୁତିନଙ୍କ ଏହି ଗୁଇନ୍ଦାଙ୍କ ଭିତରେ ଅଛନ୍ତି ଡ୍ରାଇଭର,ରୋଷେୟାଙ୍କଠାରୁ ବଡ଼ ବଡ଼ ଅଧିକାରୀ । ଯାହାର ଅର୍ଥ ହେଉଛି ବ୍ରିଟେନର ଗୁପ୍ତ ତଥ୍ୟ ପ୍ରଘଟ ହେବାର ଆଶଙ୍କା ଢେର ରହିଛି । ଏହି ଗୁଇନ୍ଦା ମାନେ ନିଜ ପରିଚୟ ଗୋପନ ରଖି ଲୁଚି ରହିଛନ୍ତିଋଷୀୟ ଏଜେନ୍ସି ଏସ ଭି.ଆର ସେମାନଙ୍କୁ ନିୟନ୍ତ୍ରଣ କରୁଛି ବ୍ରିଟେନ ସରକାର ସର୍ବୋଚ୍ଚ ଶିଖରରେ ଥିବା କିଛି ନେତା ଓ ଅଧିକାରୀ ମଧ୍ୟ ଋଷ ଏଜେନ୍ସି ସମ୍ପର୍କରେ ଥିବା କୁହାଯାଉଛି ।

ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଋଷର ଗୁଇନ୍ଦା ବ୍ରିଟେନରେ ସବୁ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ଏଭଳି କୌଣସି କ୍ଷେତ୍ର ନାହିଁ ଯେଉଁଠି ଋଷୀୟ ଗୁଇନ୍ଦା ଏଜେନ୍ସିର ପ୍ରବେଶ ନାହିଁବ୍ରିଟେନ୍ ଗୁଇନ୍ଦା ଏଜେନ୍ସି ଅନୁସାରେ କିଛି ଲୋକ ଗୁଇନ୍ଦା ହୋଇନଥିବେ ବୋଲି ଆମେ ଭାବିବା ଠିକ ହେବ ନାହିଁ । ପୁତିନଙ୍କ ଗୁଇନ୍ଦାଙ୍କ ଭିତରେ ଛାତ୍ର,ଟ୍ରେଡ୍ ୟୁନିୟନ , ବିକ୍ଷୋଭକାରୀ,ଶିକ୍ଷକ,କ୍ୟାବ୍ ଡ୍ରାଇଭରଙ୍କ ସହିତ ରାଜନୈତିକ ନେତା,ସିଭିଲ ଓ ପୋଲିସ ଅଧିକାରୀ ମଧ୍ୟ ଅଛନ୍ତି ।

After 2nd paragraph post ads

ଗୁଇନ୍ଦାଙ୍କ ସଂଖ୍ୟା କମିଛି କିନ୍ତୁ ଚିନ୍ତା ଅଲଗା

Middle post content

ଗତ କିଛି ବର୍ଷ ମଧ୍ୟରେ ଲଣ୍ଡନ ସ୍ଥିତ ଋଷ ଦୂତାବାସରେ କାର୍ଯ୍ୟ କରୁଥିବା ଗୁଇନ୍ଦାଙ୍କ ସଂଖ୍ୟା କମିଛି । କିନ୍ତୁ ଋଷ ସରକାରଙ୍କ ପାଇଁ ଗୁପ୍ତରେ କାମ କରୁଥିବା ସନ୍ଦୀଗ୍ଧ ଲୋକଙ୍କ ସଂଖ୍ୟା ବଢିଛି । ଏହି ତଥ୍ୟ ସେଇ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଋଷ ସେନାକୁ ଅପମାନଜନକ ପରିସ୍ଥିତିରେ ୟୁକ୍ରେନର ଖୋରସାନରୁ ପ୍ରସ୍ଥାନ କରିବାକୁ ପଡ଼ିଛି । ଏହାପରଠାରୁ ଆଶଙ୍କା କରାଯାଉଛି ଯେ, ନିଜ ପ୍ରତିଷ୍ଠା ବଂଚାଇବାକୁ ପୁତିନ କୌଣସି କଠୋର ଓ ବିପଜ୍ଜନକ ପଦକ୍ଷେପ ନେଇ ପାରନ୍ତି

ବ୍ରିଟେନରେ ରହୁଛନ୍ତି ୭୩ ହଜାର ଋଷୀୟ

ଏକ ଅନୁମାନ ଅନୁସାରେ ବ୍ରିଟେନର ପ୍ରାୟ ୭୩ ହଜାର ଋଷୀୟ ପ୍ରବାସୀ ରହୁଛନ୍ତି । ଏହି ୭୩ ହଜାରଙ୍କ ମଧ୍ୟରୁ କିଛି ଋଷ ଗୁଇନ୍ଦା ଥିବା ସନ୍ଦେହ କରାଯାଉଛି । କିନ୍ତୁ ଋଷ ପାଇଁ କେବଳ ପ୍ରବାସୀ ଋଷୀୟ କାମ କରୁଛନ୍ତି ବୋଲି ଭାବିବା ଠିକ ନୁହେଁ । ଶୁକ୍ରବାର ଦିନ ଜର୍ମାନୀ ଦୂତାବାସର ଜଣେ ଗାର୍ଡଙ୍କୁ ଋଷ ପାଇଁ ଗୁପ୍ତଚରବୃତି କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ଏହା କୁହାଯାଉଛି ଯେ, ପୁତିନଙ୍କ ଗୁଇନ୍ଦା ବ୍ରିଟେନର ସବୁଠାରୁ ସୁରକ୍ଷିତ ସ୍ଥାନରେ ମଧ୍ୟ ଅଛନ୍ତି । ଯାହାଭିତରେ ଅଛି ନ୍ୟୁକ୍ଲିୟର ପାୱାର ସେଣ୍ଟର,ଏୟାରଫୋର୍ସ ଓ ନେଭି ବେସ୍ । ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ମୋବାଇଲ ଋଷ ଗୁଇନ୍ଦା ହ୍ୟାକ୍ କରିଥିବା ଖବର ଆସିଥିଲା । ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami