ବିଦେଶ ମାଟିରେ ଭାରତୀୟ ସଂସ୍କୃତିର ଝଲକ

Above Post Content

ଆବୁଧାବି: ୟୁଏଇରେ ନିର୍ମାଣ ହୋଇଛି ପ୍ରଥମ ହିନ୍ଦୁ ମନ୍ଦିର । ଏହି ମନ୍ଦିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି । ଏବେ ବିଦେଶ ମାଟିରେ ଦେଖିବାକୁ ମିଳିବ ଭାରତୀୟ ସଂସ୍କୃତି ପରାମ୍ପରା ଐତିହ୍ୟର ଝଲକ । ୨୭ ଏକର ଜମିରେ ନିର୍ମିତ ହୋଇଛି ଏହି ମନ୍ଦିର , ଯେଉଁଥିରେ ଭାରତୀୟ ସଂସ୍କୃତି ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପରିଚୟର ଏକ ନିଆରା ମିଶ୍ରଣ ରହିଛି । ଏହି ମନ୍ଦିର ଗୋଲାପୀ ରଙ୍ଗର ମାର୍ବଲ ପଥରରେ ତିଆରି କରାଯାଇଛି । ଏଥିଲାଗି ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୟୁଏଇ ଏକ ମୁସଲିମ ବହୁଳ ଦେଶ ହୋଇଥିବା ବେଳେ ଏଠାରେ ଏକ ବିଶାଳ ହିନ୍ଦୁ ମନ୍ଦିର ନିର୍ମାଣ ହେବା ସମସ୍ତଙ୍କୁ ଚକିତ କରିଛି ।

Middle post content

ଗୁଜରାଟର ସୋମନାଥ, କାଶୀ ବିଶ୍ୱନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଛି

After 2nd paragraph post ads

ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ୱନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଛି । ୭ ଶିଖର ବିଶିଷ୍ଟ ହୋଇଛି ଏହି ମନ୍ଦିର । ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏହା ହେଉଛି ପ୍ରଥମ ମନ୍ଦିର ଯାହା ସଂପୂର୍ଣ୍ଣ ଭାବେ ପଥରରେ ନିର୍ମିତ ହୋଇଛି । ମନ୍ଦିରରେ ବ୍ୟବହାର ହୋଇଥିବା ପିଙ୍କ୍ ପଥର ରାଜସ୍ଥାନରୁ ଆସିଥିବା ବେଳେ ହ୍ୱାଇଟ୍ ଇଟାଲିଆନ୍ ମାର୍ବଲ ଇଟାଲୀରୁ ଆସିଛି । ଗ୍ରାନାଇଟ୍ ଓ ଧଳା ମାର୍ବଲରେ ନିର୍ମାଣ ଏହି ମନ୍ଦିର ବେଶ୍ ମନମୁଗ୍ଧକର । ମନ୍ଦିରରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ବି ନିଖୁଣ ଭାବେ ନିର୍ମାଣ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami