୪୩୦ କୋଟିରେ ନିଲାମ ହେଲା ୧୯୬୨ ମସିହାର ଫେରାରି କାର

Above Post Content

ନ୍ୟୁୟର୍କ: ୪୩୦ କୋଟିରେ ନିଲାମ ହେଲା ଫେରାରି କାର । ନ୍ୟୁୟର୍କଠାରେ ୧୯୬୨ ମସିହାର ଏକ ଫେରାରି ୨୫୦ ଜିଟିଓ କାର ୫.୧୭ କୋଟି ଆମେରିକୀୟ ଡଲାର ବା ପାଖାପାଖି ୪୩୦ କୋଟି ଟଙ୍କାରେ ନିଲାମ ହୋଇଛି । ନାଲି ରଙ୍ଗର ଏହି ଗାଡ଼ିଟିକୁ ଜଣେ ଆମେରିକୀୟ ଦୀର୍ଘ ୩୮ ବର୍ଷ ହେଲା ସାଇତି ରଖିଥିଲେ । ଏହି କାର ବିଶ୍ୱର ଦ୍ୱିତୀୟ ସର୍ବାଧିକ ମୂଲ୍ୟରେ ନିଲାମ ହୋଇଥିବା କାରର ମାନ୍ୟତା ହାସଲ କରିଛି । ଏହାକୁ ହାସଲ କରିଥିବା ନିଲାମଧାରୀଙ୍କ ପରିଚୟ ପ୍ରଘଟ ହୋଇ ନଥିବା ବେଳେ ଉକ୍ତ ଗାଡ଼ିଟି ୬ କୋଟି ଡଲାରରୁ ଅଧିକ ମୂଲ୍ୟରେ ନିଲାମ ହେବ ବୋଲି ଏହାର ନିଲାମକର୍ତ୍ତା ଆଶା ରଖିଥିଲେ ।

Middle post content

ବିଭିନ୍ନ ରେସିଂ ପ୍ରତିଯୋଗିତାରେ ନେଇଛି ଭାଗ

After 2nd paragraph post ads

୧୯୬୨ ମସିହାରୁ ଏହି ୪,୦୦୦ ସି.ସି. ଇଞ୍ଜିନ୍ ଓ ୩୯୦ ହର୍ସପାୱାର ବିଶିଷ୍ଟ କାରଟି ଇଟାଲି ଓ ସିସିଲିରେ ବିଭିନ୍ନ ରେସିଂ ପ୍ରତିଯୋଗିତାରେ ଭାଗ ନେଇଥିଲା । ପରେ ଷାଠିଏ ଦଶକର ଶେଷ ଭାଗ ବେଳକୁ ଆମେରିକାକୁ ରପ୍ତାନି ହୋଇଥିଲା । ଏହା ପରେ ଗାଡ଼ିଟି ଏକାଧିକ ଥର ମରାମତି ଓ ପୁନର୍ବିନ୍ୟାସ ହୋଇ ୧୯୮୫ ମସିହାରୁ ବର୍ତ୍ତମାନର ମାଲିକ ତଥା ଉତ୍ସର୍ଗୀକୃତ ସଂଗ୍ରାହକଙ୍କ ପାଖରେ ରହିଥିଲା ।ଗତବର୍ଷ ଏକ ମର୍ସିଡିଜ୍ ୩୦୦ ଏସ୍‌ଏଲ୍‌ଆର ଉଲେନ୍‌ହଟ୍ କୁପ୍ ମଡେଲ୍‌ର କାର ସାଢ଼େ ୧୩ କୋଟି ୟୁରୋ ମୂଲ୍ୟରେ ବିକ୍ରି ହୋଇଥିଲା, ଯାହାର ବର୍ତ୍ତମାନର ମୂଲ୍ୟ ୧୪.୪ କୋଟି ଆମେରିକୀୟ ଡଲାର ବା ପ୍ରାୟ ୧,୧୯୬ କୋଟି ଟଙ୍କା ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami