ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ

Above Post Content

 

ଚୀନ୍ : ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ଘଟଣାଟି ସତ । ଚୀନ୍‌ର ଏକ ଡାକ୍ତରଖାନାରେ ଡାକ୍ତରମାନେ ମହିଳାଙ୍କ ଆଖିରୁ ୬୦ଟି ଜୀବନ୍ତ ପୋକ ବାହାର କରିଛନ୍ତି । ଏହା ଜାଣିବା ପରେ ମହିଳା ଓ ତାଙ୍କ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତି କି ଡ଼ାକ୍ତର ମଧ୍ୟ ଚକିତ ହୋଇଯାଇଛନ୍ତି ।

After 2nd paragraph post ads
Middle post content

କୁକୁର, ବିରାଡ଼ିଙ୍କୁ ଆଉଁଷିବା ବେଳେ ଶୂକକୀଟ ଆଖିରେ ପଶିଥିବା ସନ୍ଦେହ

ଡାକ୍ତରଙ୍କ କହିବା ଅନୁଯାୟୀ, ମହିଳାଙ୍କ ବାମ ଆଖିରୁ ୪୦ଟି ଓ ଡାହଣ ଆଖିରୁ ୨୦ଟି ଜିଅନ୍ତା ପୋକ ବାହାର କରାଯାଇଛି । ଏଗୁଡିକ ‘ଫିଲାରିଓଇଡିଆ’ ନାମକ ଏକ ଜାତୀୟ ଗୋଲ୍‌କୃମି । ମଣିଷକୁ ମାଛି କାମୁଡିବା ଦ୍ୱାରା ଏଗୁଡିକ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି । ଦୀର୍ଘ ଦିନରୁ ମହିଳାଙ୍କ ଆଖି କୁଣ୍ଡାଇ ହେଉଥିଲା । ଦିନେ ହଠାତ୍ ଆଖି କୁଣ୍ଡାଇବା ବେଳେ ଏକ ପୋକ ବାହାରି ଆସିଥିଲା । ଏହାଦେଖି ସେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ପରେ ଡାକ୍ତର ମହିଳାଙ୍କ ଆଖିରୁ ପ୍ରାୟ ୬୦ଟି ଜୀବନ୍ତ ପୋକ ବାହାର କରିଥିଲେ । ମହିଳାଙ୍କ କହିବାନୁଯାୟୀ କୁକୁର କିମ୍ବା ବିରାଡ଼ିଙ୍କୁ ଆଉଁଷିବା ବେଳେ ଶୂକକୀଟ ତାଙ୍କ ହାତରେ ଲାଗିଯାଇଥିବ । ସେହି ହାତରେ ସେ ଆଖି ମଳି ଦେବାରୁ ଶୂକକୀଟଗୁଡିକ ତାଙ୍କ ଆଖିରେ ପଶିଯାଇଥିବା ସନ୍ଦେହ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami