ଅମାନିଆଙ୍କ ପାଇଁ ଟ୍ରାଫିକ ପୋଲିସର କଡ଼ା ନିୟମ

Above Post Content

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ ସିଗନାଲ ଭାଙ୍ଗିଲେ ତଣ୍ଡ ଗଣିବେ ଗାଡି ଚାଳକ । ଡ୍ରାଇଭିଂ ଲାଇସେନ୍ସ ବି ହେବ ବାତିଲ । ଟ୍ରାଫିକ୍ ସିଗନାଲ୍ ଡେଇଁ ଖସିଯିବା ଆଉ ସହଜ ହେବନି । ଟ୍ରାଫିକ୍ ସିଗନାଲ୍ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଏପରି କଡ଼ା ନିୟମ କରିଛି ଭୁବନେଶ୍ୱର ଟ୍ରାଫିକ ପୁଲିସ୍ ।

Middle post content

୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌

After 2nd paragraph post ads

ରାଜଧାନୀରେ ଟ୍ରାଫିକ ପୋଷ୍ଟର ରେଡ୍ ସିଗ୍ନାଲ ଡେଇଁଲେ ଆଉ ତ୍ରାହି ନାହିଁ । କେବଳ ଯେ ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହେବ ତା ନୁହେଁ, ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ କରାଯିବ । ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏହି ସୂଚନା ଦେଇଛନ୍ତି । ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ ଏପରି ନୂଆ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ୍ । ଏହି କ୍ରମରେ ଅଭ୍ୟାସଗତ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami