ପାକିସ୍ତାନରେ ଦାଉଦ୍ ଇବ୍ରାହିମ୍‌ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି

Above Post Content

ନୂଆଦିଲ୍ଲୀ: ‘ଅଣ୍ଡରୱାର୍ଲଡ୍ ଡନ୍‌’ ଦାଉଦ୍ ଇବ୍ରାହିମ୍‌ଙ୍କୁ ପାକିସ୍ତାନରେ ଦିଆଯାଇଛି ବିଷ । ଏବେ ସେ କରାଚୀର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ, ଏପର୍ଯ୍ୟନ୍ତ ଏ ଖବରକୁ ପାକିସ୍ତାନ ଔପଚାରିକ ଭାବେ ସୁନିଶ୍ଚିତ କରିନାହିଁ । ଡାକ୍ତରଖାନାରେ ଦାଉଦ୍‌ଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି । ତାଙ୍କର କେହି ଜଣେ ଘନିଷ୍ଠ ବ୍ୟକ୍ତି ବିଷ ଦେବା କାରଣରୁ ଦାଉଦ୍ ଅସୁସ୍ଥ ହୋଇପଡ଼ିଥିବା ଜଣାଯାଇଛି ।

ଯେଉଁ ମହଲାରେ ଅଛନ୍ତି ଦାଉଦ୍‌, ସେଠାକୁ କାହାକୁ ଛଡ଼ା ଯାଉନାହିଁ

After 2nd paragraph post ads
Middle post content

୨ ଦିନ ହେବ ସେ ଡାକ୍ତରଖାନାରେ ଅଛନ୍ତି । ଡାକ୍ତରଖାନାର ଯେଉଁ ମହଲାରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି, ସେଠାରେ ଅନ୍ୟ କୌଣସି ରୋଗୀ ନାହାନ୍ତି । ସେଠାକୁ କେବଳ ଡାକ୍ତରଖାନାର ପଦସ୍ଥ ଅଧିକାରୀ ଓ ଦାଉଦ୍‌ଙ୍କ ପରିବାରର ସଦସ୍ୟମାନଙ୍କୁ ଯିବାକୁ ଅନୁମତି ମିଳୁଛି । କିନ୍ତୁ, ପାକିସ୍ତାନର କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ, ଦାଉଦ୍‌ଙ୍କୁ ବିଷ ଦିଆଯିବା ସମ୍ବାଦ ଭିତ୍ତିହୀନ ଓ କପୋକଳ୍ପିତ । ଦାଉଦ୍ କରାଚୀସ୍ଥିତ ତାଙ୍କ ବାସଭବନରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଦାଉଦ୍‌ଙ୍କ ସହଯୋଗୀ ଓ ସମର୍ଥକମାନଙ୍କ ମଧ୍ୟରେ ବିଭ୍ରାନ୍ତି ଓ ଆତଙ୍କ ସୃଷ୍ଟି କରିବା ଲାଗି ଭାରତ ମିଥ୍ୟା ବା ଗୁଜବ ରଟନା କରୁଛି ବୋଲି ସେମାନେ ଦୋଷାରୋପ କରିଛନ୍ତି ।

ଦାଉଦ୍ ପାକିସ୍ତାନରେ ନାହାନ୍ତି

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାର ଷଡ଼ଯନ୍ତ୍ରକାରୀ ଦାଉଦ୍ ଇବ୍ରାହିମ୍ ବିଶ୍ୱର ଅନ୍ୟତମ ‘ମୋଷ୍ଟ୍ ୱାଣ୍ଟେଡ୍‌’ ଆତଙ୍କବାଦୀ କେତେ ଦଶନ୍ଧି ହେବ ପାକିସ୍ତାନରେ ଅବସ୍ଥାନ କରୁଛନ୍ତି । ମୁମ୍ବାଇରେ ଘଟିଥିବା ବୋମା ବିସ୍ଫୋରଣ ଯୋଗୁଁ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ବହୁ ଲୋକ ଆହତ ହୋଇଥିଲେ । କରାଚୀର କ୍ଲିଫ୍‌ଟନ୍ ଅଞ୍ଚଳରେ ଦାଉଦ ବାସ କରୁଥିବା କଥା ଭାରତୀୟ ସରକାରୀ କର୍ତ୍ତୃପକ୍ଷମାନେ ଦାବି କରୁଥିଲେ ବି ସେ ପାକିସ୍ତାନରେ ନାହାନ୍ତି ବୋଲି ପାକିସ୍ତାନୀ କର୍ତ୍ତୃପକ୍ଷ କହୁଛନ୍ତି । ଦାଉଦ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଘଟଣାର ସତ୍ୟତା ଜାଣିବା ଲାଗି ମୁମ୍ବାଇ ପୋଲିସ ତାଙ୍କର ଆତ୍ମୀୟ ଅଲିଶାହ ପାର୍କର୍ ଓ ସାଜିଦ୍ ୱାଗ୍‌ଲେଙ୍କ ପାଖରୁ ସୂଚନା ପାଇବାକୁ ଉଦ୍ୟମ କରୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami