ଚୀନ ଋଣ ଏମିତି ଶ୍ରୀଲଙ୍କାକୁ କରିଦେଲା କାଙ୍ଗାଳ, ଗ୍ୟାସ ସିଲିଣ୍ଡର ଦାମ ୪ ହଜାର ଟଙ୍କା

Above Post Content

ଶ୍ରୀଲଙ୍କାରେ ଦିନକୁ ଦିନ ଜଟିଳ ହେଉଛି ଆର୍ଥିକ ସଙ୍କଟଇନ୍ଧନ ଓ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି । ସରକାର ଋଣ ଭାରରେ ବୁଡି ରହିଥିବା ବେଳେ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି। ଇନ୍ଧନ ପାଇଁ ଲୋକଙ୍କୁ ଦିନସାରା ଲାଇନରେ ଛିଡା ହେବାକୁ ପଡୁଛି। ଡାଲି, ଚାଉଳ, ପନିପରିବା ଆକାଶ ଛୁଆଁ। କିଲୋ ପ୍ରତି ଚାଉଳ ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିନି କେଜି ପ୍ରତି ୩୦୦ ଟଙ୍କାରେ ପହଞ୍ଚିଛି । ଗ୍ୟାସ ସିଲିଣ୍ଡର ଦାମ୍ ୪ ହଜାର ଟଙ୍କା ଛୁଇଁଛି। ବଢୁଥିବା ଦରଦାମ୍ ଯୋଗୁଁ ଅତିଷ୍ଠ ହେଲେଣି ଜନ ସାଧାରଣ।

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ବଢିବାରେ ଲାଗିଛି ଜନ ଆକ୍ରୋଶ। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାକୁ ବସିଲାଣି। ତେଣୁ ଅନେକ ସାମଗ୍ରୀ ବିଦେଶରୁ ଆମଦାନୀ ହୋଇପାରୁନାହିଁ । ପରିଣାମ ସ୍ବରୂପ, ଜୀବନ ରକ୍ଷାକାରୀ ଔଷଧଠାରୁ ଆରମ୍ଭ କରି ସିମେଣ୍ଟ ଭଳି ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ଏପରିକି ୧୯୪୮ ମସିହା ପରଠାରୁ ଏଭଳି ଆର୍ଥିକ ସଙ୍କଟ କେବେ ଦେଖିବାକୁ ମିଳିନଥିଲା। ହେଲେ ଆଗକୁ ସ୍ଥିତି ଆହୁରି ସଂଗୀନ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଏମିତିକି ଦେଶ ଦେବାଳିଆ ମଧ୍ୟ ହୋଇପାରେ।

After 2nd paragraph post ads

ତେବେ କାହିଁକି ସୁବର୍ଣ୍ଣ ଲଙ୍କା ହେଉଛି କାଙ୍ଗାଳ । ଦେଶ ଦେବାଳିଆ ପଛରେ ରହିଛି କି ଚୀନର ଋଣ ବୋଝ ?

ଇନଫ୍ରାଷ୍ଟକଚର ପ୍ରୋଜେକ୍ଟସ୍ ପାଇଁ ଶ୍ରୀଲଙ୍କା ବିପୁଳ ପରିମାଣରେ ବିଦେଶୀରୁ ଋଣ ନେଇଛି । ୨୦୨୧ରେ ମୋଟ୍ ୩୫ ବିଲିୟନ୍ ଡଲାର ବିଦେଶୀ ଲୋନ୍ ନେଇଥିଲା ଶ୍ରୀଲଙ୍କା । ଯଦିଓ ଋଣ ରିହାତି ଦରରେ ମିଳିଛି ତଥାପି ଏହାର ଏକ ବଡ ଅଂଶ ଅନ୍ତରାଷ୍ଟ୍ରୀୟ ସୋବରେନ୍ ବଣ୍ଡସ୍ ରୂପେ ରହିଛି । ଏପରି ସ୍ଥିତିରେ ବିଦେଶୀ ମୁଦ୍ରା ଭଣ୍ଡାର ଖୋଲି ହୋଇଯାଇଛି । ଆଉ ଏବେ ଅଧିକ କିଛି କିଣିବା ପାଇଁ ଅର୍ଥ ନାହିଁ । ଦେଶକୁ ୨୦୨୨ ମସିହାରେ ୭ ବିଲିୟନ୍ ଡଲାରରୁ ଅଧିକ ବିଦେଶୀ ଋଣ ଶୁଝିବାକୁ ପଡିବ

Middle post content

କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଏକପ୍ରକାର ଠପ୍ ହୋଇପଡିଛି । ସେପଟେ ଦିନକୁ ଦିନ ଚୀନର ଋଣ ଜାଲରେ ଛନ୍ଦି ହୋଇପଡୁଛି ଦେଶ । ଶ୍ରୀଲଙ୍କାର ମୋଟ୍ ବିଦେଶୀ ଋଣର ୧୦ ପ୍ରତିଶତ ଚୀନ୍ ରିହାତି ଋଣ ନାମରେ ଦେଇଛି। ଏହାବ୍ୟତୀତ ଚୀନର ସରକାରୀ ବ୍ୟାଙ୍କ ଦେଶକୁ କର୍ମସିଆଲ୍ ଲୋନ୍ ଦେଇଛି। ଆର୍ଥୀକ ସଙ୍କଟ ଦେଖାଦେଲେ ଦକ୍ଷିଣ ଭାଗରେ ଥିବା ହବନଟୋଟା ପୋର୍ଟକୁ ୯୯ ବର୍ଷ ପାଇଁ ଚୀନକୁ ଦେବାକୁ ପଡିବ । ଖାସ୍ କଥା ହେଉଛି ଏହି ପୋର୍ଟ ପାଇଁ ଚୀନ୍ ଅର୍ଥ ଯୋଗାଇଥିଲା

ଖାଲି ଶ୍ରୀଲଙ୍କା ନୁହେଁ କେନିୟା, ଜିବୁତି, ଲାଓସ, ଜାମ୍ବିଆ, ମାଲେସିଆ ଓ କିର୍ଗିସ୍ତାନ ଭଳି ଦେଶକୁ ମଧ୍ୟ ବଡ଼ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ପାଇଁ ଚୀନ୍ ଋଣ ଦେଇଛି । ଶ୍ରୀଲଙ୍କାର ଦ୍ୱାହି ଦେଇ ଏକ୍ସପର୍ଟ ମାନେ ସାରା ଦୁନିଆକୁ ଚୀନର ଋଣ ଜାଲ ନେଇ ସତର୍କ କରାଇଛନ୍ତି

ଭାରତ ଦେଲା ସହାୟତା

ତେବେ ପଡୋଶୀ ଦେଶ ଶ୍ରୀଲଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଚୀନର ନିୟନ୍ତ୍ରଣ ଏବେ ଭାରତର ଚିନ୍ତା ବଢାଇଛି। ତଥାପି ଆର୍ଥିକ ସଙ୍କଟ ବେଳେ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଛି ଭାରତଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ୧ ବିଲିୟନ୍ ଡଲାରର ଋଣ ସୁବିଧା ଦେଇଛି ଭାରତ। ଏଥିସହିତ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ଯାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍, ଜୟଶଙ୍କର । ଏହି ସମୟରେ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଏସ ଜୟଶଙ୍କର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami