ଅନୀଲ-ବୋନିଙ୍କ ମଧ୍ୟରେ ହୋଇଛି ବଡ଼ ଧରଣର ଝଗଡ଼ା

Above Post Content

ମୁମ୍ବାଇ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତିସମ୍ପନ୍ନ ପ୍ରଡ୍ୟୁସର ବୋନି କପୁର ଓ ତାଙ୍କ ସାନ ଭାଇ ଅଭିନେତା ଅନିଲ କପୁରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଉଭୟଙ୍କ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିବା ଚର୍ଚ୍ଚା ହେଉଛି । କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବି ନାହିଁ । ଏହାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେଇଛି । ଏନେଇ ଖୋଦ୍ ବୋନି କପୁର ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି । ବୋନି କହିଛନ୍ତି ଅନିଲ ସହ ମୋର ବଡ଼ ଧରଣର ଝଗଡ଼ା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଆମ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ରହିଛି ।

Middle post content

ଫିଲ୍ମ ନୋ ଏଣ୍ଟ୍ରି’ର ସିକ୍ୱେଲକୁ ନେଇ ଦେଖାଦେଇଛି ବିବାଦ

After 2nd paragraph post ads

ଏହି ଝଗଡ଼ା ୨୦୦୫ରେ ରିଲିଜ୍ ହୋଇଥିବା ସୁପରହିଟ୍ କମେଡ଼ି ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ନେଇ ହୋଇଥିଲା । ଅନିଲ ‘ନୋ ଏଣ୍ଟ୍ରି-୨’ ନିର୍ମାଣ କରିବାକୁ ଚାହୁଁଛନ୍ତି । ସେଥିପାଇଁ ପ୍ରସ୍ତୁତି ମଧ୍ୟ ଜାରି ରଖିଛନ୍ତି । ଏହି ସିକ୍ୱେଲରେ ପୁରୁଣା ଷ୍ଟାର୍ କାଷ୍ଟ୍‌ଙ୍କୁ ରିପ୍ଲେସ କରାଯାଇଛି । ନୂଆ ଷ୍ଟାର୍ କାଷ୍ଟ୍ ସହିତ ଫିଲ୍ମ ନିର୍ମାଣ କରିବାର ଯୋଜନା ହୋଇଛି । ପୂର୍ବରୁ ସଲମାନ ଖାନ୍ ଏବଂ ଫରିଦିନ୍ ଖାନ୍‌ଙ୍କୁ ପ୍ରୋଜେକ୍ଟରୁ ବାହାର କରାଯାଇଛି । ତେବେ ଅନିଲ ଏହି ସିକ୍ୱେଲରେ ଯୋଗ ଦେବାକୁ ଚାହୁଁଛନ୍ତି ।କିନ୍ତୁ ବୋନିଙ୍କ ସୂଚନା ପୂର୍ବରୁ ପ୍ରଚାର ହୋଇଥିଲା ଯେ ଅନିଲଙ୍କୁ ପ୍ରୋଜେକ୍ଟରେ ନିଆଯାଉ ନାହିଁ । ଏନେଇ ଅନିଲ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ଅନିଲ ବୋନିଙ୍କ ସହିତ କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି । ‘ନୋ ଏଣ୍ଟ୍ରି-୨’ରେ ବରୁଣ ଧାୱନ, ଦିଲଜିତ୍ ଦୋସାଂଝ ଏବଂ ଅଜୁର୍ନ କପୁରଙ୍କୁ ଦେଖିବାକୁ ମିଳିବ । ‘ନୋ ଏଣ୍ଟ୍ରି-୨’ ନିର୍ମାଣ ପୂର୍ବରୁ କପୁର ପରିବାରରେ ବଢୁଥିବା ଫାଟ କମିବ ନା ପୁଣି ଆଗକୁ ଯିବ ସେ ନେଇ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜାରି ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami