୧୧ ବର୍ଷ ସାନ ଅଭିନେତାଙ୍କ ପ୍ରେମରେ ମଲାଇକା

Above Post Content

ମୁମ୍ବାଇ:ବଲିଉଡର ଫିଟନେସ୍ କୁଇନ୍ ଭାବେ ଅଭିନେତ୍ରୀ ମଲାଇକା ଆରୋରା ଖୁବ୍ ଜଣାଶୁଣା । ସେ ଅନେକ ସମୟରେ ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ଉବୁଟୁବୁ ମଲାଇକା । ଉଭୟଙ୍କୁ ଅନେକ କାର୍ଯ୍ୟକ୍ରମ,ରେଷ୍ଟୁରାଣ୍ଟରେ ଏକାଠି ଦେଖିବାକୁ ମିଳୁଛନ୍ତି । ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ସହିତ ଫଟୋ ଶେୟାର କରନ୍ତି । ମଲାଇକାଙ୍କଠାରୁ ଅର୍ଜୁନ ୧୧ ବର୍ଷ ସାନ । ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଢେର ଚର୍ଚ୍ଚା ।

ପ୍ରେମ ସମ୍ପର୍କକୁ ନେଇ ଏମିତି କିଛି କହିଲେ ମଲାଇକା

After 2nd paragraph post ads

କିଛି ଦିନ ହେବ ସେମାନଙ୍କର ବିଚ୍ଛେଦ ହୋଇଥିବା ନେଇ ଆଲୋଚନା ହେଉଛି । ମଲ୍ଲାଇକା ପ୍ରେମ ବିଚ୍ଛେଦ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି । ଆଉ କହିଛନ୍ତି, ଯାହା ଜଣାଇବାର ଥିଲା ଜଣାଯାଇସାରିଛି । ମୁଁ ଯେଉଁ ପ୍ରୋଫେସନରେ ଅଛି, ସେଥିରେ ଉଭୟ ଭଲ ଓ ମନ୍ଦକୁ ଶୁଣିବାକୁ ପଡ଼ିବ । ଲାଇମଲାଇଟରେ ଥିଲେ ଲୋକେ ବିଭିନ୍ନ କଥା କହିବେ । ତେଣୁ ମୋର ଏସବୁକୁ ନେଇ କିଛି ବି ଫରକ ପଡ଼ିବ ନାହିଁ । ମୋର ଯେଉଁ ସମ୍ପର୍କ ଯେମିତି ଅଛି ଭଲ ଅଛି । ତେଣୁ ଲୋକେ ମୋତେ ନେଇ ଯାହା ବି କହିବେ ମୋ ନାମକୁ ନେଇ ଯେଉଁବି ପୁରୁଷ ସହିତ ଯୋଡ଼ିବେ ସେଥିରେ ମୋର କିଛି ଯା.. ଆସ ନାହିଁ ।

Middle post content

ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିଲେ

ମଲାଇକା ଆରୋରା କେବଳ ଜଣେ ଅଭିନେତ୍ରୀ କିମ୍ବା ମଡେଲ ନୁହଁନ୍ତି ବରଂ ଜଣେ ନ ନୃତ୍ୟଶିଳ୍ପୀ, ଏବଂ ଟେଲିଭିଜନ ଉପସ୍ଥାପିକା ମଧ୍ୟ ଅଟନ୍ତି । ମଲାଇକା ଆରୋରା ଏବେ ମଧ୍ୟ ତାଙ୍କ ଆଇଟମ ନୃତ୍ୟ ପାଇଁ ଜଣାଶୁଣା । ୧୯୯୮ ଚଳଚ୍ଚିତ୍ର ‘ଦିଲ ସେ’ରୁ ସେ ‘ଛେୟାଁ ଛେୟାଁ’ ଗୀତରୁ ସ୍ୱୀକୃତି ପାଇଥିଲେ । ଏହି ଗୀତ ସହିତ ସେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚିତ ହୋଇଥିଲେ । ଆଜି ତାଙ୍କ ଚେହେରା ଏବଂ ଫ୍ୟାଶନ ଇନ୍ସ ଯୋଗୁ ଚର୍ଚ୍ଚାରେ ରହୁଥିବା ମଲାଇକା ପ୍ରକୃତରେ ଅଭିନୟ ଜଗତରେ ପ୍ରବେଶ କରିବାକୁ ଚାହୁଁ ନ ଥିଲେ । ପିଲାଦିନରୁ ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିଲେ ।

୧୮ ବର୍ଷର ସମ୍ପର୍କ ତୁଟାଇଥିଲେ ମଲାଇକା

ଅଭିନୟ ଜଗତରେ ପ୍ରବେଶ କରିବା ପରେ ଅଭିନେତା ତଥା ନିର୍ମାତା ଅରବାଜ ଖାନଙ୍କୁ ଭେଟିଥିଲେ । ଏକ ବିଜ୍ଞାପନ ଶୁଟିଂ ସେଟରେ ମଲାଇକା ଏବଂ ଅରବାଜ ଖାନ ପରସ୍ପରକୁ ଭଲ ପାଇ ବସିଥିଲେ । ବହୁ ବର୍ଷ ଧରି ଡେଟିଂ କରିବା ପରେ ଉଭୟ ୧୯୯୮ରେ ବିବାହ କରିଥିଲେ । ପ୍ରାୟ ୧୮ ବର୍ଷ ଧରି ଏକ ଦାମ୍ପତ୍ୟ ଜୀବନ ବିତାଇବା ପରେ, ଏହି ଦମ୍ପତି ୨୦୧୭ରେ ଅଲଗା ହୋଇଥିଲେ । ୨୦୧୭ରେ ଅରବାଜ ଖାନଙ୍କଠାରୁ ଅଲଗା ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami