ବଚ୍ଚନ ପରିବାରରେ ଧୁମ୍‌ଧାମ୍‌ରେ ପାଳନ ହେଲା ହୋଲି

Above Post Content

ମୁମ୍ବାଇ: ଆସିଛି ରଙ୍ଗର ପର୍ବର ହୋଲି । ସାରା ଦେଶରେ ଧୁମଧାମରେ ପାଳନ ହେବ । ବିଭିନ୍ନ ସ୍ଥାନରେ ରଙ୍ଗରେ ରଙ୍ଗେଇ ହୋଇଯାଇଛନ୍ତି ଲୋକେ । ଦୋଳଗୋବିନ୍ଦଙ୍କୁ ଫଗୁ ଲଗାଇ ଗୋବିନ୍ଦଙ୍କ ଆଶିର୍ବାଦରେ ମାତିଛନ୍ତି ଭକ୍ତ । ଏଥିରୁ ବାଦ୍ ପଡିନାହାଁନ୍ତି ସେଲିବ୍ରିଟି । ଖାସ୍ କରି ବଚ୍ଚନ ପରିବାରରେ ଦେଖିବାକୁ ମିଳିଛି ହୋଲିର ମାହୋଲ । ସାରା ପରିବାର ଏକାଠି ହୋଇ ହୋଲି ସେଲିବ୍ରେସନ କରିଛନ୍ତି । ରଙ୍ଗର ପର୍ବ ହୋଲିର ଗୋଟିଏ ଦିନ ପୂର୍ବରୁ ବଚ୍ଚନ ଏବଂ ନନ୍ଦା ପରିବାର ଏକାଠି ହୋଇ ହୋଲିକା ଦାହାନ ପାଳନ କରିଛନ୍ତି । ପୁରା ବଚ୍ଚନ ପରିବାର ସେମାନଙ୍କ ମୁମ୍ବାଇ ଘରର ଲନରେ ଏହି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଝିଅ ଶ୍ୱେତାଙ୍କ ଝିଅ ନବ୍ୟା ନବେଲୀ ନନ୍ଦା ଏବଂ ମାମୁ ଅଭିଷେକ ବଚ୍ଚନଙ୍କ ଦ୍ୱାରା ସେୟାର ହୋଇଥିବା ଅନେକ ଫଟୋରେ ଏହା ଦେଖିବାକୁ ମିଳିଛି ।

Middle post content

ଉତ୍ସବର ଫଟୋ ସେୟାର କଲେ ନବ୍ୟା

After 2nd paragraph post ads

ଫଟୋରେ ନବ୍ୟା ତାଙ୍କ ମାମୁ ଅଭିଷେକ ବଚ୍ଚନଙ୍କ ମୁହଁରେ ରଙ୍ଗ ଲଗାଉଛନ୍ତି । ନବ୍ୟା ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, “ହୋଲିକା ଦାହାନ୍ ।” ତେହେ କହିବାକୁ ହୋଲିର ଗୋଟିଏ ଦିନ ପୂର୍ବରୁ ପଡିଥାଏ ହୋଲିକା ଦହନ । ସେଥିପାଇଁ ଏକାଠି ହୋଇଥିଲେ ବଚ୍ଚନ ପରିବାରର ସବୁ ସଦସ୍ୟ । ଏହି ଉତ୍ସବରେ ନଭ୍ୟା ତାଙ୍କ ମାମୁଁ ଅଭିଷେକଙ୍କ ମୁଣ୍ଡରେ ରଙ୍ଗ ଲଗାଛନ୍ତି । ଯେଉଁଠି ମାଇଁ ଐଶର୍ଯ୍ୟା ଛିଡା ହୋଇଥିବାର ନଜର ଆସିଥିଲେ । କେବଳ ଐଶର୍ଯ୍ୟା ନୁହେଁ ପରିବାରର ଅନ୍ୟସଦସ୍ୟ ବି ସେଠାରେ ଉପସ୍ଥିତ ଥିଲେ । ଆହୁରି ବି ନଭ୍ୟା ହୋଲିକା ଦହନ ସାମ୍ନାରେ ଛିଡା ହୋଇ ପୋଜ ଦେଉଥିବାର ଫଟୋକୁ ସେୟାର କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami