ଅଶ୍ଳୀଳ ଇସାରା କଲେ ଆଙ୍କର, ଭିଡିଓ ଭାଇରାଲ

Above Post Content

ଲଣ୍ଡନ: ସାଧାରଣତଃ ପ୍ରତ୍ୟେକ ଆଙ୍କରଙ୍କ ପାଇଁ ଆଙ୍କରିଂ କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ । ବିଶେଷ କରି ଯେତେବେଳେ ସେମାନେ ଲାଇଭ ଶୋ’ କରନ୍ତି । ସେହି ସମୟରେ ସେମାନଙ୍କୁ ପ୍ରତ୍ୟେକ ଶବ୍ଦ ଏବଂ ସେମାନଙ୍କର ଶରୀରର ଉପରେ ସତର୍କ ରହିବାକୁ ପଡ଼ିଥାଏ । ତଥାପି ବେଳେବେଳେ ଆଙ୍କରମାନେ କିଛି ନା କିଛି ଭୁଲ କରି ବସନ୍ତି । ଏବେ ସୋସିଆଲ ମିଡ଼ିଆରେ ବ୍ରିଟେନର ଜଣେ ଆଙ୍କରଙ୍କ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦର୍ଶକ ନାପସନ୍ଦ କରିଛନ୍ତି । ବିବିସି ଚ୍ୟାନେଲର ଜଣେ ଆଙ୍କର ଲାଇଭ୍ ଶୋରେ ଅଶ୍ଳୀଳ ଇସାରା କରୁଥିବା ଦେଖିବାକୁ ମିଳିଛି ।

After 2nd paragraph post ads

 

Middle post content

ଆଙ୍କର ଏପରି କାର୍ଯ୍ୟକୁ ନାପସନ୍ଦ

ବିବିସିର ଆଙ୍କର ମରିୟମ ମୋଶିରି । ସେ ଗତ ବୁଧବାର ଅପରାହ୍ନର ଖବର ପଢିବାକୁ ଯାଉଥିଲେ । କ୍ୟାମେରା ଅନ ହୋଇଥିଲେ ମଧ୍ୟ ସେ କ୍ୟାମେରା ଆଗରେ ଏକ ଅଶ୍ଳୀଳ ଇଙ୍ଗିତ କରିଥିଲେ । ସେ କ୍ୟାମେରା ଅନ୍ ଥିବା ଜାଣିବା ମାତ୍ରେ ସଙ୍ଗେ ସଙ୍ଗେ ନିଜକୁ ସଜାଡି ନେଇ ଖବର ପଢିବା ଆରମ୍ଭ କରିଛନ୍ତି । ଆଙ୍କରଙ୍କ ଏହି ଦୃଶ୍ୟ ଲାଇଭ ହେବା ସହ ଭାଇରାଲ ହେବାରେ ଲାଗିଥିଲା । ଏହାକୁ ଦେଖି ଅନେକ ଦର୍ଶକ ଆଙ୍କରଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ।

ଭିଡ଼ିଓ ଭାଇରାଲ ପରେ ସ୍ପଷ୍ଟୀକରଣ ଦେଲେ ଆଙ୍କର

ରିୟମ ଯେତେବେଳେ ଭିଡିଓ ଭାଇରାଲ ହେବା ଜାଣିବାକୁ ପାଇଥିଲେ ସେ ଏହା ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ । ମୋଶିରି ଗୁରୁବାର ତାଙ୍କ ଭିଡିଓ ଜାରି କରି କହିଛନ୍ତି ଯେ, ସମସ୍ତଙ୍କୁ ନମସ୍କାର । ମୋର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ କରିବା ନୁହେଁ । ମୁଁ କ୍ୟାମେରା ପଛରେ ଥିବା ତାଙ୍କ ଟିମ ସହିତ ଥଟ୍ଟା କରୁଥିଲି । ମୁଁ ଗଣନା କରିବାକୁ ଛଳନା କରୁଥିଲି କାରଣ ନିର୍ଦ୍ଦେଶକ ମୋତେ ୧୦-୦ରୁ ଗଣନା କରୁଥିଲେ । ଏହି ସମୟରେ ମୁଁ ମଧ୍ୟ ଆଙ୍ଗୁଠି ଦେଖାଉଥିଲି । ମୁଁ ଦୁଃଖିତ, ଏହା ପ୍ରସାରିତ ହୋଇଗଲା! ଏହା ମୋର ଉଦ୍ଦେଶ୍ୟ ନୁହେଁ । ତେବେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami