ଅସୁସ୍ଥତା ଖବରକୁ ଗୁଜବ କହିଲେ ଅମିତାଭ

Above Post Content

ମୁମ୍ବାଇ : ବିଗିଡିଲା ବିଗ୍ ବିଙ୍କ ସ୍ୱାସ୍ଥ୍ୟାବସ୍ଥା । ଡାକ୍ତରଖାନାରେ ହେଲେ ଭର୍ତ୍ତି । ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଗ୍ ବି ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୋଡରେ କିଛି ଜାଗାରେ ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ଏମିତି କିଛି ଖବର ଗତ ଶୁକ୍ରବାର ଅପରାହ୍ନରେ ସାମ୍ନାକୁ ଆସିଥିଲା । ଏହା ଶୁଣିବା ପରେ ଅମିତାଭଙ୍କ ସମସ୍ତ ପ୍ରଶଂସକ ଚିନ୍ତିତ ହେବା ସହ ଭଗବାନଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରିଥିଲେ । କିନ୍ତୁ ବର୍ତ୍ତମାନ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି ଯେ ସେପରି କିଛି ହୋଇ ନାହିଁ । ଏହି ଖବର ସମ୍ପୂର୍ଣ୍ଣ ଗୁଜବ । ସେ ପୁରା ସୁସ୍ଥ ଥିବା ନେଇ ନିଜେ ବିଗ୍ ବି କହିଛନ୍ତି ।

Middle post content

ହସପିଟାଲରେ ନ ଥିଲେ, ପୁଅଙ୍କ ସହ ଆଇଏସପିଏଲ୍ ମ୍ୟାଚ ଦେଖୁଥିଲେ

After 2nd paragraph post ads

ବାସ୍ତବରେ ଶୁକ୍ରବାର ସନ୍ଧ୍ୟାରେ ଅମିତାଭ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ ଇଣ୍ଡିଆନ୍ ଷ୍ଟ୍ରିମ୍ ପ୍ରିମିୟର ଲିଗ୍ (ଆଇଏସପିଏଲ୍‌) ମ୍ୟାଚ୍ ଦେଖିବା ପାଇଁ ଯାଇଥିଲେ । ମ୍ୟାଚ ଦେଖୁଥିବା ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚରାଯାଉଛି । ଏହାର ଉତ୍ତର ଦେଇ ସେ କହୁଛନ୍ତି, ଯେ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami