ଡ଼ିପ୍‌ଫେକ୍‌ର ଶୀକାର ହେଲେ ଆଲିଆ , ଅଶ୍ଲୀଳ ଫେକ୍ ଭିଡିଓ ଭାଇରାଲ

Above Post Content

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା, କାଟ୍ରିନା କୈଫ, କାଜୋଲଙ୍କ ପରେ ଏବେ ଆଲିଆ ଭଟ୍ଟ ଡିପ୍‌ଫେକ୍‌ର ଶିକାର ହୋଇଛନ୍ତି । ବଲିଉଡ ଅଭିନେତ୍ରୀ ଆଲିଆଙ୍କ ଡିପଫେକ୍ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଏଥିଯୋଗୁ ଏଆଇ ବ୍ୟବହାରକୁ ନେଇ ଚିନ୍ତା ବଢ଼ିଯାଇଛି । ପ୍ରସାରିତ ହେଉଥିବା ଭିଡିଓରେ ଆଲିଆ ଭଟ୍ଟଙ୍କ ମୁହଁକୁ ସଂପାଦିତ କରାଯାଇ ଅନ୍ୟ ଜଣେ ମହିଳାଙ୍କ ମୁହଁକୁ ଲଗାଯାଇଛି । ଭାଇରାଲ ହେଉଥିବା ଭିଡିଓରେ ସେ ଅଶ୍ଲୀଳ ଈଶାରା କରୁଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Middle post content

ଡ଼ିପ୍‌ଫେକରୁ ବାଦ ବି ପଡ଼ିନାହାନ୍ତି ପ୍ରଧାନମନ୍ତ୍ରୀ

After 2nd paragraph post ads

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚିନ୍ତା ବଢ଼ିଛି । ଡିପ୍‌ଫେକ୍ ଭିଡିଓରେ ଏକ ଛିଟ ସ୍ଲିଭଲେସ୍ ଫ୍ରକ୍ ପିନ୍ଧି ଅଶ୍ଳୀଳ ଅଙ୍ଗଭଙ୍ଗୀ କରୁଥିବା ଅବସ୍ଥାରେ ଦେଖିବାକୁ ମିଳିଛନ୍ତି ଆଲିଆ । ଏହା ପୂର୍ବରୁ ରଶ୍ମିକାଙ୍କର ଲିପ୍ଟ ଭିତରକୁ ପଶୁଥିବାର, କାଟ୍ରିନାଙ୍କର ଟାଇଗର-୩ରେ ଥିବା ଦୃଶ୍ୟର ଓ କାଜୋଲଙ୍କର ପୋଷାକ କାଢ଼ୁଥିବାର ଫେକ୍ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଆଲିଆ ଏହାର ଶିକାର ହୋଇଛନ୍ତି ।ତେବେ ଏଭଳି ଡିପଫେକ୍ ଭିଡିଓ ସମ୍ପର୍କରେ କେନ୍ଦ୍ର ସରକାର କହିଥିଲେ ଯେ, ଫେକ୍ ଭିଡିଓ କରି ଏହାକୁ ପୋଷ୍ଟ କଲେ ଦୋଷୀକୁ ୧ଲକ୍ଷ ଟଙ୍କା ଜରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ଦିଆଯିବ । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଏହି ଡିପଫେକ୍ ଭିଡିଓ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଖୁବ ଶୀଘ୍ର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ସେ ନିଜେ ମଧ୍ୟ ଏହାର ଶିକାର ହୋଇଛନ୍ତି ବୋଲି କହିଥିଲେ । ସେ ଗରବା କରୁଥିବାର ଫେକ୍ ଭିଡିଓ ଭାଇରାଲ ହୋଇଥିବା ପ୍ରଧାନମନ୍ତ୍ରୀ ଜଣାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami