ଏଣିକି ଡ୍ରାଇଭିଂ ଟେଷ୍ଟ ବେଳେ ଜଗିବ ଏଆଇ

Above Post Content

ଭୁବନେଶ୍ୱର: ଏଣିକି ଡ଼୍ରାଇଭିଂ ଟେଷ୍ଟ ବେଳେ ଜଗିବ ଏଆଇ । ଅଟୋମେଟେଡ୍ ପ୍ରକ୍ରିୟାରେ କମ୍ପ୍ୟୁଟର ଏଣିକି ଡ୍ରାଇଭିଂ ଟେଷ୍ଟର ପରୀକ୍ଷା କରିବ । ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେଣୁ ଏବେ ଏଭଳି ପଦ୍ଧତି ପରିବହନ ବିଭାଗ ଆପଣାଇଛି । ବୁଧବାର ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୋଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱୟଂଚାଳିତ ଗାଡ଼ିଚାଳନା ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ଖୁବ୍‌ଶୀଘ୍ର ୩୮ଟି ଯାକ ଆରଟିଓରେ ଏହି ବ୍ୟବସ୍ଥା କରାଯିବ । ମାନବ ହସ୍ତକ୍ଷେପଜନିତ ଦୁର୍ନୀତି ରୋକିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ହେବ ବୋଲି ସେ କହିଛନ୍ତି । ବାଣିଜ୍ୟ ଏବଂ ପରିବହନ ବିଭାଗ ଓ ଏନ୍‌ସିସି ନିର୍ଦ୍ଦେଶାଳୟ ମଧ୍ୟରେ ଜୁନିୟର ରକ୍ଷକ ପାଇଁ ବୁଧବାର ପୂର୍ବାହ୍ନରେ ଲୋକସେବା ଭବନ କନ୍‌ଭେନସନ୍ ହଲ୍‌ରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

Middle post content

ବେଆଇନ ପାର୍କିଂ ହେଉଛି ଦୁର୍ଘଟଣାର ପ୍ରମୁଖ କାରଣ

After 2nd paragraph post ads

ଅତିରିକ୍ତ କମିଶନର ଟ୍ରାନ୍ସପୋର୍ଟ (ସଡ଼କ ସୁରକ୍ଷା) ଲାଲ୍‌ମୋହନ ସେଠୀ ଏବଂ ଏନ୍‌ସିସି ନିର୍ଦ୍ଦେଶକ, ଓଡ଼ିଶା ସରକାର କେ. ମହାନ୍ତି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରାୟ ୬୩ ହଜାର କ୍ୟାଡେଟ୍ ସଡ଼କ ସୁରକ୍ଷା ଦିଗରେ ଜୁନିୟର ରକ୍ଷକ ଭାବେ କାର୍ଯ୍ୟ କରିବେ । ଏହି ଏନ୍‌ସିସି କ୍ୟାଡେଟ୍‌-କମ୍ ଜୁନିୟର ରକ୍ଷକ ଆମର ଭବିଷ୍ୟତର ସଡକ ସୁରକ୍ଷା ରାଷ୍ଟ୍ରଦୂତ ହେବେ, ଯେଉଁମାନେ ସେମାନଙ୍କ ବନ୍ଧୁ, ପରିବାର ଏବଂ ଜନସାଧାରଣଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତାର ଜାଗରୁକତା ବିସ୍ତାର କରିବାରେ ପ୍ରମୁଖ ଭୂମିକା ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି । ମୁଖ୍ୟ ଅତିଥି ତଥା ବିଭାଗୀୟ ମନ୍ତ୍ରୀ ଟୁକୁନୀ ସାହୁ ରାଜ୍ୟର ୬ଟି ସ୍ଥାନ ଯଥା ଅନୁଗୋଳ, ଢେଙ୍କାନାଳ, ରାଉରକେଲା, ସୁନ୍ଦରଗଡ଼, କେନ୍ଦୁଝର ଓ ଗଞ୍ଜାମରେ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଲୋକାର୍ପଣ କରିଛନ୍ତି । ଟ୍ରାଫିକ୍ ନିୟମ ଏବଂ ସଡ଼କ ଚିହ୍ନ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନର ଅଭାବ ହେତୁ ଅଧିକାଂଶ ଦୁର୍ଘଟଣା ଘଟୁଛି । ତେଣୁ ଏହି ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ କାର୍ଯ୍ୟକାରୀ ହେବାକୁ ଯାଉଛି । ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍ ବଳରେ ଯୋଗ୍ୟ ବ୍ୟକ୍ତିମାନେ ଡ୍ରାଇଭିଂ ଲାଇସେନ୍ସ ପାଇ ଦୁର୍ଘଟଣା ହ୍ରାସ କରିବାରେ ସାହାଯ୍ୟ କରିବେ । ଏହା ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ପାଇଁ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ଓ ମାନୁଆଲ ପରୀକ୍ଷା ପ୍ରକ୍ରିୟା ତୁଳନାରେ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ ହେବ । ମନ୍ତ୍ରୀ ସାହୁ ଏହି ଅବସରରେ ସାରା ରାଜ୍ୟର ୨୩ ସ୍ଥାନରେ ଟ୍ରକ୍ ଟର୍ମିନାଲ୍ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାସ୍ତାକଡ଼ରେ ବେଆଇନ ପାର୍କିଂ ହେଉଛି ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ । ବିଗତ ୨ରୁ ୩ ବର୍ଷ ମଧ୍ୟରେ ରାସ୍ତା ପାର୍ଶ୍ୱରେ ପାର୍କିଂ ଯାନ ସହ ଜଡ଼ିତ ଦୁର୍ଘଟଣା ୨୨୦% ବଢ଼ିଛି ଓ ୮୫୨ ଜଣଙ୍କର ମୃତ୍ୟୁ ଘଟିଛି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ଆମର ସଡ଼କ ଦୁର୍ଘଟଣା ମୃତ୍ୟୁକୁ ମଧ୍ୟ ଆମେ ହ୍ରାସ କରିପାରିବା ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami