ଅଭିନୟ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ

Above Post Content

ଭୁବନେଶ୍ୱର: ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନ ଦେବାକୁ କୁହାଯାଇଛି । ପ୍ରଡ୍ୟୁସର ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଏହି ନିର୍ଦ୍ଦେଶ ଦିଆଯାଇଛି ।

ମନୋଜ ମିଶଙ୍କୁ ଦୁଇ ବର୍ଷ ବ୍ୟାନ

After 2nd paragraph post ads
Middle post content

ଦଶହରା ଅବସରରେ ନିକଟରେ ରିଲିଜ୍ ହୋଇଛି ଅଭିନେତା ଅରିନ୍ଦମଙ୍କ ଅଭିନିତ ଫିଲ୍ମ ‘ରାମ୍‌’ । ଏହି ଫିଲ୍ମକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ହେଲେ ଏହି ଫିଲ୍ମକୁ ସମ୍ବଲପୁରରେ ବିରୋଧ କରାଯାଇଛି । ସମ୍ବଲପୁରରେ ‘ରାମ’ ଫିଲ୍ମ ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରିଛି ପ୍ରଡ୍ୟୁସର ଆସୋସିଏସନ ।

ବ୍ୟକ୍ତିଗତ ଝଗଡାକୁ ନେଇ ବଳିପଡୁଛନ୍ତି ପ୍ରଯୋଜକ

ସୂଚନାଯୋଗ୍ୟ, ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଛି । ବ୍ୟକ୍ତିଗତ ଝଗଡା ପାଇଁ ବଳିପଡୁଛନ୍ତି ପ୍ରଯୋଜକ । ବିଗ ବଜେଟରେ ଫିଲ୍ମ ରାମରେ ମୁଖ୍ୟ ଭୁମିକାରେ ଅଛନ୍ତି ଅଭିନେତା ଅରିନ୍ଦମ୍ । ଗତ ୨୦ ତାରିଖରେ ସାରା ଓଡିଶାରେ ରିଲିଜ ହୋଇଥିଲା ଏହି ଫିଲ୍ମ । ହେଲେ ମନୋଜଙ୍କ ସମର୍ଥକ ସମ୍ବଲପୁରରେ ଶୋ’ ବନ୍ଦ କରିଦେଇଥିଲେ । ଏନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବୁଟର । ପରେ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଏହି ଅଭିଯୋଗକୁ ନେଇ ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବା ପରେ ମନୋଜଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଂଘ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନୋଜ । ସେ କହିଛନ୍ତି, ବ୍ୟାନ କରାଯିବା ନେଇ ତାଙ୍କ ପାଖକୁ କୌଣସି ଲିଖିତ ଚିଠି ଆସିନାହିଁ । ବ୍ୟାନ ପ୍ରସଙ୍ଗରେ ସେ ଅବଗତ ନାହାନ୍ତି । ଏପରିକି ରାମ ସିନେମାକୁ ବିରୋଧ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନୋଜ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami