ପରଲୋକରେ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ‘ଜୁନିୟର ମେହ୍‌ମୁଦ୍‌’

Above Post Content

ମୁମ୍ବାଇ: ବର୍ଷୀୟାନ୍ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ‘ଜୁନିୟର ମେହ୍‌ମୁଦ୍‌’ଙ୍କର ଗୁରୁବାର ରାତି ପ୍ରାୟ ୨ଟା ବେଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଏହି ଖବର ପ୍ରଚାର ହେବା ପରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଆଜି ସକାଳୁ ଅନେକ କଳାକାର ଶେଷ ଦର୍ଶନ କରିବାକୁ ତାଙ୍କ ବାସଭବନରେ ଭିଡ଼ ଜମାଇଛନ୍ତି । ଶୁକ୍ରବାର ନମାଜପାଠ ପରେ ତାଙ୍କ ମରଶରୀରକୁ ଜୁହୁ କବରସ୍ଥାନରେ କବର ଦିଆଯିବ ।

ପାକସ୍ଥଳୀ କର୍କଟ ରୋଗରେ ଥିଲେ ପୀଡ଼ିତ

After 2nd paragraph post ads
Middle post content

ଜୁନିୟର ମେହମୁଦ୍ ଦୀର୍ଘଦିନ ହେଲା ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିଲେ । କିନ୍ତୁ, ଡାକ୍ତରୀ ପରୀକ୍ଷାଦ୍ୱାରା ଏକଥା ଜଣାପଡ଼ିବା ଆଗରୁ କର୍କଟ ରୋଗ ତାଙ୍କ ଯକୃତ୍ ଓ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିସାରିଥିଲା । ତାଙ୍କ ଅନ୍ତଃନଳୀରେ ଗୋଟାଏ ‘ଟ୍ୟୁର୍ମ’ ମଧ୍ୟ ବାହାରିଥିଲା । ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କର୍କଟ ରୋଗର ଚିକିତ୍ସା ବେଳେ ସେ କାମଳ ବା ‘ଜଣ୍ଡିସ୍‌’ ରୋଗରେ ବି ଆକ୍ରାନ୍ତ ହୋଇଗଲେ । ତାଙ୍କର ସ୍ତ୍ରୀ, ୨ ପୁଅ-ବୋହୂ ଓ ଜଣେ ନାତି ଅଛନ୍ତି ।

ଶିଶୁ କଳାକାରରୁ ଆରମ୍ଭ କରିଥିଲେ କ୍ୟାରିୟର

୧୯୫୬ ମସିହା ନଭେମ୍ବର ୧୫ରେ ଜନ୍ମିତ ‘ଜୁନିଅର ମେହ୍‌ମୁଦ୍‌’ଙ୍କ ଅସଲ ନାଁ ହେଉଛି ନଇମ୍ ସୟେଦ୍ । ପ୍ରଥମେ ସେ ଜଣେ ଶିଶୁ କଳାକାର ଭାବେ ୧୯୬୬ରେ ‘ମୋହବତ୍ ଜିନ୍ଦଗୀ ହୈ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତା’ପରେ ୧୯୬୭ରେ ମୁକ୍ତିଲାଭ କରିଥିବା ସଞ୍ଜୀବ କୁମାର, ବଳରାଜ ସାହାଣୀ ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଅଭିନିତ ଚଳଚ୍ଚିତ୍ର ‘ନୈନିହାଲ୍‌’ ଏବଂ ୧୯୬୮ରେ ‘ସୁହାଗ୍ ରାତ୍‌’ ଚଳଚ୍ଚିତ୍ରରେ ଅଭିନେତା ମେହ୍‌ମୁଦ୍‌ଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ । ଏଥିପାଇଁ ମେହ୍‌ମୁଦ୍ ତାଙ୍କର ନାଁ ଦେଇଥିଲେ ‘ଜୁନିୟର ମେହ୍‌ମୁଦ୍‌’ । ସେ ‘ହାତୀ ମେରା ସାଥୀ’, ‘ମେରା ନାମ୍ ଜୋକର’, ‘ବ୍ରହ୍ମଚାରୀ, ‘କଟିପତଙ୍ଗ’, ‘ହରେ ରାମା ହରେ କ୍ରିଷ୍ଣା’, ‘ଗୀତ୍ ଗାତା ଚଲ୍‌’, ‘ବଚ୍‌ପନ୍‌’, ‘ଇମାନ୍‌ଦାର, ‘ବାପ୍ ନମ୍ବରୀ ବେଟା ଦଶ୍ ନମ୍ବରୀ’ ଏବଂ ‘ଆନ୍ ମିଲୋ ସଜ୍‌ନା’ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ସମେତ ପ୍ରାୟ ୨୫୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami