ପାଣି ଭର୍ତ୍ତି ଲିଫ୍ଟରେ ଫସିଯାଇଥିଲେ ୩ ସାଙ୍ଗ

Above Post Content

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳିଥାଏ । ଆଉ ସେଥିମଧ୍ୟରୁ ଏମିତି କିଛି ଭିଡ଼ିଓ ଥାଏ ଯାହା ସମସ୍ତଙ୍କୁ ଚକିତ କରିବା ସହ ବିଶ୍ୱାସ ବି କରି ହୁଏ ନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୩ ସାଙ୍ଗ ଏକ ପାଣିଭର୍ତ୍ତି ଲିଫ୍ଟରେ ଫସିଯାଇଥିବା ଦେଖିବାକୁ ମିଳିଛି । ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି । ଆଉ ଏହି ପୋଷ୍ଟରେ ସେ ଲେଖିଥିଲେ ୩ଜଣ ସାଙ୍ଗ ପାଣିଭର୍ତ୍ତି ଥିବା ଏକ ଲିଫ୍ଟ ଭିତରେ ଫଶି ଯାଇଥିଲେ । ଏହି ତିନିଜଣ ସାଙ୍ଗ ଆପାର୍ଟମେଣ୍ଟରେ ବନ୍ୟା ହେତୁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଛନ୍ତି ।

Middle post content

ବେକ ଯାଏଁ ହୋଇଯାଇଥିଲା ପାଣି

After 2nd paragraph post ads

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ୩ ଜଣ ସାଙ୍ଗ ଏକ ଲିଫ୍ଟରେ ଆସୁଛନ୍ତି । ଏହି ସମୟରେ ହଠାତ ଲିଫ୍ଟ ତଳକୁ ଖସି ଆସିଥିଲା । ଆଉ ଦେଖୁଦେଖୁ ଲିଫ୍ଟ ଭିତରେ ପାଣି ଭରି ଯାଇଥିଲା । ଧୀରେଧୀରେ ଏହି ପାଣି ଯାଞ୍ଚ ଆଧିକାରୀଙ୍କ ବେକ ଯାଏଁ ଚାଲି ଆସିଥିଲା । ଏହି ସମୟରେ ତିନିଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ ଉପସ୍ଥିତ ବୁଦ୍ଧି ଖଟାଇ ବାହାରେ ଥିବା ଅନ୍ୟ ଜଣେ ସାଙ୍ଗଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ । ସୌଭାଗ୍ୟବଶତଃ ସାଙ୍ଗ ସଙ୍ଗେସଙ୍ଗେ ଫୋନ ଉଠାଇ ଥିଲେ । ଆଉ ଘଟଣା ବିଷୟରେ ଜାଣି ଲିଫ୍ଟର ଗେଟ ଖୋଲି ଦେଇଥିଲେ । ଫଳରେ ତିନିଜଣ ସାଙ୍ଗଙ୍କ ଜୀବନ ବଞ୍ଚିି ଯାଇଥିଲା । ଏହି ଘଟଣାଟି ୨୦୨୧ ଅଗଷ୍ଟ ୭ ତାରିଖରେ ଆମେରିକାର ଓମାହା ସହରରେ ଆସିଥିବା ବନ୍ୟା ସମୟରେ ଘଟିଥିଲା । ଓମାହା ସହର ତଳିଆ ଅଞ୍ଚଳରେ ଅବସ୍ଥିତ, ଯେଉଁ କାରଣରୁ ବନ୍ୟା ପାଣି ଆପାର୍ଟମେଣ୍ଟରେ ପଶି ଯାଇଥିଲା । ସେ ସମୟରେ ରେକର୍ଡ ହୋଇଥିବା ଭିଡିଓ ଏଇ କିଛିଦିନ ହେବ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami