ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହେଲେ ୟାସିର ନୱାଜ୍‌

Above Post Content

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ଯୁବନେତା ୟାସିର ନୱାଜ୍‌ଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ୧୦ ବର୍ଷ ପରେ କଂଗ୍ରେସ ପ୍ରାର୍ଥୀ ଦେଇଥିବାରୁ ଏଥର ଜୋରଦାର ଲଢ଼େଇ ହେବ ବୋଲି କୁହାଯାଉଛି । ୨୦୧୯ ନିର୍ବାଚନରେ କଂଗ୍ରେସ ଏଠାରେ ପ୍ରାର୍ଥୀ ନଦେଇ ସିପିଆଇଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ସମର୍ଥନ ଜଣାଇଥିଲା । ଦୁଇଦଳର ସମର୍ଥନରେ ସେ ବେଶ୍ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରା ଯାଉଥିଲା । କିନ୍ତୁ ସେ ଅତି ଶୋଚନୀୟ ପ୍ରଦର୍ଶନ କରି ୩ୟ ସ୍ଥାନରେ ରହିଥିଲେ ।

୧୦ ବର୍ଷ ପରେ ପ୍ରାର୍ଥୀ ଦେଲା କଂଗ୍ରେସ

After 2nd paragraph post ads
Middle post content

୨୦୨୦ ମସିହାରୁ ୟାସିର ଛାତ୍ର କଂଗ୍ରେସର ସଭାପତି ରହିଛନ୍ତି । ତାଙ୍କ ନାମ ଘୋଷଣା ହେବାପରେ କଂଗ୍ରେସ ଭବନରେ ସମର୍ଥକମାନେ ତାଙ୍କୁ ସମ୍ବର୍ଦ୍ଧନା ଦେବାସହ ଖୁସି ମନାଇଛନ୍ତି । ୟାସିର କହିଛନ୍ତି, ସହରର ମୌଳିକ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବି । ବର୍ଷ ବର୍ଷ ଧରି ଏଠାରେ ଲୋକଙ୍କ ସମସ୍ୟା ସରକାର ସମାଧାନ କରି ନ ଥିବାରୁ ପ୍ରବଳ ଅସନ୍ତୋଷ ରହିଛି । ସେ ସବୁର ସମାଧାନ ପାଇଁ ଉଦ୍ୟମ କରିବି । ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ଲୋକସଭା ଆସନରେ ୨୦୦୯ ମସିହାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା । କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ମହାନ୍ତି ୧ଲକ୍ଷ ୪୭ ହଜାର ୭୧୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ଅର୍ଚ୍ଚନା ନାୟକଙ୍କ ଠାରୁ ସେ ପ୍ରାୟ ୫୦ ହଜାର ଅଧିକ ଭୋଟ ପାଇଥିଲେ । ତେବେ ତା’ ପରଠାରୁ କଂଗ୍ରେସର ଏକ ପ୍ରକାର ପତନ ହୋଇଥିଲା ।

ଚଳିତ ନିର୍ବାଚନରେ ଲଢେଇ ହେବ ଜୋରଦାର

୨୦୧୪ ମସିହାରେ କଂଗ୍ରେସ ସିନେମା ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ବିଜେଡିର ପ୍ରସନ୍ନ ପାଟ୍ଟଶାଣୀ ଓ ବିଜେପିର ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ତାଙ୍କର ଲଢ଼େଇ ହୋଇଥିଲା । ଏଥିରେ ଶ୍ରୀ ମହାନ୍ତି ୧ଲକ୍ଷ ୪୫ ହଜାର ୭୮୩ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ତେବେ ୨୦୧୯ ମସିହାରେ ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିରୁ ଅରୂପ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦେଇ ନ ଥିଲା । ସେଥର କଂଗ୍ରେସ ସମର୍ôଥତ ସିପିଆଇଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତି ମାତ୍ର ୨୩ ହଜାର ୨୬ ଖଣ୍ଡ ଭୋଟ୍‌, ଅର୍ଥାତ୍ ୨.୨୯ ପ୍ରତିଶତ ଭୋଟ ପାଇଥିଲେ । ଏଭଳି ପ୍ରଦର୍ଶନକୁ ନେଇ କଂଗ୍ରେସ ମାନସମନ୍ଥନ କରିବା ପରେ ଯୁବପ୍ରାର୍ଥୀ ଦେଇଥିବା କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami