ବିଜେଡ଼ିରେ ସାମିଲ ହେଲେ ବର୍ଷା

Above Post Content

ଭୂବନେଶ୍ୱର: ବିଜେଡ଼ିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ । ଗୁରୁବାର ଅପରାହ୍ନରେ ଶଙ୍ଖ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ ଦେଇଛନ୍ତି । ବିଜେଡି ଏମ୍‌ପି ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ବିଜେଡିରେ ଯୋଗ ଦେବା ପରେ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ବୋଲି କହିଛନ୍ତି ।

Middle post content

ନବୀନଙ୍କ ବଡ଼ ପ୍ରଶଂସକ

After 2nd paragraph post ads

ସେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇନ୍ତି । ସୂଚନାଯୋଗ୍ୟ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ବର୍ଷା ବିଜେଡିର ଷ୍ଟାର କ୍ୟାମ୍ପନର ଥିଲେ । ଯଦିଓ ସେ ଦଳରେ ଯୋଗ ଦେଇ ନ ଥିଲେ କିନ୍ତୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣେ ବଡ ସମର୍ଥକ ଭାବେ ଜଣାଶୁଣା । ନିକଟରେ ବର୍ଷାଙ୍କ ପୂର୍ବତନ ସ୍ୱାମୀ ଅନୁଭବ ମହାନ୍ତି ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami