ଜଙ୍ଗଲ ସଫାରୀରେ ଯାଇଥିବା ପର୍ଯ୍ୟଟକଙ୍କୁ କାମୁଡିଲା ନାଗ, କାଟିବାକୁ ପଡିଲା ଗୁପ୍ତାଙ୍ଗ

Above Post Content

ଦକ୍ଷୀଣ ଆଫ୍ରିକାରେ ଜଙ୍ଗଲ ସଫାରିରେ ଯାଇଥିବା ପର୍ଯ୍ୟଟକ ଶୌଚ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ବିଶାକ୍ତ ନାଗ ସାପ ଦଂଶନ କରିଥିଲା । ଏହି ସାପର ବିଷ ଏତେ ଜୋରଦାର ଥିଲା ଯେ, ତାଙ୍କୁ ହେଲିକପ୍ଟରରେ ଚିକିତ୍ସା ପାଇଁ ନିଆଯାଇଥିଲା । ଏହା ସତ୍ୱେ ଡାକ୍ତରଙ୍କୁ ତାଙ୍କ ଗୁପ୍ତାଙ୍ଗ କାଟିବାକୁ ପଡିଥିଲା । ଡାକ୍ତରଙ୍କ ଅନୁସାରେ ବିଷ କାରଣରୁ ତାଙ୍କ ଗୁପ୍ତାଙ୍ଗ ଶଢିବା ଆରମ୍ଭ କରିଥିଲାଫଳରେ ଗୁପ୍ତାଙ୍ଗ କାଟିବା ଛଡା ଅନ୍ୟ ଉପାୟ ନଥିଲା ।

ନେଦରଲ୍ୟାଣ୍ଡର ପର୍ଯ୍ୟଟକ

After 2nd paragraph post ads

ଡେଲି ମେଲ୍ ରିପୋର୍ଟ ଅନୁସାରେ ୪୭ ବର୍ଷୀୟ ଏହି ପୁରୁଷ ପର୍ଯ୍ୟଟକ ନେଦରଲ୍ୟାଣ୍ଡ ନାଗରିକ । ଦକ୍ଷୀଣ ଆଫ୍ରିକାର ଜଙ୍ଗଲ ଭ୍ରମଣ ପାଇଁ ଆସି ତାଙ୍କୁ ଏଭଳି ସଂକଟର ସମ୍ମୁଖୀନ ହେବାକୁ ପଡିଥିଲା । ଜଙ୍ଗଲ ଭ୍ରମଣ କାଳରେ ତାଙ୍କୁ ଝା଼ଡା ଲାଗିଥିଲାଜଙ୍ଗଲ ମଝିରେ ଥିବା ଏକ ପାଇଖାନାକୁ ସେ ଝାଡା ବସିବା ପାଇଁ ଯାଇଥିଲେ । ତେବେ ପାଇଖାନାରେ ଆଗରୁ ଲୁଚିଥିବା ସାପ ତାଙ୍କ ଗୁପ୍ତାଙ୍ଗକୁ କାମୁଡି ଦେଇଥିଲା ସେ ଚିତ୍କାର କରିବା ପରେ ଜଙ୍ଗଲ ଗାର୍ଡ୍ ଓ ଗାଇଡ୍ ତାଙ୍କ ପାଖରେ ପହଂଚିଥିଲେ ।

ତିନି ଘଣ୍ଟା ପରେ ହେଲା ଏୟାର ଲିଫ୍ଟ

Middle post content

ଜଙ୍ଗଲ ଗାର୍ଡ୍ ତୁରନ୍ତ ପର୍ଯ୍ୟଟକଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପାଇଁ ହେଲିକପ୍ଟର ଲାଗି ପ୍ରଶାସନକୁ ଅନୁରୋଧ କରିଥିଲେ । ତେବେ ହେଲିକପ୍ଟର ପହଂଚିବାକୁ ୩ ଘଣ୍ଟା ଲାଗି ଯାଇଥିଲା । ହେଲିକପ୍ଟର ଆସିବା ପରେ ତାଙ୍କୁ ୩୫୦ କିଲୋମିଟର ଦୂରରେ ଥିବା ସବୁଠାରୁ ନିକଟତମ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସର୍ପ ଦଂଶନ ପରେ ଯୁବକଙ୍କ ଗୁପ୍ତାଙ୍ଗ ନିଳ ପଡିଯାଇଥିଲା ଓ ପୋଡିବା ଆରମ୍ଭ କରିଥିଲା । ଏହା ସହିତ ତାଙ୍କ ପୁରା ଅଙ୍ଗ ପଚିବା ଆରମ୍ଭ କରିଥିଲା । ହସ୍ପିଟାଲରେ ପଂହଚିବା ପରେ ତାଙ୍କର ଏମରଜେନ୍ସି ଚିକିତ୍ସା ଆରମ୍ଭ ହୋଇଥିଲାତେବେ ଡାକ୍ତରଙ୍କ ପାଖରେ ଗୁପ୍ତାଙ୍ଗ କାଟିବା ଛଡା ଅନ୍ୟ ଉପାୟ ନଥିଲା ।

ନେଦରଲ୍ୟାଣ୍ଡ୍ ଡାକ୍ତର ପୁଣି ତିଆରି କଲେ ଗୁପ୍ତାଙ୍ଗ

୯ ଦିନର ଚିକିତ୍ସା ପରେ ପର୍ଯ୍ୟଟକଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯାଇଥିଲାନେଦରଲ୍ୟାଣ୍ଡରେ ଡାକ୍ତର ସେହି ବ୍ୟକ୍ତିଙ୍କ ଶଢା ଟିସ୍ୟୁକୁ ତାଙ୍କ ଅଣ୍ଟାରୁ ନିଆଯାଇଥିବା ଟିସ୍ୟୁ ଦ୍ୱାରା ବଦଳାଇ ନୂଆ ଗୁପ୍ତାଙ୍ଗ ତିଆରି କରିଥିଲେଏହା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ମଜାଦାର ଟ୍ୱିଟ୍ କରି ଆଫ୍ରକା ଯାଉଥିବା ପର୍ଯ୍ୟଟକଙ୍କୁ ସତର୍କ କରାଇ ଦେଇଛନ୍ତି ।

ସର୍ପ ଦଂଶନରୁ ହୋଇଥିଲା ‘ମାଂସ ଖିଆ ରୋଗ’

ଡାକ୍ତରଙ୍କ କହିବା ହେଉଛି ସର୍ପ ଦଂଶନ କାରଣରୁ ଯୁବକଙ୍କୁ ନେକ୍ରୋସିସ୍ ନାମକ ରୋଗ ହୋଇଥିଲା । ଏହି ରୋଗକୁ ମଧ୍ୟ ‘ମାଂସଖିଆ ରୋଗ’ ବୋଲି କୁହାଯାଇଥାଏ । ଏଥିରେ ତ୍ୱଚା ତଳେ ଥିବା ଟିସ୍ୟୁରେ ଘାତକ ବ୍ୟାକ୍ଟ୍ରିଆଲ ସଂକ୍ରମଣ ହୋଇଥାଏ । ଫଳରେ ମୃତ୍ୟୁ ଆଶଙ୍କା ଅଧିକ ବଢିଯାଇଥାଏ । ଏହି ବ୍ୟାକ୍ଟ୍ରିଆ ବାସ୍ତବରେ ମାଂସ ଖାଇ ନଥାନ୍ତି । ସେମାନେ ବିଶାକ୍ତ ପଦାର୍ଥ ଛାଡିଥାନ୍ତି । ଯାହାଫଳରେ ଆଖପାଖ ଟିସ୍ୟୁଙ୍କୁ କ୍ଷତି ପହଂଚିଥାଏ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami